Posted inଜାତୀୟ

ଅଭିଯୁକ୍ତଙ୍କ ଘରେ ପୀଡ଼ିତାଙ୍କୁ ପୁଣି ବଳାତ୍କାର: ପୂରା ଘଟଣା ଜାଣିଲେ…

ଭୋପାଳ,୫ା୯:ମଧ୍ୟପ୍ରଦେଶରେ ବଳାତ୍କାର ହୋଇଥିବା ଜଣେ ନାବାଳିକାଙ୍କୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଅଭିଯୁକ୍ତଙ୍କ ପରିବାରକୁ ପଠାଇଥିବାବେଳେ ସେଠାରେ ସେ ପୁନର୍ବାର ବଳାତ୍କାରର ଶିକାର ହୋଇଛନ୍ତି। ଏହି ମାମଲାରେ ପନ୍ନା ଜିଲା ପୋଲିସ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟରର କର୍ମଚାରୀଙ୍କୁ ମିଶାଇ ମୋଟ ୧୦ ଜଣଙ୍କ ନାମରେ ପୋକ୍‌ସୋ ଆଇନ ଏବଂ ଜୁଭେନାଇଲ୍‌ ଜଷ୍ଟିସ୍‌ ଆଇନରେ ମାମଲା ରୁଜୁ କରିଛି।
ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ପୂର୍ବରୁ ୧୭ ବର୍ଷୀୟା ବାଳିକାଙ୍କୁ ଦିଲ୍ଲୀ ନେଇଥିବାବେଳେ ପନ୍ନା କୋଟଓ୍ବାଲି ଥାନାରେ ମାମଲା ରୁଜୁ ପରେ ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇ ଜେଲ ପଠାଯାଇଥିଲା। ପନ୍ନାରେ ଶିଶୁ ସଂସ୍କାର ଗୃହ ନ ଥିବାରୁ ମାମଲାକୁ ଛତରପୁର ଥାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ସିଡବ୍ଲ୍ୟୁସି ପୀଡ଼ିତାଙ୍କୁ ଅଭିଯୁକ୍ତଙ୍କ ପରିବାରକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲା। ନାବାଳିକା ପୁନର୍ବାର ବଳାତ୍କାରର ସମ୍ମୁଖୀନ ହେବାରୁ ପୋଲିସ ସିଧାସଳଖ ସିଡବ୍ଲ୍ୟୁସିିକୁ ଦାୟୀ କରିଛି। କମିଟିର ଭୁଲ୍‌ ନିଷ୍ପତ୍ତି ଏବଂ ଅଧିକାରୀମାନେ ନାବାଳିକାଙ୍କୁ ବିପଦରେ ପକାଇଥିବା ଏସ୍‌ପି ଶ୍ରୀକ୍ରିଷ୍ଣା ଥୋଟା କହିଛନ୍ତି। ତଦନ୍ତ ଆଧାରରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଭାନୁପ୍ରତାପ ଜଡ଼ିଆ ଓ ସଦସ୍ୟ ଅଞ୍ଜଳି ଭଦୌରିଆ, ଆଶିଷ ବୋଷ୍‌, ସୁଦୀପ ଶ୍ରୀବାସ୍ତବ ଏବଂ ପ୍ରମୋଦ କୁମାର ସିଂଙ୍କ ନାମରେ ପୋକ୍‌ସୋ ଆଇନର ଧାରା ୧୭ ଅନୁଯାୟୀ ଅପରାଧ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ସେହିପରି ଓ୍ବାନ୍‌ ଷ୍ଟପ୍‌ ସେଣ୍ଟରର ପ୍ରଶାସକ କବିତା ପାଣ୍ଡେ, କାଉନ୍‌ସେଲର ପ୍ରିୟଙ୍କା ସିଂ ଏବଂ କେସ୍‌ ଓ୍ବାର୍କର ଶିବାନୀ ଶର୍ମାଙ୍କ ନାମରେ ପୋକ୍‌ସୋ ଆଇନର ଧାରା ୨୧ରେ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ଜିଲା ମହିଳା ଓ ଶିଶୁ ବିକାଶ ଅଧିକାରୀ ଅଓ୍ବଧେଶ ସିଂଙ୍କ ନାମରେ ପୋକ୍‌ସୋ ଆଇନ, ଏସ୍‌ସି-ଏସ୍‌୍‌ଟି ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ଉପଯୁକ୍ତ ଧାରାରେ ମାମଲା ହୋଇଥିବାବେଳେ ନାବାଳିକାଙ୍କୁ ଦଣ୍ଡ ଦିଆଯିବା ନେଇ ଅଞ୍ଜଳି କୁଶଓ୍ବାଙ୍କ ନାମରେ ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟର ଧାରା ୮୨ରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଜେରା କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନ ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri