Posted inଜାତୀୟ

ପୀଡ଼ିତାଙ୍କୁ ଧମକ, ପିତାଙ୍କୁ ହତ୍ୟା

ଲକ୍ଷ୍ନୌ,୩ା୩ : ଦୟାକରି ମୋତେ ନ୍ୟାୟ ଦିଅ। ପ୍ରଥମେ ସେ ମୋତେ ବଳାତ୍କାର କରିଥିଲେ। ଏବେ ମୋ ବାପାଙ୍କୁ ଗୁଳି କରି ମାରିଦେଇଛନ୍ତି। ମୋତେ ନ୍ୟାୟ ମିଳୁ ବୋଲି ଥାନା ସାମ୍ନାରେ ପୀଡ଼ିତା କାନ୍ଦୁଛନ୍ତି। ଖବରଦାତାମାନଙ୍କ ମୋବାଇଲରେ କଏଦ ହୋଇଥିବା ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇ ପଶ୍ଚିମବଙ୍ଗକୁ ନିର୍ବାଚନ ପ୍ରଚାରରେ ଯାଇଛନ୍ତି। ସେଠାରେ କହିଛନ୍ତି, ଭାଜପା କ୍ଷମତାକୁ ଆସିଲେ ୨୪ ଘଣ୍ଟା ଭିତରେ ଗୋ ଚାଲାଣ ବନ୍ଦ କରିଦେବୁ ।

ବଳାତ୍କାର, ଯୌନ ହିଂସାକୁ ନେଇ ନିନ୍ଦିତ ଉତ୍ତର ପ୍ରଦେଶର ହାଥରସ୍‌ ପୁଣି ଥରେ ଚର୍ଚ୍ଚାରେ। ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ମାସେ ଜେଲ୍‌ରେ ରହି ଜାମିନରେ ମୁକୁଳିଥିଲେ। ସୋମବାର ଅପରାହ୍ନ ୪ଟା ୩୦ରେ ଗାଁ ମନ୍ଦିର ବାହାରେ ଅଭିଯୁକ୍ତ ଓ ପୀଡ଼ିତ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଭିଯୁକ୍ତ ଏଥିରେ ଉତ୍ତ୍ୟକ୍ତ ହୋଇ ପୀଡ଼ିତାଙ୍କ ବାପାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ଗୁଳିମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ୨୦୧୮ ଜୁଲାଇରେ ଗୌରବ ଶର୍ମାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଗୌରବଙ୍କୁ ପୋଲିସ ଗିରଫ କରି ଜେଲ୍‌କୁ ପଠାଇଦେଇଥିଲା। ମାସେ ଯିବା ପରେ ଏକ ସ୍ଥାନୀୟ କୋର୍ଟରୁ ଜାମିନ ପାଇ ଗୌରବ ମୁକୁଳିଥିଲେ। ସେବେଠୁ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଗୌରବଙ୍କ ସ୍ତ୍ରୀ ଓ ଖୁଡୀ ସୋମବାର ଏକ ମନ୍ଦିରକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ମୃତକଙ୍କ ଦୁଇଝିଅଙ୍କ ସହ ସେମାନଙ୍କ କଥା କଟାକଟି ହୋଇଥିଲା। ଏଥିରେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ବାପା ହସ୍ତକ୍ଷେପ କରିଥିଲେ। ଦୁହଁିଙ୍କ ଯୁକ୍ତିତର୍କରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ଅଭିଯୁକ୍ତ ଗୌରବ ଘରକୁ ଯାଇ ଆଉ କେତେଜଣ ପୁରୁଷ ସଦସ୍ୟଙ୍କୁ ସେଠାକୁ ଡାକି ଆଣିଥିଲେ। ସେମାନେ ମିଶି ପୀଡ଼ିତାଙ୍କ ବାପାଙ୍କୁ ଗୁଳି କରିଥିଲେ। ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲକୁ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ହାଥ୍‌ରସ ପୋଲିସ ମୁଖ୍ୟ ବିନିତ ଜୟସ୍ବାଲ ଟୁଇଟରରେ ଏକ ଭିଡିଓ ଜାରି କରି ଏହା ପ୍ରକାଶ କରିଛନ୍ତି। ଏହି ମାମଲାରେ ଗୌରବଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଗୌରବ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଧରିପାରି ନାହିଁ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଫିସରମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ଯାଇଛନ୍ତି।

ମାମଲା ପ୍ରତ୍ୟାହାର ନ କରିବାରୁ ବାପାଙ୍କୁ ମାରିଦେଲେ
ଗୌରବ ଶର୍ମା ମୋତେ ବଳାତ୍କାର କରିଥିଲେ। ମୋ ବାପା ଏନେଇ ଥାନାରେ ଏତଲା ଦେଇଥିଲେ। ଗୌରବ କିଛି ଦିନ ଜେଲରେ ରହି ଜାମିନରେ ଆସିଥିଲେ। ବାପାଙ୍କ ଉପରେ ସବୁବେଳେ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଉଥିଲେ। ସୋମବାର ମୋ ସାନଭଉଣୀ ଓ ମୁଁ ଗାଁ ମନ୍ଦିରକୁ ଯାଇଥିଲୁ। ଗୌରବ, ତାଙ୍କ ସ୍ତ୍ରୀ ଓ ଅନ୍ୟ ଦୁଇ ସମ୍ପର୍କୀୟ ସେଠରେ ଥିଲେ। ସେମାନେ ଆମକୁ କମେଣ୍ଟ ମାରିଥିଲେ। ଆମେ ସ୍ଥାନ ଛାଡ଼ି ଚାଲିଆସିଥିଲୁ।
ବାପା ଆଳୁ ଚାଷ କରିଥିବା ଆମ ବିଲକୁ ଯାଇଥିଲୁ। ଗୌରବ ଓ ତାଙ୍କ ସହଯୋଗୀମାନେ ସେଠାକୁ ଆସି ଆମକୁ ପୁଣି ଗାଳି କରିଥିଲେ। ମୁଁ ପ୍ରତିବାଦ କରିବାରୁ ସେମାନେ ମୋତେ ଦୁର୍ବ୍ୟବହାର କରିଥିଲେ। ଜାଗା ଛାଡ଼ି ଚାଲିଯିବା ପୂର୍ବରୁ ସେମାନେ ମୋତେ ଧମକ ଦେଇଥିଲେ। ଏହାର ଦୁଇ ଘଣ୍ଟା ପରେ ଅର୍ଥାତ୍‌ ଅପରାହ୍ନ ୩ଟା ୩୦ରେ ଗୌରବ ୪-୫ ଜଣଙ୍କୁ ଧରି ଆସି ମୋ ବାପଙ୍କୁ ଗୁଳି କରି ହତ୍ୟା କଲେ ବୋଲି ବଳାତ୍କାର ପୀଡ଼ିତା କାନ୍ଦି କାନ୍ଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri