ରେଳ ଷ୍ଟେଶନ ନାମ ପରିବର୍ତ୍ତନ ନେଇ ବିଜୟ ଉତ୍ସବ

ବାଲିଚନ୍ଦ୍ରପୁର,୧୭ା୯(ଗିରିଜା ପ୍ରସାଦ ସାହୁ) ପୂର୍ବତଟ ରେଳ ଡ଼ିଭିଜନର ହରିଦାସପୁର-ପାରାଦୀପ ଫାଟକ ବିହିନ ରେଳପଥରେ ଥିବା ୩ନଂ. ଷ୍ଟେଶନର ନାମ ରତ୍ନଗିରି ରୋଡ଼ ଦିଆଯାଇଥିଲା। ଏହାକୁ ଆପତ୍ତି ଉଠାଇ ଉଦୟଗିରି ବୁଦ୍ଧ ମହୋସତ୍ବ ସମିତି ପକ୍ଷରୁ ନାମ ସଂଶୋଧନ କରିବା ପାଇଁ ସମିତିର ଉପଦେଷ୍ଠା ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ କ୍ରମେ ଆବାହକ ମହେଶ୍ୱର ବଳ ଉଦ୍ୟମ ଆରମ୍ଭ କରିଥିଲେ। ଏଥିରେ ମହୋସତ୍ବ ସମିତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏପରି କି ଆନ୍ଦୋଳାମତ୍କ ପନ୍ଥା ଜରିଆରେ ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ସମିତି ବଡ଼ଚଣା, ବିଧାୟକ ବଡ଼ଚଣା, ଜିଲାପାଳ ଯାଜପୁର ଓ ରେଳ ବିଭାଗର ଅଧିକାରୀମାନଙ୍କ ସହଯୋଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଷ୍ଟେଶନର ନାମ ପରିବର୍ତ୍ତନ କରିଛନ୍ତି। ଏବେ ଏହି ଷ୍ଟେଶନର ନାମ ଉଦୟଗିରି-ରତ୍ନଗିରି ରୋଡ଼ରେ ନାମିତ ହେବା ସହ ରେଲୱେ ବିଭାଗର ସପ୍ଟୱୟାର ଓ ଗୁଗୁଲ୍‌ ମ୍ୟାପ୍‌ରେ ତାହା ସ୍ଥାନ ପାଇଛି। ଏବେ ଏହି ଷ୍ଟେଶନରେ ନୂଆ ଫଳକ ଉଦୟଗିରି-ରତ୍ନଗିରି ରୋଡ଼ ନାମରେ ଲାଗିବା ପ୍ରକ୍ରିୟା ଶେଷ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଉଦୟଗିରି ବୁଦ୍ଧ ମହୋସତ୍ବ ସମିତି ପକ୍ଷରୁ ଅଞ୍ଚଳବାସୀଙ୍କୁ ନେଇ ଉକ୍ତ ରେଳ ପ୍ଲାଟଫର୍ମ ଉପରେ ବିଜୟ ଉସତ୍ବ ପାଳନ କରାଯାଇଛି। ଉପସ୍ଥିତ ଜନସାଧାରଣଙ୍କ ପକ୍ଷରୁ ଆତସବାଜି ଫୁଟାଇବା ସହ ପରସ୍ପର ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା। ଏହି ଅବସରରେ ଶିକ୍ଷାବିତ୍‌ ଉମାକାନ୍ତ ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆବାହକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ବିବରଣୀ ପ୍ରଦାନ କରି ରାଜ୍ୟ ସରକାରଙ୍କ ପ୍ରସ୍ତାବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସୁପାରିସ, କେନ୍ଦ୍ର ଗୃହମନ୍ତ୍ରଣାଳୟର ବିଜ୍ଞପ୍ତି ଓ ଓଡ଼ିଶା ସରକାରଙ୍କ ଗେଜେଟ ପର୍ଯ୍ୟନ୍ତ ସମସ୍ତ ନଥିପତ୍ର ଏକ ପୁସ୍ତିକାରେ ଉପସ୍ଥାପିତ କରିଥିଲେ। ଯାହାକୁ ରେଳ ବିଭାଗର ଇଣ୍ଟେଲିଜେନ୍ସ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିଥିଲେ। ଉକ୍ତ ପୁସ୍ତିକାକୁ ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ ପାଠାଗାରାରେ ରଖାଯିବ ବୋଲି ବଳ ପ୍ରକାଶ କରିଥିଲେ। ଏହି ରେଳପଥରେ ଆଗକୁ ଯେଉଁ ଯାତ୍ରୀବାହୀ ଟ୍ରେନ ଚାଲିବ ତାହାର ନାମ ଉଦୟଗିରି ଏକ୍ସପ୍ରେସ ରଖିବା ପାଇଁ ମହୋସତ୍ବ ସମିତି ଦାବି କରିବ ବୋଲି ଘୋଷଣା କରାଯାଇଥିଲା। ଶିକ୍ଷାବିିତ୍‌ କିଶୋର ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଶୈଳେନ୍ଦ୍ର ନାରାୟଣ ରାୟ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri