ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ଚଢାଉ ବେଳେ ତାଙ୍କର ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ୩ ମହଲା କୋଠା ଓ ୬ଟି ପ୍ଲଟ , ୧୦୦ ଗ୍ରାମ ସୁନା, ଗୋଟିଏ ଦାମୀ କାର୍ ଓ ୩୪ ଲକ୍ଷ ଟଙ୍କାର ଜମା ଜବତ ହୋଇଥିଲା। ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ମଙ୍ଗଳବାର ଚଢାଉ କରିଥିଲା ଭିଜିଲାନ୍ସ ।