ଭିଡିଓ ଗେମ୍‌

କରୋନା ମହାମାରୀ ଯୋଗୁ ବିଶ୍ୱସାରା ଲୋକ ସଂକ୍ରମିତ। ଏହି ଭୂତାଣୁ ପ୍ରାୟ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିଶୁଠାରୁ ବୟସ୍କଙ୍କୁ ଘରେ ବାନ୍ଧି ରଖିଛି। ଏଥିରେ ବେଶି ପ୍ରଭାବିତ ହୋଇଛନ୍ତି ଶିଶୁ ଓ କିଶୋର। ଖେଳକୁଦ ବୟସରେ ମାସ ମାସ ଧରି ଘରେ ଆବଦ୍ଧ ହୋଇ ରହିବା ଫଳରେ ସେମାନଙ୍କ ଉପରେ ମାନସିକ ଚାପ ପଡ଼ୁଛି। ଶ୍ରେଣୀକକ୍ଷ ପଢ଼ା ଏକପ୍ରକାର ବନ୍ଦ ହୋଇଯାଇଥିବାରୁ ଆବଶ୍ୟକତା ଦୃଷ୍ଟିରୁ ଅନ୍‌ଲାଇନ ପଢ଼ାକୁ ଗୁରୁତ୍ୱ ଦିଆଯାଇଛି। ହେଲେ ଏହି ଅଭ୍ୟାସ ସେମାନଙ୍କୁ ଅନ୍‌ଲାଇନ୍‌ ଗେମ୍‌ ଆଡ଼କୁ ଟାଣି ନେଇଯାଇଥିବା ମାତାପିତା ଓ ଅଭିଭାବକମାନେ ଅନୁଭବ କରୁଛନ୍ତି। ଅଧିକ ସମୟ ପିଲାମାନେ ସ୍ମାର୍ଟ ଫୋନ୍‌, ଟାବ୍‌ଲେଟ୍‌ ଓ ଲାପ୍‌ଟପ ସହ ବିତାଇବା ଦ୍ୱାରା ସେମାନଙ୍କ ସୃଜନଶୀଳତା ଉପରେ ଗଭୀର ପ୍ରଭାବ ପଡୁଛି। ପୂର୍ବରୁ ପିଲାମାନେ ଗୀତ ଗାଇବା, ନାଚ କରିବା, ଚିତ୍ର ଆଙ୍କିବା, ବହି ପଢ଼ିବା, କବିତା କିମ୍ବା ଗପ ଲେଖିବା ଏବଂ କ୍ରୀଡ଼ା ପ୍ରତି ବିଶେଷ ଆଗ୍ରହ ଦେଖାଉଥିଲେ। ଆଜି ଘରୁ ବାହାରିବା କଷ୍ଟକର ହୋଇପଡ଼ୁଥିବାରୁ ପିଲାଙ୍କ ମାନସିକତାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ତତ୍‌ସହିତ ଏବକାର ନୂତନ ଡିଜିଟାଲ ଯୁଗରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ଭିଡିଓ ଗେମ୍‌ରେ ମଜ୍ଜି ରହୁଛନ୍ତି। ଏହି ସମସ୍ୟା କେବଳ ଭାରତରେ ନୁହେଁ, ବିଶ୍ୱବ୍ୟାପୀ ପ୍ରତୀୟମାନ ହେଉଛି। ତେବେ ଅନ୍ୟ କୌଣସି ଦେଶ କଟକଣା ଜାରି କରିବା ପୂର୍ବରୁ ପ୍ରଥମେ ଚାଇନା ଏ ଦିଗରେ ପଦକ୍ଷେପ ନେଇଛି। ୧୮ ବର୍ଷରୁ କମ୍‌ ବର୍ଗଙ୍କ ଭିଡିଓ ଗେମ୍‌ ଦେଖିବା ଉପରେ ବେଜିଂ କଟକଣା ଜାରି କରିଛି। ସେପ୍ଟେମ୍ବର ପହିଲାରୁ ନୂଆ ନୀତି ଲାଗୁ କରାଯାଇ ଶୁକ୍ରବାର, ଶନିବାର ଓ ରବିବାର ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ସପ୍ତାହରେ ମାତ୍ର ୩ ଘଣ୍ଟା ପାଇଁ ଅନ୍‌ଲାଇନ୍‌ ଗେମ୍‌ ଉପଲବ୍ଧ ହେଉଛି। ନ୍ୟାଶନାଲ ପ୍ରେସ୍‌ ଆଣ୍ଡ୍‌ ପବ୍ଲିକେଶନ୍‌ ଆଡମିନିଷ୍ଟ୍ରେଶନ (ଏନ୍‌ପିପିଏ) ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ନିର୍ଦ୍ଦେଶନାମାରେ ଆହୁରି କୁହାଯାଇଛି ଯେ, ଗେମିଂ କମ୍ପାନୀଗୁଡ଼ିକ ସରକାରଙ୍କ ନିୟମ ମାନିବାକୁ ବାଧ୍ୟ। ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯିବ ବୋଲି ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚାଇ ଦିଆଯାଇଛି।
ଭିଡିଓ ଗେମ୍‌ ନିଶା କମାଇବା ପାଇଁ ଚାଇନା ନେଇଥିବା ପଦକ୍ଷେପ ସେଠାକାର ସରକାରଙ୍କ କଠୋର ନିୟମ ଯୋଗୁ ନିୟନ୍ତ୍ରଣକୁ ଆସିପାରେ ବୋଲି ଅନୁମାନ କରାଯାଉଛି। ହେଲେ ତା’ର ବିଶାଳ ଗେମ୍‌ ମାର୍କେଟ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏକ ରିପୋର୍ଟ ଅନୁଯାୟୀ ସେଠାରେ ୬୨.୫ ପ୍ରତିଶତ ୧୮ ବର୍ଷରୁ କମ୍‌ ବୟସର ପିଲା ଅନ୍‌ଲାଇନ୍‌ ଗେମ୍‌ ଖେଳୁଛନ୍ତି। ୨୦୨୦ରେ ଚାଇନାର ଗେମିଂ ଶିଳ୍ପ ୪୩.୨ ବିଲିୟନ ଆମେରିକୀୟ ଡଲାର ରାଜସ୍ବ ହାସଲ କରିଥିଲା, ଯାହାକି ପୂର୍ବବର୍ଷ ତୁଳନାରେ ୨୦.୭୧ ପ୍ରତିଶତ ଅଧିକ। କଠୋର ନିଷ୍ପତ୍ତି ଦ୍ୱାରା ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେଉଥିବା ଜାଣି ମଧ୍ୟ ଚାଇନା ଏପରି ପଦକ୍ଷେପ ଏଇଥିପାଇଁ ନେଉଛି ଯେ, ପିଲାଙ୍କ ଶାରୀରିକ ଓ ମାନସିକ ସ୍ଥିତି ପ୍ରଭାବିତ ହେବାରେ ଲାଗିଛି। ଯେତେବେଳେ ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତା କରାଯାଏ, ଉପରଲିଖିତ କଟକଣାର ଜରୁରୀ ଆବଶ୍ୟକତା ପଡ଼ିଥାଏ। ଏହି ପ୍ରଚ୍ଛପଟରେ ଭାରତକୁ ଦେଖିଲେ ଦେଶର ସମୁଦାୟ ଜନସଂଖ୍ୟାର ୪୧ ପ୍ରତିଶତ ୧୮ ବର୍ଷରୁ କମ୍‌ ବର୍ଗର ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭିଡିଓ ଗେମ୍‌ ନିଶାରେ ପଡ଼ିଯାଇଥିବାରୁ ସେମାନଙ୍କୁ ସେଥିରୁ ନିବୃତ୍ତ କରିବା କଷ୍ଟକର ହୋଇପଡ଼ୁଛି। ଯେହେତୁ ବାହ୍ୟ ପରିବେଶରେ ଖେଳିବା ଉପରେ କଟକଣା ରହିଛି, ସେହେତୁ ପିଲାମାନେ ଭିଡିଓ ଗେମ୍‌ ମାଧ୍ୟମରେ ଆନନ୍ଦିତ ହେଉଛନ୍ତି। କିନ୍ତୁ ଏହି ଗେମ୍‌ର କୁପ୍ରଭାବକୁ ଗୌଣ କରାଯିବା ଉଚିତ ନୁହେଁ। ଦୀର୍ଘସମୟ ଖେଳିଲେ ତାହାର ପ୍ରଭାବ ଆଖି ଉପରେ ପଡ଼ିବା ସ୍ବାଭାବିକ। ଏଥିସହିତ ଧୈର୍ଯ୍ୟ ରଖିବା ମଧ୍ୟ ଏମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ପିଲାମାନଙ୍କ ପାଠପଢ଼ିବା ଓ ଖାଇବା ଭଳି କାର୍ଯ୍ୟରେ ଅନିୟମିତତା ଦେଖାଦେଉଛି। ଅବଶ୍ୟ ଭାରତର ସ୍ଥିତି ଦେଖିଲେ ଚାଇନା ଭଳି ଆଇନ ସୃଷ୍ଟି କରିବା ଓ ତାହାକୁ କେହି ମାନିବା ଏକ ଦିବାସ୍ବପ୍ନ। ଏହାଦ୍ୱାରା ଆସନ୍ତାକାଲି ପିଢ଼ିର ମାନସିକତାରେ ଶୃଙ୍ଖଳାଗତ ବ୍ୟବହାର ପାଇବା କଷ୍ଟକର ହୋଇପଡ଼ିବ। ଏମିତିରେ ଅଧିକାଂଶ ଭାରତୀୟ ଅମାନିଆ ଓ ବିଶୃଙ୍ଖଳିତ। ଏବକାର ସ୍ଥିତିରେ ଆଗାମୀ ପିଢ଼ିର ବ୍ୟବହାର ଆହୁରି ଅଧିକ ସମସ୍ୟା ସୃଷ୍ଟି କରିପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri