Posted inରାଜ୍ୟ

ସୋମବାରଠାରୁ ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୩୦।୧୦: ସାଧାରଣ ଜୀବନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସହ ଦୁର୍ନୀତି ବାବଦରେ ଲୋକଙ୍କୁ ସଚେତନ କରାଇବା ଲାଗି ଆଜିଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇ କହିଛନ୍ତି, ଦୁର୍ନୀତି ସମାଜର ବିକାଶ ଏବଂ ସୁଶାସନର ପରିପନ୍ଥୀ। ଦୁର୍ନୀତିମୁକ୍ତ ସମାଜ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟବାସୀ ସାମୂହିକ ଭାବେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି, ପ୍ରଶାସନିକ ବ୍ୟବସ୍ଥା ତଥା ମୌଳିକ ସେବା ପ୍ରଦାନକୁ ଦୁର୍ନୀତିମୁକ୍ତ କରିବା ପାଇଁ ଫାଇଭ୍‌‌-ଟି ଉପକ୍ରମରେ ସ୍ୱଚ୍ଛତାକୁ ଅଗ୍ରାଧିକାର ଦିଆଯାଇଛି। ଶାସନ ବ୍ୟବସ୍ଥାରେ ରୂପାନ୍ତରଣ ଆଣି ‘ମୋ ସରକାର’ ସାଧାରଣ ଲୋକଙ୍କର ମତାମତକୁ ଗୁରୁତ୍ୱ ଦେଇ କାମ କରୁଛି ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଉରକେଲା ଏବଂ
ବାଲେଶ୍ୱରର ଭିଜିଲାନ୍ସ କାର୍ଯ୍ୟାଳୟକୁ ଲୋକାର୍ପଣ କରିଛନ୍ତି।

ସେହିଭଳି ଦୁର୍ନୀତି ରୋକିବା ଦିଗରେ କଟକ ଦୁର୍ନୀତି ନିବାରଣ ଡିଭିଜନକୁ ଶ୍ରେଷ୍ଠ ଡିଭିଜନ ଭାବେ ସମ୍ମାନିତ କରାଯାଇଛି। ଦୁର୍ନୀତି ନିର୍ବାଚଣ ସଚେତନତା ସପ୍ତାହ ପାଳନ ଅବସରରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କର୍ମଚାରୀମାନେ ଦୁର୍ନୀତି ନିବାରଣ ଶପଥ ପାଠ କରିବା ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନଗୁଡ଼ିକ ଦୁର୍ନୀତି ବାବଦରେ ଲୋକଙ୍କୁ ସଚେତନ କରାଇବା ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା…

ଭୁବନେଶ୍ବର,୧୧।୨: ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ତେବେ ଆଜି…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri