Posted inଜାତୀୟ

ଭାଜପା,ତୃଣମୂଳ କଂଗ୍ରେସ ଏମ୍‌ପିଙ୍କୁ ଫୋନ କରିବି ନାହିଁ: ମାର୍ଗାରେଟ ଆଲ୍‌ଭା

ନୂଆଦିଲ୍ଲୀ,୨୬।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଆଲ୍‌ଭା ଭାଜପା, ବିଜେଡି ଏବଂ ତୃଣମୂଳ କଂଗ୍ରେସ ଏମ୍‌ପିଙ୍କୁ ଫୋନ କରିବେ ନାହିଁ ବୋଲି କହିଛନ୍ତି।
ସେ କହିଛନ୍ତି,ଭାଜପାର କିଛି ବନ୍ଧୁଙ୍କ ସହ କଥା ହେବା ପରେ ତାଙ୍କ ମୋବାଇଲ ଫୋନରୁ ହଠାତ୍‌ କଲ ଯାଉ ନାହିଁ କିମ୍ବା ଆସୁ ନାହିଁ। ଏଥିପାଇଁ ସେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନଏଲ୍‌କୁ ଦାୟୀ କରିଛନ୍ତି। ମୋ ଫୋନ୍‌ ପୁଣି ସ୍ବାଭାବିକ ହେଲେ ମୁଁ ଭାରତୀୟ ଜନତା ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ବିଜୁ ଜନତା ଦଳର କୌଣସି ଏମ୍‌ପିଙ୍କୁ ଫୋନ କରିବି ନାହିଁ ବୋଲି ପ୍ରତିଶ୍ରୁତି ଦେଉଛି।
ଏମ୍‌ଟିଏନଏଲ୍‌ ପକ୍ଷରୁ ଆଲ୍‌ଭାଙ୍କ କଓ୍ବୋଇସିକୁ ସ୍ଥଗିତ ରଖାଯାଇଛି। ୨୪ ଘଣ୍ଟା ଭିତରେ ସିମ କାର୍ଡ ବ୍ଲକ ହୋଇଯିବ ବୋଲି ମଧ୍ୟ କୁହାଯାଇଛି। ଏନେଇ ଆଲ୍‌ଭା କଓ୍ବୋଇସି ଆବଶ୍ୟକ କି ବୋଲି ଏମ୍‌ଟିଏନଏଲ୍‌କୁ ଟୁଇଟର୍‌ରେ ଟ୍ୟାଗ୍‌ କରି ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ। ନୂଆ ଉପରାଷ୍ଟ୍ରପତି ୧୧ ତାରିଖରେ ଶପଥ ନେବେ। ମାର୍ଗେଟ ଆଲ୍‌ଭାଙ୍କ ବିପକ୍ଷରେ ଏନ୍‌ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ପ୍ରଥମ ମୁସଲିମ୍‌ ମହିଳା ଡିଏସ୍‌ପି

ପାଟନା,୧୧।୬: ନିକଟରେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି)ର ୬୪ତମ କମ୍ପିଟେଟିଭ୍‌ ଏକ୍ସାମର ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ପ୍ରଥମ ଥରେ ଜଣେ ମୁସଲିମ...

ଚାଇନା ସୀମାରେ ୩ ଟନେଲ ନିର୍ମାଣ କରିବ ଭାରତ…

ନୂଆଦିଲ୍ଲୀ,୩।୮ : ଖୁବ ଶୀଘ୍ର ଭାରତ ଉତ୍ତରାଖଣ୍ଡକୁ ଲାଗିଥିବା ଚାଇନା ସୀମାରେ ତିନୋଟି ଟନେଲ ନିର୍ମାଣ କରିବ। ଯେଉଁଥିପାଇଁ ଦୁଇଟି ଭିନ୍ନ ଘାଟିରେ ଥିବା ଆଇଟିବିପିର...

ପୀଡିତ ଶିଶୁଙ୍କ ସୁରକ୍ଷା ସମ୍ମାନ ଫେରାଇବା ବିନା ନ୍ୟାୟିକ ପ୍ରଣାଳୀ ଖାଲି ବାକ୍ୟାଂଶର ଏକ ଭ୍ରମ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୦।୮ : ସୁପ୍ରିମକୋର୍ଟ କହିଛନ୍ତି ପ୍ରାରମ୍ଭିକ ଭୟ କିମ୍ବା ଆଘାତ କେବଳ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧରେ କ୍ଷତ ନୁହେଁ। ପରବର୍ତ୍ତୀ ଦିନରେ ସମର୍ଥନ ଏବଂ...

୫ ବର୍ଷରେ ୮ ଲକ୍ଷ ଛାଡିଛନ୍ତି ଭାରତୀୟ ନାଗରିକତ୍ୱ…

ନୂଆଦିଲ୍ଲୀ,୧୪।୮ : ଚଳିତ ବର୍ଷ ୨୦୨୩ରେ ଏପର୍ଯ୍ୟନ୍ତ ୮୭ ହଜାରରୁ ଅଧିକ ଭାରତୀୟ ନାଗରିକତ୍ୱ ଛାଡି ଅନ୍ୟ ଦେଶରେ ବସବାସ କରୁଛନ୍ତି। ଗତ ପାଞ୍ଚ ବର୍ଷର...

ସିସୋଡିଆଙ୍କ ଜାମିନକୁ ବିରୋଧ କରୁଛି ସିବିଆଇ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କ ଜାମିନ ଉପରେ ଶୁଣାଣି ଚାଲିଛି। ଏହି ସମୟରେ କେନ୍ଦ୍ରୀୟ ତଦନ୍ତ...

ପାଣି ବଦଳରେ ସାନିଟାଇଜର୍‌ ପିଇଦେଲେ କମିଶନର

ମୁମ୍ବାଇ,୩।୨: ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ଯୁଗ୍ମ କମିଶନର ରମେଶ ପାୱାର ବୁଧବାର ଦିନ ହଠାତ୍‌ ପାଣି ବଦଳରେ ସାନିଟାଇଜର ପିଇଦେଇଛନ୍ତି। ରମେଶ ପାଓ୍ବାର ବଜେଟ ଉପସ୍ଥାପନ...

ଜେଏନ୍‌ୟୁର ମୁଖାପିନ୍ଧା ଆକ୍ରମଣକାରୀ ଏବିଭିପି ସମର୍ଥକ: ଆକ୍ରମଣ ପୂର୍ବରୁ ଏବଂ ପରେ ଲିଭାଯାଇଥିଲା ଷ୍ଟ୍ରିଟ୍‌ ଲାଇଟ୍‌ !

ନୂଆଦିଲ୍ଲୀ, ୧୧।୧: ଜେଏନ୍‌ୟୁରେ ଜାନୁୟାରୀ ୫ରେ ରାତି ଅନ୍ଧାରରେ କ୍ୟାମ୍ପସ୍‌ରେ ପଶି କିଛି ଦୁର୍ବୃତ୍ତ ଗୁଣ୍ଡାରାଜ ଚଳାଇଥିଲେ। ଶିକ୍ଷାର୍ଥୀ ଏବଂ ଅଧ୍ୟାପକଙ୍କୁ ନିସ୍ତୁକ ପିଟି ଥିବା...

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୨୯ ।୧୧: କରୋନା ମହାମାରୀ ମଧ୍ୟରେ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେଶନ । କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା...

Advertisement
Archives

Model This Week