ପ୍ରାଣୀ ଚିକିତ୍ସାକୁ ଦିଆଯାଉନି ପ୍ରାଧାନ୍ୟ

ଖମାର,୧୮ା୨:  ଗ୍ରାମାଞ୍ଚଳର ଅର୍ଥନୀତିକୁ ଆଗକୁ ନେବାରେ ପ୍ରାଣୀଧନଙ୍କ ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରାଣୀଧନ ପାଳନ ନିମନ୍ତେ ବିଭିନ୍ନ ଯୋଜନାରେ ଯୁବତୀ ଯୁବକମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଅଳ୍ପ ସୁଧରେ ବ୍ୟାଙ୍କରୁ ଋଣ ପ୍ରଦାନ ସହ ସ୍ବାବଲମ୍ବୀ କରିବାର ବ୍ୟବସ୍ଥା କରାଯାଉଛି। କିନ୍ତୁ ପ୍ରାଣୀଧନଙ୍କ ଚିକିତ୍ସା ଦିଗରେ ସରକାର ପ୍ରାଧାନ୍ୟ ଦେଉ ନ ଥିବାରୁ ଅନେକ ଅଞ୍ଚଳରେ ଯୋଜନା ଫଳପ୍ରଦ ହୋଇପାରୁ ନାହିଁ। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳ ଏହାର ଏକ ଉଦାହରଣ। ଏଠାରେ ଥିବା ଖମାର ପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ୫ଟି ଉପ କେନ୍ଦ୍ରରେ ଜଣେ ହେଲେ ଡାକ୍ତର ନାହାନ୍ତି। ଫଳରେ ପ୍ରାଣୀଧନଙ୍କ ଚିକିତ୍ସା ସେବା ଏକପ୍ରକାର ଠପ୍‌ ହୋଇଯାଇଛି।
ଖମାର ପ୍ରାଣୀ ଚିକିତ୍ସାକେନ୍ଦ୍ର ଅଧୀନରେ ଶଙ୍ଖମୁର, ସିଆରିମାଳିଆ, ଇଞ୍ଜିଡ଼, ଖେମଳା ଓ ବଡ଼ସଡ଼ା ଉପ ଚିକିତ୍ସାକେନ୍ଦ୍ର ରହିଛି। ଏସବୁ ଉପ କେନ୍ଦ୍ରରେ ଆଦୌ ଡାକ୍ତର ନ ଥିବାବେଳେ ଖମାରରେ ଥିବା ଜଣେ ଡାକ୍ତର ଓ ଏଲ୍‌ଆଇ (ଲାଇଭ୍‌ ଷ୍ଟକ୍‌ ଇନ୍ସପେକ୍ଟର)ଙ୍କ ଗତ ଜାନୁୟାରୀ ମାସରେ ବଦଳି ହୋଇଯାଇଛି। ଫଳରେ ହଜାର ହଜାର ପ୍ରାଣୀଧନଙ୍କୁ ଚିକିତ୍ସାସେବା ମିଳିପାରୁ ନାହିଁ। ପୂର୍ବରୁ ଖମାରରେ ଥିବା ଏଲ୍‌ଆଇ ଡିଲେଶ୍ୱର ସାମଲଙ୍କ ୧୮ ଜାନୁୟାରୀ ୨୦୨୧ରେ ଓ ପ୍ରାଣୀଧନ ଚିକିତ୍ସକ ନିରୋଦ ସାହୁଙ୍କ ସେହି ମାସ ୨୧ ତାରିଖରେ ବଦଳି ହୋଇଛି। ତେଣୁ ଚାଷୀମାନେ ପାଳନ କରିଥିବା ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା ଆଦିଙ୍କ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉପଯୁକ୍ତ ସମୟରେ ଚିକିତ୍ସା ଓ ପରାମର୍ଶ ମିଳୁ ନ ଥିବାରୁ ବହୁ ପ୍ରାଣୀଧନଙ୍କ ଜୀବନହାନି ମଧ୍ୟ ଘଟୁଛି। ଫଳରେ ବ୍ୟାଙ୍କରୁ ଋଣ କରି ପ୍ରାଣୀ ପାଳନ କରିଥିବା ଚାଷୀମାନେ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅନୁଗୋଳ ଜିଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉ ନ ଥିବାରୁ ଖମାର ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଏବେ ଜଣେ ମାତ୍ର ପିଅନ ଅଛନ୍ତି। ସେହିପରି ବଡ଼ସଡାଠାରେ ଥିବା ଉପ ଚିକିତ୍ସାକେନ୍ଦ୍ର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ନୂଆ କୋଠା ନିର୍ମାଣ ହେବା ଦିନଠାରୁ ଏଠାରେ ଜଣେ ହେଲେ ଡାକ୍ତର କି କର୍ମଚାରୀ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ଉକ୍ତ କୋଠାରେ ଅସାମାଜିକମାନେ ଆଡ୍ଡା ଜମାଉଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ଭିତ୍ତିଭୂମି ନିର୍ମାଣ କରାଯାଉଥିଲେ ମଧ୍ୟ ତାହାକୁ କାର୍ଯ୍ୟରେ ଲଗାଯାଉ ନ ଥିବାରୁ ସରକାର ଅର୍ଥର ଅପବ୍ୟୟ ହେଉଛି। ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ନ ଦେଲେ ଖମାର ଅଞ୍ଚଳର ଚାଷୀ, ଯୁବତୀ ଯୁବକମାନେ ପ୍ରାଣୀଧନ ପାଳନରୁ ମୁହଁ ଫେରାଇ ନେବେ ସାଧାରଣରେ ମତପ୍ରକାଶ ପାଉଛି।

ପ୍ରଶାସନର ଅବହେଳା ଦାୟୀ
ଖମାର ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଗୋରୁ, କୁକୁଡ଼ା, ଛେଳି ଅଛନ୍ତି। କିନ୍ତୁ ପ୍ରଶାସନର ଅବହେଳା କାରଣରୁ ପ୍ରାଣୀଧନଙ୍କୁ ଚିକିତ୍ସା ସେବା ମିଳିପାରୁ ନାହିଁ। ଦୀର୍ଘ ଦିନ ହେବ ଏଠି ପ୍ରାଣୀଧନ ଚିକିତ୍ସକ ନ ଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ।
-ମୀନା ପ୍ରଧାନ, ଓଡ଼ଶ

ଗୋ ପାଳନ ପ୍ରତି ଆଗ୍ରହ କମୁଛି
ଗାଈ ପାଳନ ପାଇଁ ପୂର୍ବରୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଯାଉଥିଲା। କିନ୍ତୁ ଚିକିତ୍ସା ବ୍ୟବସ୍ଥା ନେଇ ଲୋକେ ବର୍ଷ ବର୍ଷ ଧରି ହଇରାଣ ହେଉଥିବାରୁ ସେଥିପ୍ରତି ଆଉ ମନ ବଳାଉ ନାହାନ୍ତି। ବିଶେଷକରି ଗାଈମାନଙ୍କ ପ୍ରଜନନ କ୍ଷେତ୍ରରେ ଅସୁବିଧା ହେଉଛି। ବ୍ୟାଙ୍କରୁ ଗୋ ପାଳନ ପାଇଁ ଋଣ ମଧ୍ୟ ଠିକ୍‌ ଭାବେ ପ୍ରଦାନ କରାଯାଉ ନାହିଁ।
-ଅନସୂୟା ଦେହୁରୀ, ଶଙ୍ଖମୁର

କ୍ଷତି ସହୁଛନ୍ତି ଚାଷୀ
ପୂର୍ବରୁ ଯୋଗାଯୋଗ କ୍ଷେତ୍ରରେ ଅସୁବିଧା ଯୋଗୁ ପ୍ରାଣୀଧନଙ୍କ ଚିକିତ୍ସାରେ ବିଳମ୍ବ ହେଉଥିଲା। ହେଲେ ଏବେ ସେହି ସମସ୍ୟା ନ ଥିଲେ ମଧ୍ୟ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ନାହାନ୍ତି। ଫଳରେ ଗୋରୁ, ଛେଳି, ମେଣ୍ଢା ରଖିଥିବା ଚାଷୀ ହଇରାଣ ହେବା ସହ କ୍ଷତି ସହୁଛନ୍ତି। ସରକାର ଡାକ୍ତର ନିଯୁକ୍ତି ନ ଦେଲେ ଗୋ ପାଳନରୁ ନିବୃତ୍ତ ରହିବୁ।
-ଭୂୟାଁ ସେଠୀ, ଶଙ୍ଖମୁର

ସମସ୍ୟା ବଢ଼ି ଚାଲିଛି
ଖେମଳା ପଞ୍ଚାୟତରେ ଥିବା ପ୍ରାଣୀ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଚିକିତ୍ସକ ନାହାନ୍ତି। ପ୍ରାଣୀଧନଙ୍କ ଚିକିତ୍ସା ଆବଶ୍ୟକ ପଡ଼ିଲେ ଖମାରରୁ ଡାକ୍ତର ଆସୁଥିଲେ। କିନ୍ତୁ ଖମାରରେ ଏବେ ଉକ୍ତ ପଦବୀ ଖାଲି ପଡ଼ିଥିବାରୁ ସେହି ସୁବିଧା ଆଉ ଚାଷୀଙ୍କୁ ମିଳିପାରୁ ନାହିଁ। ଫଳରେ ସମସ୍ୟା ବଢ଼ି ଚାଲିଛି।
-କ୍ଷିତୀସ ଗଡ଼ନାୟକ, ଖେମଳା

ଆମ ହାତରେ କିଛି ନାହିଁ
ଆମ ହାତରେ କିଛି ନାହିଁ। ସରକାର ଚାହିଁଲେ ହିଁ ସବୁ ଖାଲି ପଦବୀ ପୂରଣ ହେବ। ଏବେ ୨ଜଣ ଏଲ୍‌ଆଇଙ୍କୁ ଅସ୍ଥାୟୀ ଭାବେ ଖମାର ଅଞ୍ଚଳର ପ୍ରାଣୀଧନଙ୍କ ଚିକିତ୍ସା ଦାୟିତ୍ୱ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଉପରିସ୍ଥ ପ୍ରଶାସନ ଚାହିଁଲେ ଉତ୍ତମ ସେବା ଯୋଗାଇ ଦିଆଯିବ।
-ଜିତେନ୍ଦ୍ର ସାହୁ,
ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri