ଅପହରଣ ପଛରେ ଭିକ୍ଟୋରିଆ ରୁପାଟଙ୍କା

ଖଡିଆଳ, ୮।୨(ଡି.ଏନ.ଏ.):  ନୂଆପଡ଼ା ଜିଲା ଖଡିଆଳ ପୋଲିସ ଯୁବକଙ୍କୁ ଅପହରଣ ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଅପହୃତ ଯୁବକଙ୍କୁ ଉଦ୍ଧାର କରାଯିବା ପରେ ୧୮୮୫ ମସିହାର ଭିକ୍ଟୋରିଆ ରୁପାଟଙ୍କା ପାଇଁ ଅପହରଣ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି।
ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା ସୋମବାର ଖଡିଆଳ ଏସ୍‌ଡିପିଓ ଅଫିସ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ନୂଆପଡା ଅତିରିକ୍ତ ଏସ୍‌ପି ସୁନୀଲ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା କାପସିପଲ୍ଲୀ ଗାଁର ସାମନ୍ତ ଛତର (୩୪), ଯୁଗଳଚରଣ ଛତର (୪୨) ଓ ଡିଆପାଲି ଗାଁର ଭୁଲା କଟା (୩୭) ଏବଂ ନୂଆପଡ଼ା ଜିଲା ଖଡିଆଳ ଥାନା ଡୁଆଝର ଗାଁର ତିତିକ ବାଗ (୨୩)। ଏଥିସହ ଅପହରଣରେ ବ୍ୟବହୃତ ଏକ କାର୍‌ (ନଂ.ଓଡି୦୩ଜେ-୬୦୭୪) ସହ ୧୮୮୫ର ଭିକ୍ଟୋରିଆ ରୁପାଟଙ୍କା ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଲାଙ୍ଗୀର ଜିଲାର ରାଜେଶ ସୁନା ଏବଂ ନୂଆପଡା ଜିଲା ଖଡିଆଳ ସହର ଛେଳିଆପଡାର ଓମ୍‌ ତାଣ୍ଡି ଫେରାର ଥିବା ଅତିରିକ୍ତ ଏସ୍‌ପି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲା ଜୁନାଗଡ ଥାନା ଖୁରସାଲିପଡା ଗାଁର ସୋମନାଥ ନିଆଲ ଏବଂ ତାଙ୍କ ସାଙ୍ଗ ଅଶ୍ୱିନୀ ବେମାଲ ଭିକ୍ଟୋରିଆ ରୁପାଟଙ୍କାକୁ ୧ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ରାଜେଶଙ୍କ ସହ ଡିଲ୍‌ କରିଥିଲେ। ଡିଲ୍‌ର ମଧ୍ୟସ୍ଥତା କରିଥିଲେ ଓମ୍‌ ତାଣ୍ଡି। ଗତ ୪ ତାରିଖରେ ଫାଇନାଲ ଡିଲ୍‌ ପାଇଁ ସହମତି ହେବା ପରେ ରାଜେଶ ତାଙ୍କର ୩ ସାଥୀ ଭୁଲା, ସାମନ୍ତ ଏବଂ ଯୁଗଳଚରଣ ଏକ କାର୍‌ରେ ଖଡିଆଳ ଆସିଥିଲେ। ସେଠାରେ ଏକ ହୋଟେଲରେ ସୋମନାଥ ଓ ଅଶ୍ୱିନୀଙ୍କ ସହ ଖାଇବା ପରେ ଓମ୍‌ଙ୍କ ଗେଷ୍ଟ ହାଉସରେ ଡିଲ୍‌ ହେଉଥିଲା। ଏହି ସମୟରେ ଅଶ୍ୱିନୀଙ୍କ ହାତରୁ ରୁପାଟଙ୍କା ଝାମ୍ପି ନେଇ ତିତିକ ଫେରାର ହୋଇଥିଲେ। ଅଶ୍ୱିନୀଙ୍କୁ ରାଜେଶଙ୍କ ୩ ସାଥୀ ଭୁଲା, ସାମନ୍ତ ଏବଂ ଯୁଗଳ ଜୀବନରେ ମାରି ଦେବାକୁ ଧମକ ଦେବା ସହ ଅପହରଣ କରି କଣ୍ଟାବାଞ୍ଜି ଆଡକୁ ନେଇଯାଇଥିଲେ। ଏ ନେଇ ଖଡିଆଳ ଥାନାରେ ସୋମନାଥ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ଏସ୍‌ଡିପିଓ ସନ୍ତକ ଜେନା ଏବଂ ଆଇଆଇସି ଅନିରୁଦ୍ଦ ମୁଦୁଲି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri