ସମସ୍ୟା ଦୂର ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ: ଭଲ ଶିକ୍ଷାଦାନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୩।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିରଣ ପ୍ରଧାନଙ୍କ ଅଧ୍ୟକ୍ଷତା ଓ ସଂସ୍କୃତ ଶିକ୍ଷକ ସୁମନ ପାଢ଼ୀଙ୍କ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବିଇଓ ମହେଶ୍ୱର ମାଝୀ, ଅନ୍ୟତମ ଅତିଥିଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ନରୋତ୍ତମ ପ୍ରଧାନ, ସମିତିସଭ୍ୟା ମିତା ପ୍ରଧାନ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ପିଏମଶ୍ରୀର କମିଟି ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଭୀଷ୍ମ ଚରଣ ପୂଜାରୀ, ପୂର୍ବତନ ୨ ସରପଞ୍ଚ ତଥା ତିଲମା ପ୍ରଧାନ ଏବଂ ଆକାଶ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।
ଏହି ଉତ୍ସବକୁ ବିଡ଼ିଓ ଉଦଘାଟନ କରିବା ସହ ଛାତ୍ରୀଛାତ୍ରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଥିଲେ। ପ୍ରକଳ୍ପ ମଧ୍ୟରେ ଜିଜ୍ଞାସା, ସାହିତ୍ୟ ସୃଜନୀ, କୌଶଳୀ, ଟ୍ୟାଲେଣ୍ଟ ଗ୍ୟାଲେରୀ, ଇନ୍ଷପାଏରିଙ୍ଗ ଓଡିଶା, ବିଜିନେସ ମିଟ ଭଳି ଷ୍ଟାଲ କୁ ଅତିଥି ମାନେ ଉଦଘାଟନ କରିବା ସହ ପରିଦର୍ଶନ କରିଥିଲେ। କେନ୍ଦ୍ର ଓ ଓଡିଶା ସରକାର ଉଚ୍ଚ ବିଦ୍ୟାଳୟକୁ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଭାବେ ଘୋଷଣା କରାଯିବା ପରେ ଏହା ପ୍ରଥମ ଉତ୍ସବ ପାଳନ କରାଯାଉଥିବାରୁ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ସେହିପରି ବିଦ୍ୟାଳୟକୁ ସରକାର ପିଏମଶ୍ରୀ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶ୍ରେଣୀ କୋଠା ସମେତ ମୌଳିକ ସମସ୍ୟା ଦେଖାଯାଇଛି।
ସେହିପରି ଶୌଚାଳୟ, ପାଚେରୀ, ଭଳି ମୌଳିକ ସୁବିଧା ନଥିବା ଓ ତାକୁ ସରକାର ଶୀଘ୍ର ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେବାକୁ ସମିତିସଭ୍ୟା ମିତା ପ୍ରଧାନ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଭୀଷ୍ମ ଚରଣ ପୂଜାରୀ ପ୍ରମୁଖ ଦାବି ଜଣାଇଥିଲେ। ସେହିପରି ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ବିଦ୍ୟା ବିନା ଜୀବନ ଅନ୍ଧକାର, ତେଣୁ ବିଦ୍ୟାଳୟକୁ ନିୟମିତ ଆସିବା ସହ ଦେଶ, ଗାଁ ଜିଲ୍ଲା ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଛନ୍ତି ସମସ୍ତେ ଭଲ ପାଠ ପଢିବା ସହ ଖେଳ କୁଦ ସହ ଲୁକ୍କାୟିତ ପ୍ରତିଭା ଲୋକ ଲୋଚନକୁ ଆସିବା ଦରକାର ବୋଲି କୁହାଯାଇଥିଲା।

ସେହିପରି ବିଦ୍ୟାଳୟର ଏକାଧିକ ସମସ୍ୟାକୁ ବିଡ଼ିଓ ପ୍ରୀତିରଞ୍ଜନ ରଥ ସମାଧାନ କରିଥିବା ମଞ୍ଚରେ ପ୍ରଧାନ ଶିକ୍ଷକ କହିଥିଲେ। ତେବେ ଶୌଚାଳୟ ନ ଥିବାରୁ ବିଦ୍ୟାଳୟର ଛାତ୍ରୀ ମାନେ ବହୁ ହଇରାଣ ଭୋଗୁଥିବା କହିବା ସହ ସମସ୍ୟାର ସମାଧାନ କରିବାକୁ ପ୍ରଧାନ ଶିକ୍ଷକ କହିଥିଲେ। ବିଦ୍ୟାଳୟର ରହିଥିବା ସମସ୍ୟାର ସମାଧାନ ଶୀଘ୍ର କରାଯିବ ଏହି ପ୍ରକ୍ରିୟା ଜାରି ରହିଛି ବୋଲି ବିଡ଼ିଓ କହିଥିଲେ। ମୋ ଦାୟିତ୍ୱ ବିଦ୍ୟାଳୟର ବିକାଶ କରିବି କିନ୍ତୁ ଶିକ୍ଷୟିତ୍ରୀଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ଭଲ ଶିକ୍ଷାଦାନ କରନ୍ତୁ ଏବଂ ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶ କରିବା ବୋଲି ବିଡ଼ିଓ କହିଥିଲେ ଦଶମ ଛାତ୍ରୀଛାତ୍ରଙ୍କୁ ଭଲ ଗ୍ରେଡ଼ ରେ ଉର୍ତ୍ତୀର୍ଣ୍ଣ କରିବାକୁ ମମସ୍ତ ଛାତ୍ରୀଛାତ୍ରଙ୍କୁ ଗୁରୁତ୍ୱ ଦେବାକୁ ବିଡ଼ିଓ କହିଥିଲେ।

ଅଭିଭାବକ, ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରମାନଙ୍କୁ କାର୍ଯ୍ୟକ୍ରମରେ ମାନପତ୍ର ସହ ଟ୍ରଫି ଦେଇ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରେ ଜଳେନ୍ଦ୍ର ଦିଗାଲ, ଶ୍ରଦ୍ଧାଞ୍ଜଳି ପ୍ରଧାନ,ଦୀପକ କୁମାର ପ୍ରଧାନ, ସେବତୀ ପ୍ରଧାନ,ଶ୍ରୀନିବାସ ସ୍ବାଇଁ, ସନାତନ ନାୟକ, କୃପା ସିନ୍ଧୁ ନାୟକ, ଗୋବିନ୍ଦ ମାଣିକ,ସୁରେନ୍ଦ୍ର ନାଗ,ତନ୍ମୟ ବିଷୋୟୀ,ଜ୍ଞାନ ଭୂଷଣ ନାୟକ,ଅମିତ କୁମାର ପାତ୍ର, ଅଞ୍ଜଳି ବେହେରା, ଯୁନଶ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri