Categories: ଖେଳ

ପିବିକେଏସ ପାଇଁ ବିଜୟ ଲକ୍ଷ୍ୟ ୨୦୧ ରନ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ସିଏସକେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଏମଲସ ଧୋନିଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ପିବିକେଏସ ଦଳ ବୋଲିଂ ଆରମ୍ଭ କରିଥିଲା।
ଧାର୍ଯ୍ୟ ୨୦ ଓଭରରେ ସିଏସକେ ୪ ଓ୍ବିକେଟ ହରାଇ ୨୦୦ ରନ କରିଛି। ଫଳରେ ପିବିକେଏସ ପାଇଁ ବିଜୟ ଲକ୍ଷ୍ୟ ୨୦୧ ରନ ରହିଛି।

ସିଏସକେ ପକ୍ଷରୁ ଋତୂରାଜ ଗାଇକ୍ୱାଡେ ୩୭ ରନ କରିଥିବା ବେଳେ ଡେଭୋନ କୋନୟେ ୯୨ ରନ, ଶିଭବ ଦୁବେ ୨୮, ମୋଇନ ଅଲି ୧୦ , ରବିନ୍ଦ୍ର ଜାଡ଼େଜା ୧୨, ଏମଏସ ଧୋନି ରନ ୧୩ କରିଥିଲେ।

Share