Posted inଜାତୀୟ

ଚାଇନା-ପାକିସ୍ତାନ ସୀମାରେ ବାୟୁସେନା ମୁତୟନ ହେଲା ଶକ୍ତିଶାଳୀ ଏସ-୪୦୦ ମିଶାଇଲ

ନୂଆଦିଲ୍ଲୀ,୩୦/୧୦: ଭାରତୀୟ ବାୟୁସେନା(ଏଆଇଏଫ) ଚାଇନା ଏବଂ ପାକିସ୍ତାନକୁ ଲାଗିଥିବା ସୀମାରେ ତିନି ଶକ୍ତିଶାଳୀ ଏସ-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ ମୁତୟନ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ଭାରତ ଏବଂ ଋଷ ଅଧିକାରି ଶେଷ ଦୁଇଟି ମିସାଇଲ ସିଷ୍ଟମ ର ଫାଇନାଲ ଡେଲିଭରି ଉପରେ ଚର୍ଚ୍ଚା କରିବା ପାଇଁ ଖୁବଶୀଘ୍ର ବୈଠକ କରି ପାରନ୍ତି।

ଭାରତ ୨୦୧୮-୧୯ ମସିହାରେ ଋଷ ଠାରୁ ପାଞ୍ଚ ଏସ-୪୦୦ ମିଶାଇଲ ସିଷ୍ଟମ କିଣିବାକୁ ୩୫,୦୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଯେଉଁଥିରୁ ତିନୋଟି ଭାରତକୁ ପୂର୍ଵରୁ ହସ୍ତାନ୍ତର ହୋଇ ସାରିଛି। କିନ୍ତୁ ୟୁକ୍ରେନ ଏବଂ ଋଷ ଯୁଦ୍ଧ କାରଣରୁ ଶେଷ ଦୁଇଟି ଡେଲିଭରି ହେବାରେ ବିଳମ୍ବ ହେଉଛି।

ରକ୍ଷା ବିଭାଗର ସୂତ୍ର ମିଳିଥିବା ସୂଚନା ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୂର୍ବରୁ ତିନୋଟି ସିଷ୍ଟମ ମୁତୟନ ହୋଇ ସାରିଛି। ଏଗୁଡିକର ମଧ୍ୟରୁ ଗୋଟିଏ ଉଭୟ ଚାଇନା ଏବଂ ପାକିସ୍ତାନ ପାଇଁ ମୁତୟନ ହୋଇଥିବା ବେଳେ ଅନ୍ୟ ଦୁଇଟି ଅଲଗା ଅଲଗା ଭାବରେ ଚାଇନା ଏବଂ ପାକିସ୍ତାନ ପାଇଁ ମୁତୟନ ହୋଇଛନ୍ତି।

ଅବଶିଷ୍ଟ ଦୁଇଟି ମିଶାଇଲ ସିଷ୍ଟମର ଶେଷ ହସ୍ତାନ୍ତର କାର୍ୟ୍ୟସୂଚୀ ଉପରେ ଆଲୋଚନା କରିବାକୁ ଋଷ ଏବଂ ଭାରତୀୟ ଅଧିକାରୀମାନେ ଶୀଘ୍ର ପୁନର୍ବାର ସାକ୍ଷାତ କରିବେ ବୋଲି ସୂତ୍ରରୁ ପ୍ରକାଶ। ଅନ୍ତିମ ବିତରଣ ସମୟସୀମା ବିଷୟରେ ଋଷ ପକ୍ଷ ସ୍ପଷ୍ଟ ନୁହେଁ କାରଣ ସେମାନେ ମଧ୍ୟ ୟୁକ୍ରେନ ସହିତ ବିବାଦରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ରାସ୍ତା ଉପରେ ଛିଟିକି ପଡ଼ିଲା ଖଣ୍ଡ ବିଖଣ୍ଡିତ ଶରୀର

ଇନ୍ଦୋର,୧୪।୫: ମଧ୍ୟପ୍ରଦେଶ ଦେବାସର ଏବି ରୋଡ ପାର୍ଶ୍ୱରେ ଥିବା ଟଙ୍କକାଲାରେ ଚାଲିଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ବିସ୍ଫୋରଣ…

ମହଙ୍ଗା ମାଡ଼ ଭିତରେ ଜାରି ହେଲା LPG ସିଲିଣ୍ଡରର ନୂଆଦର; ଜାଣନ୍ତୁ ନୂଆରେଟ୍‌

ନୂଆଦିଲ୍ଲୀ,୧୪।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁଁ ଶକ୍ତି ଯୋଗାଣ ବାଧାପ୍ରାପ୍ତ…

ସରକାରଙ୍କ କଠୋର ନିଷ୍ପତ୍ତି, ଫିଟନେସ୍ ପ୍ରମାଣପତ୍ର ବିନା ଦିଆଯାଇପାରିବନି ପଶୁ ବଳି

କୋଲକାତା,୧୪ା୫: ଇଦ୍-ଉଲ-ଜୁହା ପୂର୍ବରୁ, ପଶ୍ଚିମବଙ୍ଗର ଭାଜପା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶୁବଳି ଉପରେ ନିଷେଧ ଲଗାଇବା ପାଇଁ ଏକ…

କେତେ ଧନୀ ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ, ରାହୁଲ ଗାନ୍ଧୀ ତାଙ୍କୁ କାହିଁକି ପସନ୍ଦ କରନ୍ତି? ଜାଣନ୍ତୁ…

ଥିରୁଭାନନ୍ତପୁରମ,୧୪।୫: କେରଳମ୍‌ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତିସନ। କଂଗ୍ରେସ ଦଳ ଗୁରୁବାର (୧୪ ମଇ) ତାଙ୍କ ନାମ ଘୋଷଣା କରିଛି। ୧୦ ବର୍ଷ ପରେ କେରଳରେ…

ଉତ୍ତରପ୍ରଦେଶରେ ଶକ୍ତିଶାଳୀ ଝଡ଼ବାତ୍ୟା: ୧୦୦ରୁ ଅଧିକ ମୃତାହତ

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ଭଦୋହି, ବୁଦାଉଁ, ଫତେପୁର ଏବଂ ସୋନଭଦ୍ରା ଜିଲାରେ ବୁଧବାର ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ବାତ୍ୟାଝଡ଼ବାତ୍ୟା ହୋଇଛି। ଏହି ଝଡ଼ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଧିକାରୀମାନେ…

କେରଳମ୍‌ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲା କଂଗ୍ରେସ: ଏହି ବ୍ୟକ୍ତିଙ୍କ ମୁଣ୍ଡରେ ସୁନାକଳସ

ନୂଆଦିଲ୍ଲୀ,୧୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ପ୍ରାୟ ୧୦ ଦିନ ପରେ ଆଜି କଂଗ୍ରେସ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିଛି। ଭିଡି ସତିସନ କେରଳର…

ସୁନା ସମ୍ପର୍କରେ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ମୋଦିଙ୍କ କଡ଼ା ବାର୍ତ୍ତା

ନୂଆଦିଲ୍ଲୀ,୧୪।୫: କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସରଳତାକୁ ଗ୍ରହଣ କରିବା ଏବଂ ସମ୍ବଳର ବିଚାରବନ୍ତ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।…

୪୮ଘଣ୍ଟାରେ ମହଙ୍ଗା ମାଡ଼: ଏବେ ପେଟ୍ରୋଲ-ଗ୍ୟାସ୍‌ର ପାଳି, ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ବଡ଼ ସୂଚନା…

ନୂଆଦିଲ୍ଲୀ,୧୪।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ତୈଳ ବଜାରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ, ଭାରତ ସରକାର ଗତ 48 ଘଣ୍ଟା ମଧ୍ୟରେ ତିନୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri