କ୍ରୋଧର ଶିକାର

ନେପାଳରେ ଯୁବପିଢ଼ି ସେଠାକାର ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ପରେ ଉପୁଜିଥିବା ସ୍ଥିତିକୁ ନେଇ ସେପ୍ଟେମ୍ବର ୯ରେ ‘ଯୁବ ମେଣ୍ଢା’ ଶୀର୍ଷକରେ ସମ୍ପାଦକୀୟ ଲେଖିଥିଲୁ। ପୁରୁଣା ଢାଞ୍ଚାକୁ ଭାଙ୍ଗି ନୂଆ ସମାଜ ଓ ବ୍ୟବସ୍ଥା ସକାଶେ ପ୍ରଚେଷ୍ଟା କରିବା ଯୁବପିଢ଼ିର କର୍ତ୍ତବ୍ୟ ବୋଲି ଦର୍ଶାଇଥିଲୁ। ପରିବର୍ତ୍ତନ ଲାଗି ନେପାଳରେ ଯୁବବର୍ଗର ପ୍ରତିବଦ୍ଧତା ଆଗରେ ସରକାର ମୁଣ୍ଡ ନୁଆଁଇଲା ଭଳି ଛବି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏବେ ଆସିବାରେ ଲାଗିଛି। ସ୍ଥିତି ଏମିତି ସ୍ତରରେ ପହଞ୍ଚତ୍ଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଝାଲନାଥ ଖନାଲଙ୍କ ସ୍ତ୍ରୀ ରାଜ୍ୟଲକ୍ଷ୍ମୀ ଚିତ୍ରକରଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଓ ରାଷ୍ଟ୍ରପତି ଆର୍‌. ସି. ପୌଡେଲ ଇସ୍ତଫା ଦେଇଥିବା ବେଳେ ଅର୍ଥମନ୍ତ୍ରୀ ବିଷ୍ଣୁପ୍ରସାଦ ପୌଡେଲଙ୍କୁ ରାସ୍ତା ଉପରେ ବିକ୍ଷୋଭକାରୀ ଗୋଇଠା ବିଧା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ରାଜନେତା ନୁହନ୍ତି, ସେଠାକାର ପ୍ରଶାସନିକ ଅଧିକାରୀଙ୍କୁ ପାଣି ଭିତରେ ଗୋଡ଼ାଇ ଗୋଡ଼ାଇ ପିଟିବାର ଦୃଶ୍ୟ ପଦାକୁ ଆସିଛି। ଏମାନେ ଭାବିପାରି ନ ଥିଲେ ଯେ ‘ଜେଡ୍‌ ସିକ୍ୟୁରିଟି’ ଓ ପୋଲିସ ସୁରକ୍ଷା ଥିବା ସତ୍ତ୍ୱେ ସେମାନଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିବ। କୁହାଯାଇପାରେ ଯେ, ଯେତେବେଳେ ନାଗରିକ ଅତିଷ୍ଠ ହୋଇ ସରକାର ଓ ଏହାର ବ୍ୟବସ୍ଥା ବିରୋଧରେ ମାତିବେ ସେତେବେଳେ କୌଣସି ସୁରକ୍ଷା ବଳୟ କାମ ଦେବ ନାହିଁ। କାରଣ ସ୍ଥିତି ଦେଖି ସୁରକ୍ଷା ବଳୟ ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ତତ୍‌କ୍ଷଣାତ୍‌ ଓଲଟି ପଡ଼ି ପ୍ରତିବାଦକାରୀଙ୍କ ସହ ସାମିଲ ହୋଇଯାଇଥାଆନ୍ତି। ଆଜି ନେପାଳରେ ସେହି ଅବସ୍ଥା।
ଦେଖିବାକୁ ଗଲେ ତିନି ବର୍ଷ ମଧ୍ୟରେ ଭାରତର ପଡ଼ୋଶୀ ଶ୍ରୀଲଙ୍କା ଓ ବାଂଲାଦେଶ ପରେ ଏବେ ନେପାଳ ଗଣପ୍ରତିବାଦର ସମ୍ମୁଖୀନ ହୋଇ ଶାସକଙ୍କୁ ବିତାଡ଼ିତ କରିଛି। ଜୁଲାଇ ୨୦୨୨ରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଗାଦିଚ୍ୟୁତ ହୋଇ ଦେଶଛାଡ଼ି ପଳାଇଥିଲେ। ସେହିଭଳି ଜୁଲାଇ ୨୦୨୪ରେ ବାଂଲାଦେଶର ହିଂସାତ୍ମକ ପ୍ରତିବାଦ ଯୋଗୁ ଗାଦି ଛାଡ଼ି ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଓ୍ବାଜେଦ୍‌ ଭାରତ ପଳାଇ ଆସିଥିଲେ। ଏପରିକି ରାଜନୈତିକ ଦଳର କର୍ମୀ ମଧ୍ୟ ରାସ୍ତାରେ ବାହାରିବା ପାଇଁ ଭୟ କରିଥିଲେ। ପୋଷା ଗୁଣ୍ଡାମାନେ ଲୁଚିବା ପାଇଁ ସ୍ଥାନ ଖୋଜିଥିଲେ। ବାଂଲାଦେଶରେ ହାସିନା ସରକାର ପତନ ବେଳକୁ ଯାହା ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ଏବେ ନେପାଳରେ ପୁନର୍ବାର ଦେଖିବାକୁ ମିଳିଛି। ଏହା ପୂର୍ବରୁ ଶ୍ରୀଲଙ୍କାର ଗୋଟାବାୟାଙ୍କ ଶାସନ ବେଳେ ସାଧାରଣ ନାଗରିକ ଯେଉଁଭଳି ଭାବେ ସରକାରୀ ଲୋକଙ୍କୁ ନିର୍ଘାତ ମାଡ଼ ଦେଲେ ସେଥିରୁ ପ୍ରମାଣ ମିଳୁଛି ଯେ ଉତ୍ତ୍ୟକ୍ତ ଜନତା ମାତିଲେ କୌଣସି ପୋଲିସ, ମିଲିଟାରୀ ବା ଦଳୀୟ ଗୁଣ୍ଡା ସୁରକ୍ଷା ଯୋଗାଇ ପାରନ୍ତି ନାହିଁ। ସମସ୍ତେ ନିଜ ନିଜର ଜୀବନ ବଞ୍ଚାଇ ଦୌଡ଼ିବା ପାଇଁ ଲକ୍ଷ୍ୟ ରଖିଥିବାରୁ ନେତା ଓ ବଡ଼ ଅଫିସରଙ୍କ ସୁରକ୍ଷା ଚିନ୍ତା ବ୍ୟସ୍ତ କରେନାହିଁ। ନେପାଳର ଯୁବବର୍ଗ ଆହୁରି ଆଗକୁ ଯାଇ କେବଳ ଶାସନରେ ଥିବା ନେତା ନୁହନ୍ତି, ଅନ୍ୟ ରାଜନୈତିକ ଦଳର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଦୀର୍ଘବର୍ଷ ଧରି ସେଠାରେ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ମାନ୍ଦାବସ୍ଥା ଏବଂ ବେକାରି ସମସ୍ୟା ଉତ୍କଟ ହେବା ସହ ସୋସିଆଲ ମିଡିଆର ବ୍ୟାନ୍‌ ଯୁବପିଢ଼ିର ପୁଞ୍ଜିଭୂତ କ୍ରୋଧକୁ ପରିପ୍ରକାଶ କରାଇଛି। ଏଥିରୁ ବୁଝାପଡ଼ିଯାଉଛି ଯେ, ନାଗରିକଙ୍କ ସ୍ବାର୍ଥକୁ ଅଣଦେଖା କଲେ କୌଣସି ରାଜନେତା, ପ୍ରଶାସନିକ ଅଧିକାରୀ ଓ ପୋଲିସ ସୁରକ୍ଷିତ ଭାବେ ରହିପାରିବେ ନାହିଁ। ଏହି ଶିକ୍ଷା ଭାରତ ମଧ୍ୟ ନେବା ଦରକାର। ଯେତେବେଳେ କ୍ରୋଧ ଜାଗ୍ରତ ହେବ, ତାହା କେଉଁଭଳି ରୂପ କରିବ କହିହେବ ନାହିଁ। କେହି ଯଦି ଭାବୁଥିବେ ଭାରତରେ ଏଭଳି ହୋଇପାରିବ ନାହିଁ, ଏହା ଏକ ବିରାଟ ଦେଶ, ବଡ଼ବଡ଼ିଆମାନେ ଜେଡ୍‌ ପ୍ଲସ୍‌ ସିକ୍ୟୁରିଟିରେ ରହୁଥିବାରୁ ତାଙ୍କୁ କେହି ଛୁଇଁପାରିବେ ନାହିଁ କିମ୍ବା ବିରୋଧୀଙ୍କୁ ଦଳୀୟ କର୍ମୀ ସାମ୍ନା କରିନେବେ ଭଳି ଭ୍ରମ ଧାରଣା ପୋଷଣ କଲେ ତାହା ମାରାତ୍ମକ ମୋଡ଼ ନେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Featured Video Play Icon

ମହାତ୍ମା ଗାନ୍ଧୀ: ସତ୍ୟର ସାହସ ଏବଂ ଅହିଂସାର ଅତୁଟ ଆସ୍ଥା

ସତ୍ୟ ଓ ଅହିଂସାର ଶକ୍ତିରେ ସାରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିବା ମହାତ୍ମା ଗାନ୍ଧୀଙ୍କ ଜୀବନ ଥିଲା ଅତି ସରଳ। ତାଙ୍କ ହାତରେ ନା ଥିଲା ଅସ୍ତ୍ର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri