Posted inଫୁରସତ

ସତ୍ୟର ବିଜୟ

ସଂସାରର ସମସ୍ତ କର୍ମକୁ ବେଦ, ଉପନିଷଦ ଓ ଶ୍ରୀମଦ୍‌ ଭଗବଦ୍‌ଗୀତାରେ ଯଜ୍ଞର ମାନ୍ୟତା ପ୍ରଦାନ କରାଯାଇଛି। ମହର୍ଷି ମନୁଙ୍କ ଭାଷାରେ ପଞ୍ଚ ମହାଯଜ୍ଞ (ବ୍ରହ୍ମଯଜ୍ଞ, ଦେବଯଜ୍ଞ, ପିତୃଯଜ୍ଞ, ଭୂତଯଜ୍ଞ ଓ ଅତିଥି ଯଜ୍ଞ )ସଂପାଦନ ଦ୍ୱାରା ମାନବ ଜୀବନର ପୁରୁଷାର୍ଥ (ଧର୍ମ, ଅର୍ଥ, କାମ ଓ ମୋକ୍ଷ)ପୂର୍ତ୍ତି ହୋଇଥାଏ। ଆମର ସନାତନ ଧର୍ମ ପ୍ରତ୍ୟେକ ପରୋପକାର କର୍ମକୁ ମଧ୍ୟ ଯଜ୍ଞ ବୋଲି ବିବେଚନା କରେ ା ଯଜ୍ଞର ଅର୍ଥ ପୂଜା, ସଙ୍ଗତୀକରଣ ଓ ଦାନ ା ଜ୍ୟେଷ୍ଠ ବ୍ୟକ୍ତିକୁ ପୂଜା, ସମସ୍କନ୍ଧଙ୍କ ସହିତ ସଦ୍‌ଭାବପୂର୍ଣ୍ଣ ବସବାସ ଓ କନିଷ୍ଠଙ୍କୁ ଦାନର ତାତ୍ପର୍ଯ୍ୟ ଯଜ୍ଞ ବୁଝାଇଥାଏ ା ପଞ୍ଚ ମହାଯଜ୍ଞ ମଧ୍ୟରେ ଭୂତଯଜ୍ଞକୁ ବଳିବୈଶ୍ୱଦେବ ଯଜ୍ଞ କୁହାଯାଏ ା ଏଠାରେ ବ୍ୟବହୃତ ହେଉଥିବା ବଳିର ଅର୍ଥ ହତ୍ୟା ନୁହେଁ ଭାଗ ବା ଅଂଶ ା
ସମାଜର ସମସ୍ତ ଦୁର୍ବଳ ପ୍ରାଣୀଙ୍କ ପ୍ରତି ହିଂସା ପ୍ରତିରୋପଣ ନ କରି ନିଜ ପାଇଁ ସିଦ୍ଧ ହୋଇଥିବା ପ୍ରୟୋଜନ ବସ୍ତୁର କିଛି ଅଂଶକୁ ଭାଗ କରି ନିଜେ ଉପଭୋଗ ବା ଖାଇବା ପୂର୍ବରୁ ସମାଜର ଦରିଦ୍ର ଓ ଅସହାୟ ପ୍ରାଣୀଙ୍କୁ ଅର୍ପଣ କରିବା ହେଉଛି ବଳି ା ମାତ୍ର ବର୍ତ୍ତମାନ ସମାଜରେ ବଳି ନାମରେ ବିଭିନ୍ନ ପର୍ବ ପର୍ବାଣିରେ ପଶୁଙ୍କୁ ବଧ କରି ପ୍ରସାଦ ସ୍ବରୂପ ସେମାନଙ୍କର ମାଂସକୁ ଭକ୍ଷଣ କରାଯାଉଛି ା
ବୈଦିକ ଯୁଗରେ ଯଜ୍ଞରେ ପଶୁବଳି ପ୍ରଥା ନ ଥିଲା ା ପରବର୍ତ୍ତୀ କାଳରେ ଅଜ୍ଞାନତା ଯୋଗୁ ବିଭିନ୍ନ ପୁରାଣରେ ପଶୁବଳି ନାମରେ ମାଂସ ଭକ୍ଷଣ ଓ ସୋମରସ ପାନ ନାମରେ ମଦ୍ୟପାନ ଆଦି କୁସଂସ୍କାର ଅପମିଶ୍ରିତ ହେଲା ା ସମୟ କ୍ରମେ ମଦିରା ପାନ ଓ ମାଂସ ଭକ୍ଷଣ ମନୁଷ୍ୟ ଜୀବନରେ ଦୈନନ୍ଦିନ ଅଙ୍ଗ ହୋଇଗଲା ା ପୌରାଣିକ ପଣ୍ଡିତମାନେ ଗୋମେଧ, ଅଶ୍ୱମେଧ ଓ ଅଜମେଧ ଆଦି ଯଜ୍ଞଗୁଡିକରେ ଗାଈ, ଘୋଡ଼ା ଓ ଛେଳି ପ୍ରଭୃତି ପ୍ରାଣୀଙ୍କୁ ହତ୍ୟା କରି ଆହୁତି ଦେବା ପାଇଁ ପରାମର୍ଶ ଦେଲେ ା ସଂସ୍କୃତରେ ମେଧୃ ଶବ୍ଦ ତିନୋଟି ଅର୍ଥ ପ୍ରତିପାଦନ କରିଥାଏ- ଯଥା ବିକାଶ, ପ୍ରଦର୍ଶନ ଓ ହିଂସା ା ବ୍ରାହ୍ମଣ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ, ରାଷ୍ଟ୍ରର ବିକାଶ ତଥା ପ୍ରଜାଙ୍କର ହିତ ପାଇଁ ଅନୁଷ୍ଠିତ ହେଉଥିବା ଯଜ୍ଞର ନାମ ‘ଅଶ୍ୱମେଧ’ ଯଜ୍ଞ ା ଗୋ ଜାତିର କଲ୍ୟାଣ ପାଇଁ ‘ଗୋମେଧ’ ଯଜ୍ଞ ଓ ଅଗ୍ନିରେ ପୁଷ୍ଟିକର ବନସ୍ପତିର ବୀଜକୁ ଆହୁତି ପ୍ରଦାନ କରି ପରିବେଶକୁ ସୁସ୍ଥ ରଖିବା ‘ଅଜମେଧ’ ଯଜ୍ଞ ଅଟେ ା ଅଶ୍ୱ, ଗୋ ଓ ଅଜର ଅର୍ଥ ଏଠାରେ ଘୋଡା, ଗାଈ ବା ଛେଳି ବଧ ନୁହେଁ ା
ବେଦ ସର୍ବବ୍ୟାପକ ପରମାତ୍ମାକୁ ବିଭିନ୍ନ ନାମରେ ସମ୍ବୋଧନ କରିଥାଏ ା
ସମାଜରେ ଦେବଦେବୀଙ୍କୁ ବିଭିନ୍ନ ନାମରେ ପୂଜାର୍ଚ୍ଚନା କରାଯାଇଥାଏ ା ସେହି ଦେବତାକୁ ଖୁସି କରିବା ପାଇଁ ତାଙ୍କ ଦ୍ୱାରା ସୃଷ୍ଟ ସନ୍ତାନଙ୍କୁ ହତ୍ୟାକରି ହିଂସ୍ରକ କାର୍ଯ୍ୟ କରିବା ଧର୍ମ ବିରୁଦ୍ଧ ା ପତଞ୍ଜଳି ଯୋଗ ଦର୍ଶନରେ ଅହିଂସାକୁ ସାର୍ବଭୌମ୍ୟ ଓ ମହାବ୍ରତ ବୋଲି ଦର୍ଶାଯାଇଛି। ଅର୍ଥାତ୍‌ ପଶୁହତ୍ୟା ଦେଶ, କାଳ, ବାର, ସମୟ, ପର୍ବ, ଜାତି, ସ୍ଥଳ ଓ ତିଥି ଆଦି ସର୍ବଦା ବର୍ଜନୀୟ। ମନୁସ୍ମୃତିରେ କୁହାଯାଇଛି ଯେ, ଜୀବହତ୍ୟା ପାଇଁ ଆଦେଶ ଦେଉଥିବା, ଜୀବ ହତ୍ୟା କରୁଥିବା, ମାଂସ କାଟୁଥିବା, ମାଂସ ବାଣ୍ଟୁଥିବା, ମାଂସ ବିକୁଥିବା ତଥା ରୋଷେଇ ଓ ଭୋଜନ କରୁଥିବା ପ୍ରମୁଖ ବ୍ୟକ୍ତି ପଶୁହତ୍ୟା ଦୋଷରେ ଜଡିତ ହୁଅନ୍ତି।
ଦଶହରା ପର୍ବ ନଅଦିନ ଧରି ପାଳିତ ହୁଏ। ଏହାକୁ ନବରାତ୍ର କୁହାଯାଏ। ଶୁଦ୍ଧପୂତ ହୃଦୟରେ ଦୈହିକ ଓ ମାନସିକ ଶାନ୍ତି ପାଇଁ ଉପବାସ ଏବଂ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଏକାଗ୍ରତାର ସହିତ ଦୈବୀଶକ୍ତିକୁ ଆରାଧନା କରାଯାଇଥାଏ। ଏହାଦ୍ୱାରା ଶରୀରରେ ନୂତନ ଶକ୍ତି ପ୍ରବାହିତ ହୁଏ। ଶରୀର ନୀରୋଗ ହେବାସହ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ମା’ ଦୁର୍ଗାଙ୍କର ପୂଜା ମଣ୍ଡପରେ ମହିଷି ନାମକ ଏକ ଆଳସ୍ୟ ପରାୟଣ ପଶୁକୁ ମହିଷାସୁରର ବାହନ ରୂପରେ ପ୍ରଦର୍ଶନ କରାଯାଇଥାଏ। ଶକ୍ତି ଓ ପରାକ୍ରମର ପ୍ରତୀକ ସ୍ବରୂପ ମା’ଦୁର୍ଗାଙ୍କର ବାହନ ସିଂହ ମହିଷାସୁରକୁ ବଦ୍ଧ କରିବାର ଦୃଶ୍ୟ ପରିଲକ୍ଷିତ ହୁଏ। କାମ, କ୍ରୋଧ, ଲୋଭ, ମୋହ ଓ ଆଳସ୍ୟ ଆଦି ତାମସିକ ଗୁଣଗୁଡିକର ତ୍ୟାଗ ତଥା ବ୍ରହ୍ମଚର୍ଯ୍ୟ ଶକ୍ତି ଦ୍ୱାରା ଏହା ସମ୍ଭବ ବୋଲି ଗୃହୀତ ହୋଇଥାଏ। ବିଶେଷ ଭାବରେ ପରସ୍ପର ବିରୋଧୀ ତତ୍ତ୍ୱ ଯଥା, ମୂଷିକ-ସର୍ପ, ସର୍ପ-ମୟୂର ଓ ସିଂହ-ବଳଦ ଯାହା ବିଭିନ୍ନ ଦେବତାଙ୍କର ବାହନ ବୋଲି କୁହାଯାଏ। ସମସ୍ତେ ଗୋଟିଏ ସ୍ଥଳରେ ସଦ୍‌ଭାବନାର ସହିତ ଅବସ୍ଥାନ କରିଥାଆନ୍ତି। ଦୁର୍ଗାପୂଜା ଅବସରରେ ଅବିରତ ନଅ ତାମସୀ ରାତ୍ରର ସାଧନାର ଅତିକ୍ରାନ୍ତ ପରେ ଯେଉଁ ଦିବସ ଆସେ ତାହା ବିଜୟା ଦଶମୀ ନାମରେ ପ୍ରସିଦ୍ଧ। ଅହିଂସା ଓ ଅସତ୍ୟ ଉପରେ ବିଜୟର ନାମ ବିଜୟା ଦଶମୀ।
ଭାବନାଶ ତା’ର କର୍ମକୁ ପ୍ରଭାବିତ କରେ। ମନୁଷ୍ୟ ସବୁ ପ୍ରାଣୀ ମଧ୍ୟରେ ଶ୍ରେଷ୍ଠ ବିବେଚିତ। ଅହିଂସା ମାନବର ପରମଧର୍ମ। ସବୁ ଧର୍ମରେ ଜୀବ ହତ୍ୟାକୁ ବିରୋଧ କରାଯାଉଛି। ଦୟା ଓ ବିନୟତା ମନୁଷ୍ୟର ଭୂଷଣ। କ୍ରୂରତା ମନୁଷ୍ୟକୁ ଜୀବହତ୍ୟା କରିବାକୁ ପ୍ରେରିତ କରିଥାଏ। ଏହା ମନୁଷ୍ୟର ଗୁଣ ନୁହେଁ ଅବଗୁଣ।
ମହାତ୍ମା ବୁଦ୍ଧ, ବର୍ଦ୍ଧମାନ, ମହାବୀର, ମହର୍ଷି ଦୟାନନ୍ଦ, ସନ୍ଥ କବିର, ରାଷ୍ଟ୍ରପିତା ମହାମତ୍ା ଗାନ୍ଧୀ ତଥା ଅନେକ ମହାପୁରୁଷ ପଶୁବଳିର ବିରୋଧୀ । ଯେଉଁ ବ୍ୟକ୍ତିଠାରେ ଅହିଂସା, ଦୟା, କ୍ଷମା ଓ ପରୋପକାର ଭଳି ଭାବନା ଥାଏ ସେ ଅନ୍ୟ କୌଣସି ପ୍ରାଣୀକୁ ପୀଡା ଦେବାଭଳି ନିଷ୍ଠୁର କର୍ମକୁ ପ୍ରୋତ୍ସାହନ ଦିଏ ନାହିଁ। ତେଣୁ ସମସ୍ତ ମାନବ ସମାଜ ପବିତ୍ର ଦଶହରା ପର୍ବରେ ପଶୁବଳିକୁ ବିରୋଧ କରିବା ଏକାନ୍ତ ଆବଶ୍ୟକ।
-ଗୋପାଳ ଚନ୍ଦ୍ର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri