Posted inଖେଳ

ବିଜୟ ହଜାରେ ଟ୍ରଫି: ମୁମ୍ବାଇକୁ ଚତୁର୍ଥ ଟାଇଟଲ

ନୂଆଦିଲ୍ଲୀ,୧୫।୩(ପି.ଟି.): ଅଧିନାୟକ ତଥା ଓପନର ପୃଥ୍ବୀ ଶ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଦିତ୍ୟ ତାରେଙ୍କ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ମୁମ୍ବାଇ ୫୧ଟି ବଲ ବାକିଥାଇ ୬ ଉଇକେଟରେ ଉତ୍ତର ପ୍ରଦେଶକୁ ପରାସ୍ତ କରି ବିଜୟ ହଜାରେ ଟ୍ରଫି ହାସଲ କରିଛି। ଦେଶର ସର୍ବବୃହତ୍‌ ଘରୋଇ ଦିନିକିଆ ଟୁର୍ନାମେଣ୍ଟ ତଥା ରଣଜୀ ଦିନିକିଆ ଭାବେ ଜଣାଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଟସ୍‌ ଜିତି ଉତ୍ତର ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ ହରାଇ ୩୧୨ ରନର ଚ୍ୟାଲେଞ୍ଜିଂ ସ୍କୋର ହାସଲ କରିଥିଲା। ଜବାବରେ ମୁମ୍ବାଇ ୪୧.୩ ଓଭରରେ ୪ଉଇକେଟ ହରାଇ ୩୧୫ ରନକରି ବିଜୟୀ ହୋଇଥିଲା। ଏଥିସହିତ ମୁମ୍ବାଇ ଚତୁର୍ଥ ଥର ପାଇଁ ଏହି ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ୧୦୭ ବଲରୁ ୧୮ ଚୌକା ସହ ଅପରାଜିତ ୧୧୮ ରନର ଶତକୀୟ ପାଳି ଖେଳିଥିତ୍ବା ତାରେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୧୩ ରନ ଟାର୍ଗେଟର ପିଛା କରି ମୁମ୍ବାଇ ଭଲ ଆରମ୍ଭ କରିଥିଲା। ପୃଥ୍ବୀ ୩୯ ବଲର ସମ୍ମୁଖୀନ ହୋଇ ୧୦ ଚୌକା ଓ ୪ ଛକା ସହ ୭୩ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଟୁର୍ନାମେଣ୍ଟରେ ପୃଥ୍ବୀ ୮୨୭ ରନ ସଂଗ୍ରହ କରିଛନ୍ତି। ତେବେ ପ୍ରଥମେ ଯଶସ୍ବୀ ଜୟସ୍ବାଲ ୨୯ ରନକରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ସ ମୁଲାନି ୩୬, ଶିବମ୍‌ ଦୁବେ ୪୨ ରନକରି ଆଉଟ ହୋଇଥିବା ବେଳେ ସର୍ଫରାଜ ଖାଁ ୩ ରନକରି ଅପରାଜିତ ରହିଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଅଭିଜ୍ଞ ତାରେ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ଉତ୍ତରପ୍ରଦେଶ ତରଫରୁ ୟସ ଦୟାଲ, ଶିବମ୍‌ ମାଭି, ଶିବମ୍‌ ଶର୍ମା, ସମୀର ଚୌଧୁରୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଉତ୍ତରପ୍ରଦେଶ ତରଫରୁ ଓପନର ମାଧବ କୌଶିକ ୧୫୮ ରନ (୧୫୬ ବଲ, ୧୫ ଚୌକା, ୪ ଛକା)ର ଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମର୍ଥ ସିଂ ୫୫, ଆକାଶଦୀପ ନାଥ ୫୫, ପ୍ରିୟମ ଗର୍ଗ ୨୧ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ କର୍ନ ଶର୍ମା ଖାତା ଖୋଲିପାରି ନ ଥିଲେ। ମୁମ୍ବାଇ ତରଫରୁ ବୋଲିଂରେ ତନୁଶ କୋଟିଆନ ୨, ପ୍ରଶାନ୍ତ ସୋଲାଙ୍କି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଉତ୍ତରପ୍ରଦେଶ ୫୦ ଓଭରରେ ୩୧୨/୪
(କୌଶିକ- ୧୫୮*, ସମର୍ଥ- ୫୫, ଆକାଶଦୀପ- ୫୫, କୋଟିଆନ- ୨/୫୪, ସୋଲାଙ୍କି- ୧/ ୭୧)।
ମୁମ୍ବାଇ ୪୧.୩ ଓଭରରେ ୩୧୫/୪
(ତାରେ- ୧୧୮*, ପୃଥ୍ବୀ- ୭୩, ଜୟସ୍ବାଲ- ୨୯, ମୁଲାନି- ୩୬, ଶିବମ୍‌ ଦୁବେ- ୪୨, ସମୀର- ୧/ ୪୩, ଦୟାଲ- ୧/୭୧, ମାଭି- ୧/ ୬୩, ଶିବମ ଶର୍ମା- ୧/୭୧ । )


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri