୬୦୦୦ ଟଙ୍କାରେ ଚାକିରି ଆରମ୍ଭ କରିଥିବା ଯନ୍ତ୍ରୀଙ୍କ ପାଖରେ ୨୦ କୋଟିରୁ ଅଧିକ ସମ୍ପତ୍ତି, ଗିରଫ କଲା ଭିଜିଲାନ୍ସ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବୁଧବାର କଳାହାଣ୍ଡି ଜିଲା ପିଡବ୍ଲୁଡି ଅଧୀନ ଧର୍ମଗଡ ରାସ୍ତା ଓ ଗୃହ ଉପ-ବିଭାଜନର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭୁବନେଶ୍ୱର ଶବରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ଚଢ଼ାଉ ବେଳେ ଭୁବନେଶ୍ୱରଙ୍କ ୯୭ଟି ପ୍ଳଟ୍‌ ସହିତ ୮୩ ଏକର ଜମି ଠାବ କରିଥିଲା। ସେହିପରି ୪ଟି ବହୁତଳ କୋଠା ସହ ମୋଟ ୫ଟି କୋଠା ପାଇଥିଲା ଭିଜିଲାନ୍ସ। ଏହାସହ ୧୭ ଏକରର ଦୁଇଟି ଫାର୍ମ ହାଉସ,୮ କ୍ୟାବିନ ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଠାବ ହୋଇଥିଲା। ଏ ସବୁ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨୦ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ,ମାତ୍ର ୬ ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିବା ଭୁବନେଶ୍ୱରଙ୍କ ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ମଧ୍ୟ ତାଜୁବ ହୋଇଯାଇଛି।

Odisha’s No.1 Odia Daily

Share