ବିଜୟ ଆଉ ପାଦେ

ଓ୍ବାଶିଂଟନ,୭ା୧୧: ୭୭ ବର୍ଷୀୟ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଏବେ ହ୍ବାଇଟ୍‌ ହାଉସ୍‌ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଆରିଜୋନା ଓ ଜର୍ଜିଆ ଭଳି ବ୍ୟାଟଲଗ୍ରାଉଣ୍ଡ ଷ୍ଟେଟ୍‌ରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ରିପବ୍ଳିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ବହୁ ପଛରେ ଚାଲିଛନ୍ତି। ଇତିମଧ୍ୟରେ ଟ୍ରମ୍ପ୍‌ ଏହି ଜନାଦେଶକୁ ଗ୍ରହଣ କରିବାକୁ ଅସ୍ବୀକାର କରିଛନ୍ତି। ଏହାସହ ସେ ବାଇଡେନ୍‌ଙ୍କ ବିରୋଧରେ ଭୋଟ ଜାଲିଆତି ଅଭିଯୋଗ ଆଣି ଆମେରିକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦୋହରାଇଛନ୍ତି। ଏଭଳି ସମୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ବହୁ ପ୍ରତୀକ୍ଷିତ ଅନ୍ତିମ ପରିଣାମ କାହା ସପକ୍ଷରେ ଯାଉଛି ତା’ ଉପରେ ବିଶ୍ୱ ସମୁଦାୟର ନଜର କେନ୍ଦ୍ରୀଭୂତ ହୋଇଛି।
ଉପରାଷ୍ଟ୍ରପତି ତଥା ଡେମୋକ୍ରାଟ୍‌ ବାଇଡେନ୍‌ ଚଳିତ ନିର୍ବାଚନରେ କେବଳ ଡେମୋକ୍ରାଟିକ୍‌ ପାର୍ଟିର ଗଡ଼ଗୁଡ଼ିକୁ ଦଖଲ କରିଛନ୍ତି ତାହା ନୁହେଁ, ସେ ଆରିଜୋନା ଭଳି ରିପବ୍ଲିକାନ୍‌ ଦୁର୍ଗକୁ ମଧ୍ୟ ଭେଦ କରିବାରେ ସକ୍ଷମ ହୋଇଛନ୍ତି। ମିଶିଗାନ ଓ ଓ୍ବିସ୍କୋନସିନ ପରି ବ୍ୟାଟେଲଗ୍ରାଉଣ୍ଡ ଷ୍ଟେଟ୍‌ରେ ନିର୍ଣ୍ଣାୟକ ଯୁଦ୍ଧ ଜିତିବା ପରେ ବାଇଡେନ୍‌ ୨୭୦ ଇଲେକ୍ଟୋରାଲ କଲେଜ ଭୋଟ ହାତେଇବା ଅପେକ୍ଷାରେ ଅଛନ୍ତି। ଜର୍ଜିଆ ଓ ପେନ୍‌ସିଲଭାନିଆରେ ଟ୍ରମ୍ପ୍‌ଙ୍କୁ ପଛରେ ପକାଇ ଧାଉଁଥିବା ବାଇଡେନ୍‌ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ଜିଣିବା ନେଇ ଆଶାବାଦୀ। ଟ୍ରମ୍ପ୍‌ଙ୍କ ହାତରେ ବର୍ତ୍ତମାନ କେବଳ ଆଇନଗତ ବିକଳ୍ପ ରହିଥିବାରୁ ସେ ବାରମ୍ବାର କୋର୍ଟ ଭୟ ଦେଖାଉଛନ୍ତି। ଇତିମଧ୍ୟରେ ଜର୍ଜିଆ ଓ ମିଶିଗାନରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପକ୍ଷରୁ ଦାଏର ଲ’ସୁଟ୍‌ ଖାରଜ ହୋଇଯାଇଛି। ନିର୍ବାଚନୀ ପ୍ରକ୍ରିୟାକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ରିପବ୍ଲିକାନ୍‌ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷେ ବାଇଡେନ୍‌ ଡେମୋକ୍ରାଟ୍‌ ଭାବେ ସର୍ବାଧିକ ୭୨ ନିୟୁତରୁ ଊର୍ଦ୍ଧ୍ୱ ଭୋଟ ପାଇ ଆମେରିକା ଇତିହାସରେ ରେକର୍ଡ ସୃଷ୍ଟି କରିଛନ୍ତି।
ଜର୍ଜିଆରେ ୧୬ ଇଲେକ୍ଟୋରାଲ କଲେଜ ଭୋଟ ଥିବାବେଳେ ପେନ୍‌ସିଲଭାନିଆରେ ୨୦ ଓ ନର୍ଥ କାରୋଲିନାରେ ୧୫ ରହିଛି। ତେଣୁ ଏହି ୩ ରାଜ୍ୟରେ ଜାରି ଭୋଟ ଗଣତି ଉପରେ ସମସ୍ତଙ୍କ ନଜର ରହିଛି। ରାଷ୍ଟ୍ରପତିଙ୍କୁ ତାଙ୍କ ଗଡ଼ରେ ପରାସ୍ତ କରି ହ୍ବାଇଟ୍‌ ହାଉସ୍‌ ଦଖଲ କରିବାକୁ ଆଉ ପାଦେ ବାକିଥିବାରୁ ବାଇଡେନ୍‌ଙ୍କ ସପକ୍ଷରେ ଖୁବ୍‌ଶୀଘ ଶୁଭଫଳ ଆସିପାରେ।
ଜିତାଇବ ଜର୍ଜିଆ
୧୯୯୨ ମସିହାରେ ଡେମୋକ୍ରାଟିକ୍‌ ପାର୍ଟିର ବିଲ୍‌ କ୍ଲିଣ୍ଟନ ଜର୍ଜିଆ ବିଜୟ ସହ ଆମେରିକାର ୪୨ତମ ରାଷ୍ଟ୍ରପତି ହୋଇଥିଲେ। ଏହା ପରେ ଦୀର୍ଘ ୨୮ ବର୍ଷ ଧରି ଏହି ଦକ୍ଷିଣପୂର୍ବ ରାଜ୍ୟ ରିପବ୍ଲିକାନ୍‌ ଦୁର୍ଗ ଭାବେ ରହିଆସିଛି। ଏବେ ପୁଣି ଥରେ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କ ହାତକୁ ଯାଇପାରେ ଜର୍ଜିଆ। ଏଠାରେ ଅଦ୍ୟାବଧି ବାଇଡେନ୍‌ଙ୍କୁ ୨୪,୫୦,୧୧୭(୪୯.୪%) ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ୨୪,୪୮,୫୩୮(୪୯.୪%) ଭୋଟ ମିଳିଛି। ଜାତୀୟ ସ୍ତରରେ ଭୋଟ ହାରକୁ ଦେଖିଲେ ବାଇଡେନ୍‌ଙ୍କ ସପକ୍ଷରେ ୭,୩୬,୪୦,୧୩୬(୫୦.୫%) ଓ ଟ୍ରମ୍ପ୍‌ଙ୍କ ସମର୍ଥନରେ ୬,୯୭,୧୨,୦୩୦(୪୭.୮%) ଖଣ୍ଡ ପପୁଲାର ଭୋଟ ପଡ଼ିଛି। ଇଲେକ୍ଟୋରାଲ କଲେଜ ଭୋଟ ସଂଖ୍ୟା ଦେଖିଲେ ବାଇଡେନ୍‌ଙ୍କ ହାତରେ ୨୬୪ ଥିବାବେଳେ ଟ୍ରମ୍ପ୍‌ ୨୧୪ରେ ସୀମିତ ରହିଛନ୍ତି। କୁହୁକ ସଂଖ୍ୟା ସ୍ପର୍ଶ କରିବାକୁ ବାଇଡେନଙ୍କୁ ଆଉ ୬ ଭୋଟ ଆବଶ୍ୟକ। ଏମିତିରେ ଜର୍ଜିଆର ୧୬ ଇଲେକ୍ଟୋରାଲ କଲେଜ ଭୋଟ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।
ବୈଧ ଭୋଟରେ ସହଜରେ ଜିତିବି
ନିର୍ବାଚନରେ ଯଦି କେବଳ ଆଇନଗତ ଭୋଟଗୁଡ଼ିକୁ ଗଣତି କରାଯିବ ତେବେ ସହଜରେ ଜିତିଯିବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୃଢ଼ୋକ୍ତି ବାଢ଼ିଛନ୍ତି। ରିପବ୍ଲିକାନ୍‌ ଟ୍ରମ୍ପ୍‌ଙ୍କ ମତରେ ଯେଉଁ ମତଦାନ କେନ୍ଦ୍ରକୁ ପର୍ଯ୍ୟବେକ୍ଷକଙ୍କୁ ଯିବାକୁ ଅନୁମତି ନ ଦେଇ ଭୋଟ ଦିଆଯାଇଛି ସେଗୁଡ଼ିକୁ ବେଆଇନ ଭୋଟ ବୋଲି ବିବେଚନା କରାଯିବା ଉଚିତ। ଅଦାଲତ ହିଁ ଏନେଇ ନିଷ୍ପତ୍ତି ନେବେ ବୋଲି ଟ୍ରମ୍ପ୍‌ କହିଛନ୍ତି।
ଦିନକରେ ହଟିଲା ଟ୍ରମ୍ପଙ୍କ ୧୨ ଟୁଇଟ୍‌
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ୧୨ ଟୁଇଟ୍‌କୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ହଟାଇଦେଇଛି। ନିର୍ବାଚନ ପରେ ଟ୍ରମ୍ପ୍‌ ୨୪ ଘଣ୍ଟା ମଧ୍ୟରେ ୩୨ଟି ଟୁଇଟ୍‌ କରିଥିଲେ। ସେଥିରୁ ୧୨ଟିକୁ ଟୁଇଟର୍‌ ବିବାଦୀୟ ଓ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ବିଭ୍ରାନ୍ତିକର କହି ହଟାଇଦେଇଛି। ଏନେଇ ଟ୍ରମ୍ପ୍‌ କହିଛନ୍ତି, ଟୁଇଟର୍‌ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସରକାରଙ୍କ ଉପହାର ଧାରା ୨୩୦ ପ୍ରୟୋଗ କରି ଏପରି କରିପାରିଛି!


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri