ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ,୯ା୧୧- ବିଲ୍‌ ପାସ୍‌ କରାଇଦେବା ପାଇଁ ମଧ୍ୟସ୍ଥଙ୍କ ଜରିଆରେ ୧୬ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ)ର ସହକାରୀ ଯନ୍ତ୍ରୀ ବିପିନ ଦାସ ସୋମବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କ ସହ ମଧ୍ୟସ୍ଥ ଗୋବିନ୍ଦପୁର ଗ୍ରାମର ଶକ୍ତି ପ୍ରସାଦ ମହାନ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲାର ୬ଟି ବ୍ଲକର ପ୍ରତି ଗ୍ରାମରେ ୬ଟି ଲେଖାଏ ଏଲ୍‌ଇଡି ଲାଇଟ୍‌ ଲଗାଇବା ପାଇଁ କଟକର ଆଖଣ୍ଡଳମଣି ଇଲେକ୍ଟ୍ରିକାଲ କନଷ୍ଟ୍ରକଶନ ୨ କୋଟି ୨୫ ଲକ୍ଷ ୬୫ ହଜାର ୫୨୦ ଟଙ୍କାର କାମ ଟେଣ୍ଡର ଜରିଆରେ ପାଇଥିଲା। ତେବେ ୧୦ଟି ବିଲ୍‌ ମଧ୍ୟରୁ ୪ଟି ପାସ୍‌ କରାଇବା ପାଇଁ ଡିଆର୍‌ଡିଏ ସହକାରୀ ଯନ୍ତ୍ରୀ ବିପିନ ଦାସ କମ୍ପାନୀର ପ୍ରୋଜେକ୍ଟ କୋଅର୍ଡିନେଟର ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଗମୋହନ ପଣ୍ଡାଙ୍କ ଠାରୁ ପୂର୍ବରୁ ୧ ଲକ୍ଷ ୪ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ସୋମବାର ୫ନଂ ଓ ୬ନଂ ବିଲ୍‌ ପାସ୍‌ କରାଇବା ପାଇଁ ସହକାରୀ ଯନ୍ତ୍ରୀ ଆଉ ୩୨ ହଜାର ଟଙ୍କା ଦାବି କରିଥିଲେ। କମ୍ପାନୀର ପ୍ରୋଜେକ୍ଟ କୋଅର୍ଡିନେଟର ୧୬ ହଜାର ଟଙ୍କା ଦେବାକୁ ରାଜି ହେବାରୁ ସହକାରୀ ଯନ୍ତ୍ରୀ ମଧ୍ୟସ୍ଥ ଶକ୍ତି ପ୍ରସାଦଙ୍କୁ ଟଙ୍କା ପ୍ରଦାନ କରିବାକୁ କହିଥିଲେ। କମ୍ପାନୀ ଅଧିକାରୀ ଟଙ୍କା ପ୍ରଦାନ କରିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସହକାରୀ ଯନ୍ତ୍ରୀ ଏବଂ ମଧ୍ୟସ୍ଥଙ୍କୁ ଟଙ୍କା ସହ ଧରିଥିଲେ। ଅତିରିକ୍ତ ଏସ୍‌ପି ତ୍ରିଲୋଚନ ସ୍ବାଇଁ, ଇନ୍ସପେକ୍ଟର ଅନୁପମା ସାହୁ, ବିଜୟ କୁମାର ସେଠୀ, ଅନିରୁଦ୍ଧ ନାୟକ ପ୍ରମୁଖ ଉଭୟଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଓ୍ବାର ଉପରେ ୩ ଘଣ୍ଟା

କାମାକ୍ଷାନଗର,୭ା୩(ଡି.ଏନ.ଏ.):ଘରେ ଗଣ୍ଡଗୋଳ କରି ଜୀବନ ହାରିବାକୁ ୪୪୦ କେଭି ବିଦ୍ୟୁତ୍‌ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ ପୁତୁରା। ତାଙ୍କୁ ବଞ୍ଚାଇବାକୁ ନିଜ ଜୀବନକୁ ବିପନ୍ନ କରି ଦାଦା...

ଗେଙ୍ଗୁଟିଆ ପିଇଓ ନିଲମ୍ବିତ

ପରଜଙ୍ଗ, ୨୩।୧(ଡି.ଏନ.ଏ.) – ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ଅନିୟମିତତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଗେଙ୍ଗୁଟିଆ ପିଇଓ...

ପାଣି ପାଇଁ ଗଣଧାରଣା

ଢେଙ୍କାନାଳ ଅଫିସ୍‌, ୧୯।୫: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ନିକଟରେ ପ୍ରତିଷ୍ଠିତ ରୁଙ୍ଗ୍‌ଟା ଷ୍ଟିଲ୍‌ ପ୍ଲାଣ୍ଟ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ବାରମ୍ବାର...

ଢେଙ୍କାନାଳରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ଚିକିତ୍ସାକେନ୍ଦ୍ର

ଢେଙ୍କାନାଳ ଅଫିସ୍, ୧୩ା୪- କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଢେଙ୍କାନାଳ ସହରସ୍ଥିତ ବାଜିଚୌକଠାରେ ଥିବା ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କୋଭିଡ-୧୯ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର...

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଢେଙ୍କାନାଳ ଅଫିସ/ଅନୁଗୋଳ ଅଫିସ, ୩୧ା୫ ଢେଙ୍କାନାଳ ସହର ୯ନଂ. ୱାର୍ଡ କଣ୍ଟାନାଳୀ ବାଇପାସ୍‌ ନିକଟ ହିମାଳୟ ବସ୍ତିରେ ରହୁଥିବା କିନ୍ନରମାନେ ସୋମବାର ସାବିତ୍ରୀ ବ୍ରତକୁ ମହାସମାରୋହରେ...

ଭାଉଜଙ୍କୁ କଟୁରିରେ ହାଣି ହତ୍ୟା

ଢେଙ୍କାନାଳ ଅଫିସ, ୬।୫ – ସାମାନ୍ୟ ବଚସାକୁ କେନ୍ଦ୍ରକରି ନିର୍ମମ ହତ୍ୟା। ଦିଅରଙ୍କ କଟୁରି ଚୋଟରେ ପ୍ରାଣ ହରାଇଛନ୍ତି ଭାଉଜ। ଢେଙ୍କାନାଳ ସଦର ଥାନା ଖୁଣ୍ଟଝରି...

ଖ୍ୟାତି ବଢ଼ାଇଛି କ୍ଷେତ ପୋଖରୀ

ଢେଙ୍କାନାଳ ଅଫିସ, ୧ା୭: ପୋଖରୀ ହୁଡ଼ାରେ ଲାଗିଥିବା ଅମୃତଭଣ୍ଡା ଗଛରେ ଭର୍ତ୍ତି ହୋଇଛି ଫଳ। ଛନଛନିଆ ହୋଇ ବଢ଼ିଛି ଉନ୍ନତ କିସମର ଆମ୍ବ, ପିଜୁଳି ଗଛ। ମାଛ...

ଆର୍‌ଏମ୍‌ସି ପକ୍ଷରୁ କୃଷକ ବଜାର ଲୋକାର୍ପିତ: ‘ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ’

ଢେଙ୍କାନାଳ ଅଫିସ, ୨୮ା୧୧:  ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ପକ୍ଷରୁ ବୁଧବାର ଅପରାହ୍ନ ୧ଟା ୪୫ରେ କୈବଲ୍ୟ ବଜାର ଗାୟତ୍ରୀ ମନ୍ଦିର ନିକଟରେ ନବନିର୍ମିତ କୃଷକ...

Advertisement
Archives

Model This Week