ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର

ଢେଙ୍କାନାଳ ଅଫିସ,୧୯।୭: ଭିଜିଲାନ୍ସ ହାତରେ ଧରାପଡିଲେ ଜିଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ ପାଇଁ ୧୧ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେତିକି ବେଳେ ଭିଜିଲାନ୍ସ ହାତରେ ଧରାପଡିଯାଇଥିଲେ। ଡାକ୍ତର ଜଣଙ୍କ ଏବେ ଢେଙ୍କାନାଳ ଜିଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି ।