ଭାପୁରରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ

ଭାପୁର, ୧ା୭(ଭରତ କୁମାର ବେହେରା ): ଭାପୁର ବ୍ଲକର ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକର ଜନସାଧାରଣ କୃଷି ସହ ପଶୁ ପାଳନକୁ ପେଶା କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ହେଲେ ସରକାରୀ ପ୍ରୋତ୍ସାହନ ଅଭାବ, ଗୋ-ସମ୍ପଦ ବୃଦ୍ଧିରେ ବାଧକ ସୃଷ୍ଟି ହେଉଛି। ଭାପୁର ବ୍ଲକର ୨୦ଟି ପଞ୍ଚାୟତ ପାଇଁ ଭାପୁର ବଜାର ସଦର ମହକୁମାରେ ଗୋଟିଏ ଭେଟେନାରୀ ସେଣ୍ଟର ରହିଛି। ୪ଟି ସବ୍‌ ସେଣ୍ଟର ବଡ଼ସହରା, ବାଉଁଶବାଟୀ, ବାଇଗୁଣିଆ, ଚକ୍ରଧରପ୍ରସାଦ ଗ୍ରାମରେ ରହିଛି। ସେଥିରେ ମଧ୍ୟ କେତେଗୋଟି ପଦବୀ ଖାଲି ପଡ଼ିଛି। ଭାପୁର ବ୍ଲକରେ ୮ଜଣ ପ୍ରାଣୀ ଚିକିତ୍ସକ ରହିବା ଆବଶ୍ୟକ ଥିବାବେଳେ ସରକାର ୪ ଜଣ ଚିକିତ୍ସକଙ୍କୁ ନିଯୁକ୍ତି ଦେଇଛନ୍ତି। ସେଥି ମଧ୍ୟରୁ ୩ ଗୋଟି ପଦବୀ ଖାଲି ରହିଛି। ବ୍ଲକରେ ଏବେ ୨୪,୦୯୪ ଗାଈ ବଳଦ, ୮୬୧ ମଇଁଷି ଓ ପଣ୍ଡା, ୫୬୮୨ଟି ଛେଳି ଓ ୪୯୬୯ ମେଣ୍ଢା ରହିଛନ୍ତି। ବ୍ଲକର ଆବଶ୍ୟକ ଅନୁସାରେ, ଆଉ ୨ଟି ଭେଟେନାରୀ ସେଣ୍ଟର ଆବଶ୍ୟକତା ରହିଥିବା ବେଳେ ଅଧିକ ୧୬ଟି ସବ୍‌ ସେଣ୍ଟର ଖୋଲିବା ଦରକାର ପଡୁଛି। ବ୍ଲକରେ ଏବେ ଗୋଟିଏ ଭେଟେନାରୀ ସେଣ୍ଟର ଭାପୁରଠାରେ ରହିଥିବା ବେଳେ ବାଉଁଶବାଟୀ ଓ ବାଇଗୁଣୀଆ ସବ୍‌ ସେଣ୍ଟରକୁ ଅପ୍‌ ଗ୍ରେଡ଼ କରି ୨ଟିକୁ ଭେଟେନାରୀ ସେଣ୍ଟର କରାଯିବାର ଆବଶ୍ୟକତା ରହିଛି। ସେହିପରି ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ସବ୍‌ ସେଣ୍ଟର ଖୋଲିଲେ ଆହୁରି ୧୬ଟି ନୂତନ ସବ୍‌ ସେଣ୍ଟର ଆବଶ୍ୟକତା ମେଣ୍ଟାଯାଇ ପାରିବ ବୋଲି ଜଣାଯାଇଛି। ଭାପୁର ବ୍ଲକର ଗଁା ଗହଳିରେ ବେକାର ଯୁବତୀଯୁବକମାନେ ଗାଈ ଫାର୍ମ, ମେଣ୍ଢା, ଛେଳି ଫାର୍ମ କରିବାକୁ ଆଗ୍ରହ ଦେଖାଇଲା ବେଳକୁ ବିଭାଗୀୟ କର୍ମଚାରୀ ଅଭାବ ଓ ଠିକ୍‌ ସେବା ନ ପାଇବାର ଭୟ ସେମାନଙ୍କୁ ପଛକୁ ଟାଣି ନେଉଛି। ଏପରିକି ପଦ୍ମାବତୀ ଓ କରବର ଭଳି ପଞ୍ଚାୟତର ଗୋ ଚାଷୀ ଗୋସେବା ପାଇଁ ୧୨ କିଲୋମିଟର ଦୂର ବାଉଁଶବାଟୀ କିମ୍ବା ଭାପୁର ଆସିବାକୁ ବାଧ୍ୟ ହୋଇଥାନ୍ତି। ଭାପୁର ବ୍ଲକକୁ ଏପରି ଅଣଦେଖା କରାଯିବା ଜନସାଧାରଣଙ୍କୁ ବ୍ୟଥିତ କରୁଛି। ତେଣୁ ଭାପୁର ବ୍ଲକରେ ଅଧିକ ପ୍ରାଣୀ ଚିକିତ୍ସକ ପଦବୀ ପୂରଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri