Categories: ଖେଳ

ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୧ ରନ…

ମୁମ୍ବାଇ,୨୧।୫ : ଆଇପିଏଲ ୨୦୨୩ର ୬୯ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ ) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲେ। ସେହିପରି ଏସଆରଏଚ ଦଳ ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଏସଆରଏଚ ୫ ଓ୍ବିକେଟ ହରାଇ ୨୦୦ ରନ କରିଛି। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୧ ରନ ରହିଛି।

ଏସଆରଏଚ ପକ୍ଷରୁ ଭିବ୍ରାଣ୍ଟ ଶର୍ମା ୬୯ ରନ କରିଥିବାବେଳେ ମୟଙ୍କ ଅଗ୍ରଓ୍ବାଲ ୮୩ ରନ, ହେନରିଚ କ୍ଲାସେନ ୧୮ ରନ, ଆଡେନ ମାର୍କ୍ରାମ ୧୩ ରନ କରିଥିଲେ।

 

Share