ଭିଜିବୁଲ ପୋଲିସିଂ, କୁଇକ୍‌ ରେସ୍ପନ୍ସକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଟୁଇନ୍‌ ସିଟିର ଅଷ୍ଟମ ପୋଲିସ କମିଶନର ଭାବେ ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅତିରିକ୍ତ କମିଶନର ରେଖା ଲୋହାନୀ ସୌମେନ୍ଦ୍ରଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ। ଦାୟିତ୍ୱ ନେବା ପରେ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟ ଦାୟିତ୍ୱ ରହିବ ବୋଲି ଗଣମାଧ୍ୟମକୁ ସୌମେନ୍ଦ୍ର ସୂଚନା ଦେଇଛନ୍ତି। ଟୁଇନ୍‌ ସିଟିର ପୋଲିସ କମିଶନର ଭାବେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛି, ସେଥିପାଇଁ ପ୍ରଥମେ ଜନସାଧାରଣଙ୍କ ସହଯୋଗ କାମନା କରିବି। ମୋର ଦାୟିତ୍ୱକୁ ମୁଁ ନିଷ୍ଠାର ସହିତ ପ୍ରତିପାଦନ କରିବି ବୋଲି ଦୃଢ଼ ବିଶ୍ୱାସ ରହିଛି। ପ୍ରତ୍ୟେକ ପୋଲିସ ଅଫିସରଙ୍କ ଦୁଇଟି ମୁଖ୍ୟ ଦାୟିତ୍ୱ ରହିଛି। ତାହା ହେଲା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଏବଂ ଅପରାଧ ନିୟନ୍ତ୍ରଣ ଓ ନିରୀକ୍ଷଣ। ତେଣୁ ନିଶ୍ଚିତ ଭାବରେ ଏହି ଦୁଇଟା ଦିଗ ଉପରେ ପ୍ରାଥମିକତା ଦେଇ କାମ କରିବେ ବୋଲି ସୌମେନ୍ଦ୍ର କହିଛନ୍ତି। ଥାନାରେ ମାମଲା ରୁଜୁଠାରୁ ଆରମ୍ଭ କରି ସଙ୍ଗିନ ଅପରାଧ ପର୍ଯ୍ୟନ୍ତ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଜନସାଧାରଣଙ୍କ ପାଇଁ ଭିଜିବୁଲ ପୋଲିସିଂ(ଆଖିଦୃଶିଆ ପୋଲିସ ବ୍ୟବସ୍ଥା) ହେବା ଦରକାର ବୋଲି ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଥାନାକୁ ନେଇ ଆସୁଥିବା ସମସ୍ତ ଅଭିଯୋଗଠାରୁ ଆରମ୍ଭ କରି ଯେକୌଣସି ଘଟଣାରେ ପୋଲିସର କୁଇକ ରେସ୍ପନ୍ସ(ତ୍ୱରିତ ପଦକ୍ଷେପ)କୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ କମିଶନର ଷଡ଼ଙ୍ଗୀଙ୍କ ଦ୍ୱାରା ଦ୍ୱୈତନଗରୀ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ ବୋଲି ସୌମେନ୍ଦ୍ର କହିଛନ୍ତି। ଏଥିସହ ଟୁଇନ୍‌ ସିଟିରେ ଅପରାଧ ଓ ଲୁଟ ଛିନ୍‌ତାଇରେ ରୋକ୍‌ ଦେବା ନେଇ ସିସିଟିଭି କ୍ୟାମେରା ବୃଦ୍ଧି, ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ୧୫ ଡ୍ରୋନ୍‌ ନିୟୋଜିତ କରିବା ସହ କଣ୍ଟ୍ରୋଲ ରୁମ୍‌ ଗଠନ, ଟାଉନ ଆଉଟ ପୋଷ୍ଟ ପୋଲିସିଂ, ରାଜ୍ୟବାହାର ଲୁଟେରାଙ୍କ ଉପରେ ତୀକ୍ଷ୍ମ ନଜର ସହ ଗୋଇନ୍ଦା ଭିତ୍ତିକ ପୋଲିସିଂ ନେଇ ସ୍ବତନ୍ତ୍ର ଟିମ ଗଠନ ସହ ସୁପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ସୌମେନ୍ଦ୍ର କହିଛନ୍ତି। ସୌମେନ୍ଦ୍ର ପ୍ରଥମେ ପୁରୀରେ ଅତିରିକ୍ତ ଏସ୍‌ପି ଭାବେ ଚାକିରି ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri