Posted inଫୁରସତ

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ ମାସର ଶେଷ ସପ୍ତାହର ଶେଷ ଶନିବାର ବିଶ୍ୱର ପ୍ରାଣୀ ଚିକିତ୍ସା ଅନୁଷ୍ଠାନ ଏବଂ ପ୍ରାଣୀ ଚିକିତ୍ସକମାନେ ସମାଜ ପ୍ରଗତିରେ ପ୍ରାଣୀମାନଙ୍କ ଅବଦାନ ସହିତ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବ୍ରତୀ ଥିବା ଚିକିତ୍ସକମାନଙ୍କ ଭୂମିକା ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଆସୁଅଛି ା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା- ସାରା ବିଶ୍ୱରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା କରାଯାଉଥିବା ପ୍ରାଣୀ ସମ୍ପଦ ବିକାଶଭିତ୍ତିକ ବହୁମୁଖୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତିକୁ ଅଲୋକପାତ କରାଯିବା ସହିତ ପ୍ରୋସତ୍ାହିତ କରିବା। ଏଥିସହିତ ଜନସ୍ବାସ୍ଥ୍ୟ ଏବଂ ପ୍ରାଣୀ ସ୍ବାସ୍ଥ୍ୟସେବା ସହିତ ଜୀବକଲ୍ୟାଣର ଉନ୍ନତି ଆଣିବାରେ ପ୍ରାଣୀ ଚିକିତ୍ସକଙ୍କ ଭୂମିକା ନେଇ ଜନସଚେତନତା ସୃଷ୍ଟି କରିବା ା ପ୍ରତିବର୍ଷ ବିଶ୍ୱ ପ୍ରାଣୀ ଚିକିତ୍ସା ସଂଘ ଏବଂ ପ୍ରାଣୀ ସ୍ବାସ୍ଥ୍ୟ ପାଇଁ ବିଶ୍ୱ ସଂଗଠନ ବା ଓ.ଆଇ.ଇ.ର ମିଳିତ ଆନୁକୂଲ୍ୟର ପ୍ରାଣୀ ଚିକିତ୍ସା ଦିବସର ବିଭିନ୍ନ ବିଷୟବସ୍ତୁ ବା ବାର୍ତ୍ତା ନିର୍ଦ୍ଧାରିତ ହୋଇଥାଏ ା ଚଳିତ ବର୍ଷ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସର ବାର୍ତ୍ତା ହେଲା – ”ପ୍ରାଣୀ ଚିକିତ୍ସକମାନେ ହେଉଛନ୍ତି ପ୍ରୟୋଜନୀୟ ସ୍ବାସ୍ଥ୍ୟକର୍ମୀ।“
ପ୍ରାଣୀ ଓ ମନୁଷ୍ୟର ସ୍ବାସ୍ଥ୍ୟ ରକ୍ଷା ସହିତ ସୁସ୍ଥ ପରିବେଶ ସୃଷ୍ଟି ନେଇ ପ୍ରାଣୀ ଚିକିତ୍ସକଙ୍କ ଭୂମିକା ଅତୁଳନୀୟ ା ପ୍ରାଣୀ ଚିକିତ୍ସକମାନେ କଥା କହିପାରୁ ନ ଥିବା ପ୍ରାଣୀକୁ ନିଜର ଅଧ୍ୟବସାୟ ବଳରେ ଚିକିତ୍ସା ସେବା ଯୋଗାଇଦେବା ସହିତ ଆମ ସ୍ବାସ୍ଥ୍ୟ ବର୍ଦ୍ଧକ ପ୍ରାଣୀଜ ପୁଷ୍ଟିସାର ଯଥା ଦୁଗ୍ଧ, ମାଂସ ଓ ଅଣ୍ଡା ଉପତ୍ାଦନ ବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରାଣୀ ପାଳନ ଯଥା ଗୋପାଳନ, ଛେଳି ପାଳନ, ମେଣ୍ଢା ପାଳନ, ଘୁଷୁରି ପାଳନ, କୁକ୍କୁଟ ଜାତୀୟ ପକ୍ଷୀ ପାଳନ ଉପରେ ଗୁରୁତ୍ୱ ଦେଇଆସୁଛନ୍ତ। ସେହିପରି ବିଭିନ୍ନ ପୋଷା ପ୍ରାଣୀ ଯଥା କୁକୁର, ବିଲେଇ ଓ ଅନ୍ୟାନ୍ୟ ବନ୍ୟ ପଶୁପକ୍ଷୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ପ୍ରାଣୀ ଚିକିତ୍ସକଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଆସିଅଛି। ଏହି ପ୍ରାଣୀ ପାଳନ ଉପରେ ନିର୍ଭର କରି ବହୁ ଯୁବୋଦ୍ୟୋଗୀ, ଚାଷୀ ତଥା ପ୍ରାଣୀପାଳକମାନେ ଆମତ୍ନିର୍ଭରଶୀଳ ହୋଇ ରୋଜଗାରକ୍ଷମ ହୋଇପାରୁଛନ୍ତି ା
ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ ଅବସରରେ ପ୍ରତ୍ୟେକ ଜିଲା ଓ ରାଜ୍ୟ ସ୍ତରରେ ସରକାର ପ୍ରାଣୀପାଳକ ଏବଂ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଉସତ୍ାହିତ କରିବା ନିମନ୍ତେ କୃତ୍ରିମ ପ୍ରଜନନ, ଟିକାକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଆଧାରକରି ପୁରସ୍କୃତ ବା ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ା ସେହିପରି ବିଭିନ୍ନ ଅବସରପ୍ରାପ୍ତ ପ୍ରାଣୀ ବିକାଶ ସମିତିର ବରିଷ୍ଠ ଡାକ୍ତରମାନଙ୍କ ତରଫରୁ ମଧ୍ୟ ବ୍ୟାପକ ଟିକାକରଣ ଓ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି ା
-ଡା. ବୀରକିଶୋର ପରିଡ଼ା,
ପ୍ରାକ୍ତନ ଅତିରିକ୍ତ ନିର୍ଦ୍ଦେଶକ (ପ୍ରାଣୀ ସମ୍ପଦ ବିଭାଗ) ପ୍ଲଟ୍‌ ନଂ-୨୭୬, ଲକ୍ଷ୍ମୀପ୍ରିୟା ଭବନ, ମହାନଦୀ ବିହାର, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri