ଭିଡିଓ ଗେମ୍‌

କରୋନା ମହାମାରୀ ଯୋଗୁ ବିଶ୍ୱସାରା ଲୋକ ସଂକ୍ରମିତ। ଏହି ଭୂତାଣୁ ପ୍ରାୟ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିଶୁଠାରୁ ବୟସ୍କଙ୍କୁ ଘରେ ବାନ୍ଧି ରଖିଛି। ଏଥିରେ ବେଶି ପ୍ରଭାବିତ ହୋଇଛନ୍ତି ଶିଶୁ ଓ କିଶୋର। ଖେଳକୁଦ ବୟସରେ ମାସ ମାସ ଧରି ଘରେ ଆବଦ୍ଧ ହୋଇ ରହିବା ଫଳରେ ସେମାନଙ୍କ ଉପରେ ମାନସିକ ଚାପ ପଡ଼ୁଛି। ଶ୍ରେଣୀକକ୍ଷ ପଢ଼ା ଏକପ୍ରକାର ବନ୍ଦ ହୋଇଯାଇଥିବାରୁ ଆବଶ୍ୟକତା ଦୃଷ୍ଟିରୁ ଅନ୍‌ଲାଇନ ପଢ଼ାକୁ ଗୁରୁତ୍ୱ ଦିଆଯାଇଛି। ହେଲେ ଏହି ଅଭ୍ୟାସ ସେମାନଙ୍କୁ ଅନ୍‌ଲାଇନ୍‌ ଗେମ୍‌ ଆଡ଼କୁ ଟାଣି ନେଇଯାଇଥିବା ମାତାପିତା ଓ ଅଭିଭାବକମାନେ ଅନୁଭବ କରୁଛନ୍ତି। ଅଧିକ ସମୟ ପିଲାମାନେ ସ୍ମାର୍ଟ ଫୋନ୍‌, ଟାବ୍‌ଲେଟ୍‌ ଓ ଲାପ୍‌ଟପ ସହ ବିତାଇବା ଦ୍ୱାରା ସେମାନଙ୍କ ସୃଜନଶୀଳତା ଉପରେ ଗଭୀର ପ୍ରଭାବ ପଡୁଛି। ପୂର୍ବରୁ ପିଲାମାନେ ଗୀତ ଗାଇବା, ନାଚ କରିବା, ଚିତ୍ର ଆଙ୍କିବା, ବହି ପଢ଼ିବା, କବିତା କିମ୍ବା ଗପ ଲେଖିବା ଏବଂ କ୍ରୀଡ଼ା ପ୍ରତି ବିଶେଷ ଆଗ୍ରହ ଦେଖାଉଥିଲେ। ଆଜି ଘରୁ ବାହାରିବା କଷ୍ଟକର ହୋଇପଡ଼ୁଥିବାରୁ ପିଲାଙ୍କ ମାନସିକତାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ତତ୍‌ସହିତ ଏବକାର ନୂତନ ଡିଜିଟାଲ ଯୁଗରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ଭିଡିଓ ଗେମ୍‌ରେ ମଜ୍ଜି ରହୁଛନ୍ତି। ଏହି ସମସ୍ୟା କେବଳ ଭାରତରେ ନୁହେଁ, ବିଶ୍ୱବ୍ୟାପୀ ପ୍ରତୀୟମାନ ହେଉଛି। ତେବେ ଅନ୍ୟ କୌଣସି ଦେଶ କଟକଣା ଜାରି କରିବା ପୂର୍ବରୁ ପ୍ରଥମେ ଚାଇନା ଏ ଦିଗରେ ପଦକ୍ଷେପ ନେଇଛି। ୧୮ ବର୍ଷରୁ କମ୍‌ ବର୍ଗଙ୍କ ଭିଡିଓ ଗେମ୍‌ ଦେଖିବା ଉପରେ ବେଜିଂ କଟକଣା ଜାରି କରିଛି। ସେପ୍ଟେମ୍ବର ପହିଲାରୁ ନୂଆ ନୀତି ଲାଗୁ କରାଯାଇ ଶୁକ୍ରବାର, ଶନିବାର ଓ ରବିବାର ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ସପ୍ତାହରେ ମାତ୍ର ୩ ଘଣ୍ଟା ପାଇଁ ଅନ୍‌ଲାଇନ୍‌ ଗେମ୍‌ ଉପଲବ୍ଧ ହେଉଛି। ନ୍ୟାଶନାଲ ପ୍ରେସ୍‌ ଆଣ୍ଡ୍‌ ପବ୍ଲିକେଶନ୍‌ ଆଡମିନିଷ୍ଟ୍ରେଶନ (ଏନ୍‌ପିପିଏ) ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ନିର୍ଦ୍ଦେଶନାମାରେ ଆହୁରି କୁହାଯାଇଛି ଯେ, ଗେମିଂ କମ୍ପାନୀଗୁଡ଼ିକ ସରକାରଙ୍କ ନିୟମ ମାନିବାକୁ ବାଧ୍ୟ। ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯିବ ବୋଲି ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚାଇ ଦିଆଯାଇଛି।
ଭିଡିଓ ଗେମ୍‌ ନିଶା କମାଇବା ପାଇଁ ଚାଇନା ନେଇଥିବା ପଦକ୍ଷେପ ସେଠାକାର ସରକାରଙ୍କ କଠୋର ନିୟମ ଯୋଗୁ ନିୟନ୍ତ୍ରଣକୁ ଆସିପାରେ ବୋଲି ଅନୁମାନ କରାଯାଉଛି। ହେଲେ ତା’ର ବିଶାଳ ଗେମ୍‌ ମାର୍କେଟ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏକ ରିପୋର୍ଟ ଅନୁଯାୟୀ ସେଠାରେ ୬୨.୫ ପ୍ରତିଶତ ୧୮ ବର୍ଷରୁ କମ୍‌ ବୟସର ପିଲା ଅନ୍‌ଲାଇନ୍‌ ଗେମ୍‌ ଖେଳୁଛନ୍ତି। ୨୦୨୦ରେ ଚାଇନାର ଗେମିଂ ଶିଳ୍ପ ୪୩.୨ ବିଲିୟନ ଆମେରିକୀୟ ଡଲାର ରାଜସ୍ବ ହାସଲ କରିଥିଲା, ଯାହାକି ପୂର୍ବବର୍ଷ ତୁଳନାରେ ୨୦.୭୧ ପ୍ରତିଶତ ଅଧିକ। କଠୋର ନିଷ୍ପତ୍ତି ଦ୍ୱାରା ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେଉଥିବା ଜାଣି ମଧ୍ୟ ଚାଇନା ଏପରି ପଦକ୍ଷେପ ଏଇଥିପାଇଁ ନେଉଛି ଯେ, ପିଲାଙ୍କ ଶାରୀରିକ ଓ ମାନସିକ ସ୍ଥିତି ପ୍ରଭାବିତ ହେବାରେ ଲାଗିଛି। ଯେତେବେଳେ ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତା କରାଯାଏ, ଉପରଲିଖିତ କଟକଣାର ଜରୁରୀ ଆବଶ୍ୟକତା ପଡ଼ିଥାଏ। ଏହି ପ୍ରଚ୍ଛପଟରେ ଭାରତକୁ ଦେଖିଲେ ଦେଶର ସମୁଦାୟ ଜନସଂଖ୍ୟାର ୪୧ ପ୍ରତିଶତ ୧୮ ବର୍ଷରୁ କମ୍‌ ବର୍ଗର ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭିଡିଓ ଗେମ୍‌ ନିଶାରେ ପଡ଼ିଯାଇଥିବାରୁ ସେମାନଙ୍କୁ ସେଥିରୁ ନିବୃତ୍ତ କରିବା କଷ୍ଟକର ହୋଇପଡ଼ୁଛି। ଯେହେତୁ ବାହ୍ୟ ପରିବେଶରେ ଖେଳିବା ଉପରେ କଟକଣା ରହିଛି, ସେହେତୁ ପିଲାମାନେ ଭିଡିଓ ଗେମ୍‌ ମାଧ୍ୟମରେ ଆନନ୍ଦିତ ହେଉଛନ୍ତି। କିନ୍ତୁ ଏହି ଗେମ୍‌ର କୁପ୍ରଭାବକୁ ଗୌଣ କରାଯିବା ଉଚିତ ନୁହେଁ। ଦୀର୍ଘସମୟ ଖେଳିଲେ ତାହାର ପ୍ରଭାବ ଆଖି ଉପରେ ପଡ଼ିବା ସ୍ବାଭାବିକ। ଏଥିସହିତ ଧୈର୍ଯ୍ୟ ରଖିବା ମଧ୍ୟ ଏମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ପିଲାମାନଙ୍କ ପାଠପଢ଼ିବା ଓ ଖାଇବା ଭଳି କାର୍ଯ୍ୟରେ ଅନିୟମିତତା ଦେଖାଦେଉଛି। ଅବଶ୍ୟ ଭାରତର ସ୍ଥିତି ଦେଖିଲେ ଚାଇନା ଭଳି ଆଇନ ସୃଷ୍ଟି କରିବା ଓ ତାହାକୁ କେହି ମାନିବା ଏକ ଦିବାସ୍ବପ୍ନ। ଏହାଦ୍ୱାରା ଆସନ୍ତାକାଲି ପିଢ଼ିର ମାନସିକତାରେ ଶୃଙ୍ଖଳାଗତ ବ୍ୟବହାର ପାଇବା କଷ୍ଟକର ହୋଇପଡ଼ିବ। ଏମିତିରେ ଅଧିକାଂଶ ଭାରତୀୟ ଅମାନିଆ ଓ ବିଶୃଙ୍ଖଳିତ। ଏବକାର ସ୍ଥିତିରେ ଆଗାମୀ ପିଢ଼ିର ବ୍ୟବହାର ଆହୁରି ଅଧିକ ସମସ୍ୟା ସୃଷ୍ଟି କରିପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri