୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ ଗୋଟିଏ ଡଲାରର ମୂଲ୍ୟ ୩.୩୦ ଟଙ୍କା ସହ ସମାନ ଥିଲା, ଯାହା ଆଜି ୯୫ ଟଙ୍କା ଅତିକ୍ରମ କରିସାରିଛି।
ବର୍ଷ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଅର୍ଥବ୍ୟବସ୍ଥାରେ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ଆକାର ୨୭୦୦ ବିଲିୟନ ଡଲାର ଅର୍ଥାତ ୮,୯୧୦ କୋଟି ଟଙ୍କା ଥିଲା। ସେତେବେଳେ ଗୋଟିଏ ଡଲାର ସାମ୍ନାରେ ଟଙ୍କାର ମୂଲ୍ୟ ୩.୩ ଟଙ୍କା ଥିଲା। ସେହି ହିସାବରେ ଏହି ଆକଳନ ଦିଆଯାଇଛି। ଆଜି ଭାରତର ଜିଡିପିର ଆକାର ୩୪୫ ଲକ୍ଷ କୋଟି ଟଙ୍କା ହୋଇସାରିଛି। ୧୯୪୭ର ଜିଡିପି ଆକଳନ (www.jmbaxi.com/) ରୁ ନିଆଯାଇଛି।
ସ୍ୱାଧୀନତା ସମୟରେ ମୁଣ୍ଡପିଛା ଆୟ ମାତ୍ର ୨୫୦ ଟଙ୍କା ଥିଲା
ସେହି ସମୟରେ ଭାରତର ବାର୍ଷିକ ମୁଣ୍ଡପିଛା ଆୟ ୨୫୦ ଟଙ୍କା ଥିଲା, ଯାହା ଆଜି ବୃଦ୍ଧି ପାଇ ୨ ଲକ୍ଷ (୨.୦୮ ଲକ୍ଷ) ଟଙ୍କା ହୋଇଯାଇଛି। ସ୍ୱାଧୀନତା ସମୟରେ ଭାରତର ଜନସଂଖ୍ୟା ୩୩ ରୁ ୩୪ କୋଟି ମଧ୍ୟରେ ଥିଲା, ଯେତେବେଳେ କି ଆଜି ଏହା ବୃଦ୍ଧି ପାଇ ୧୪୦ କୋଟିରୁ ଅଧିକ ହୋଇସାରିଛି। ଭାରତ ଆଜି ବିଶ୍ୱର ଦ୍ରୁତଗାମୀ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ସବୁଠାରୁ ଆଗରେ ଚାଲିଛି।
୭୯ ବର୍ଷରେ ୬୦୦ ଗୁଣ ମହଙ୍ଗା ହୋଇଛି କ୍ଷୀର
ବିକାଶ ପଥରେ ଆଜି ଭାରତର ଅର୍ଥବ୍ୟବସ୍ଥା ସବୁଠାରୁ ଦ୍ରୁତ ଗତିରେ ଦୌଡ଼ୁଥିବା ଅର୍ଥବ୍ୟବସ୍ଥା ଅଟେ, କିନ୍ତୁ ପୁରୁଣା ସମୟ ସହ ଆଜିର ତୁଳନା କଲେ ଜିନିଷପତ୍ରର ଦାମ୍ ଆକାଶଛୁଆଁ ଦେଖାଯାଏ। ଆଜିର ସମୟରେ ଯେଉଁଠି କ୍ଷୀରର ଦାମ୍ ଲିଟର ପ୍ରତି ୭୨ ଟଙ୍କାରେ ପହଞ୍ଚିଯାଇଛି, ସ୍ୱାଧୀନତା ସମୟରେ କ୍ଷୀରର ଦାମ୍ ଲିଟର ପ୍ରତି ମାତ୍ର ୧୨ ପଇସା ଥିଲା। ସେହି ସମୟରେ ୧ ଟଙ୍କାରେ ପ୍ରାୟ ୮.୫ ଲିଟର କ୍ଷୀର ମିଳୁଥିଲା। ଏହି ହିସାବରେ ୭୯ ବର୍ଷ ମଧ୍ୟରେ କ୍ଷୀରର ଦାମ୍ ୬୦୦ ଗୁଣ ବୃଦ୍ଧି ପାଇଛି।
ସେତେବେଳେ ଭରି ପ୍ରତି ସୁନା ଦାମ୍ ୮୮ ଟଙ୍କା ଥିଲା
୧୯୪୭ ସମୟରେ ପ୍ରତି ୧୦ ଗ୍ରାମ୍ ସୁନାର ଦାମ୍ ମାତ୍ର ୮୮ ଟଙ୍କା ଥିଲା। ଏହି ମୂଲ୍ୟବାନ୍ ହଳଦିଆ ଧାତୁ ଆଜି ଭରି ପ୍ରତି ୧ ଲକ୍ଷ ୫୧ ହଜାର ଟଙ୍କା ମୂଲ୍ୟରେ ପହଞ୍ଚିଛି। ଏତିକି ନୁହେଁ, ସେହି ସମୟରେ ବିଶୁଦ୍ଧ ଦେଶୀ ଘିଅର ଦାମ୍ ଦେଖିଲେ ତାହା କିଲୋ ପ୍ରତି ୨.୫ ଟଙ୍କାରେ ମିଳୁଥିଲା, ଯେତେବେଳେ କି ଆଜି ଦେଶୀ ଘିଅର ଦାମ୍ କିଲୋ ପ୍ରତି ୮୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
ସ୍ୱାଧୀନତା ସମୟରେ ମୁଣ୍ଡପିଛା ଆୟ ମାତ୍ର ୨୫୦ ଟଙ୍କା ଥିଲା
ସେହି ସମୟରେ ଭାରତର ବାର୍ଷିକ ମୁଣ୍ଡପିଛା ଆୟ ୨୫୦ ଟଙ୍କା ଥିଲା, ଯାହା ଆଜି ବୃଦ୍ଧି ପାଇ ୨ ଲକ୍ଷ (୨.୦୮ ଲକ୍ଷ) ଟଙ୍କା ହୋଇଯାଇଛି। ସ୍ୱାଧୀନତା ସମୟରେ ଭାରତର ଜନସଂଖ୍ୟା ୩୩ ରୁ ୩୪ କୋଟି ମଧ୍ୟରେ ଥିଲା, ଯେତେବେଳେ କି ଆଜି ଏହା ବୃଦ୍ଧି ପାଇ ୧୪୦ କୋଟିରୁ ଅଧିକ ହୋଇସାରିଛି। ଭାରତ ଆଜି ବିଶ୍ୱର ଦ୍ରୁତଗାମୀ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ସବୁଠାରୁ ଆଗରେ ଚାଲିଛି।
ଚିନି-ଗହମ ଦାମ୍ ମଧ୍ୟ ଆକାଶଛୁଆଁ
୧୯୪୭ ସମୟ ସହ ଆଜିର ସମୟରେ ଚିନିର ଦାମ୍ ତୁଳନା କଲେ ଏହା ମଧ୍ୟ ଆକାଶ ପାତାଳ ଫରକ ଦେଖାଏ। ସେତେବେଳେ ଚିନିର ମୂଲ୍ୟ କିଲୋ ପ୍ରତି ୪୦ ପଇସା ଥିଲା, ଯେତେବେଳେ କି ଆଜି ଏହାର ମୂଲ୍ୟ ୪୮ ରୁ ୫୪ ଟଙ୍କା ମଧ୍ୟରେ ରହିଛି। ଗହମର ମୂଲ୍ୟ ସେତେବେଳେ କିଲୋ ପ୍ରତି ୨୫ ରୁ ୩୦ ପଇସା ହୋଇଥିବା ବେଳେ, ଆଜି ଗହମର ବିଭିନ୍ନ କିସମ ହିସାବରେ ଏହାର ଦାମ୍ କିଲୋ ପ୍ରତି ୩୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି।
ସ୍ୱାଧୀନତା ସମୟରେ ପେଟ୍ରୋଲ-ଡିଜେଲର ଦାମ୍ କ’ଣ ଥିଲା?
୧୯୪୭ ସମୟରେ ପେଟ୍ରୋଲ-ଡିଜେଲ ଆଜି ଭଳି ବହୁତ ଆବଶ୍ୟକୀୟ ନଥିଲା। ସେତେବେଳେ ସାଧାରଣ ଲୋକ ଗମନାଗମନ ପାଇଁ ଘୋଡ଼ାଗାଡ଼ି କିମ୍ବା ସାଇକେଲ ଉପରେ ନିର୍ଭର କରୁଥିଲେ। ଲମ୍ବା ଦୂରତା ଯାତ୍ରା କରିବା ସେତେବେଳେ ଦୈନନ୍ଦିନ ଜୀବନର ଅଂଶ ନଥିଲା। ଆଜି ପେଟ୍ରୋଲ-ଡିଜେଲ ପ୍ରତ୍ୟେକ ଘରର ଆବଶ୍ୟକତା ପାଲଟିଛି, କାରଣ ପ୍ରତ୍ୟେକ ଘରେ ଦୁଇଚକିଆ ଏବଂ ଚାରିଚକିଆ ଯାନ ରହିଛି। ସେହି ସମୟରେ ପେଟ୍ରୋଲ ଲିଟର ପ୍ରତି ୨୭ ପଇସା ଥିଲା ଏବଂ ଡିଜେଲ ଲିଟର ପ୍ରତି ପ୍ରାୟ ୨୦ ପଇସା ମିଳୁଥିଲା। ଆଜି ପେଟ୍ରୋଲର ଦାମ୍ ୧୦୩ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୯୫ ଟଙ୍କା ରହିଛି।