Posted inଖେଳ

ସିଜନରେ ଭର୍ଷ୍ଟାପେନ୍‌ଙ୍କ ୧୮ତମ ବିଜୟ

ଲାସ୍‌ ଭେଗାସ, ୨୦ା୧୧ : ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଲାସ୍‌ଭେଗାସ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ୧୮ତମ ରେସ୍‌ ବିଜୟ। ୩ଥର ବିଶ୍ୱ ଚାମ୍ପିୟନଙ୍କର ଏହା କ୍ରମାଗତ ୬ଷ୍ଠ ଏବଂ ମୋଟ ଉପରେ ୫୩ତମ ରେସ୍‌ ବିଜୟ। ରେସ୍‌ ଆରମ୍ଭରେ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ଙ୍କୁ ଟ୍ରାକ୍‌ରୁ ବାହାରି ଯିବାକୁ ବାଧ୍ୟ କରିବା ଏବଂ ପରେ ମର୍ସିଡିଜ୍‌ର ଜର୍ଜ ରସେଲଙ୍କ ସହ ଧକ୍କା ପାଇଁ ତାଙ୍କୁ ୫ସେକେଣ୍ଡ ପେନାଲ୍ଟି ହୋଇଥିଲା। ଏହା ସତ୍ତ୍ୱେ ସେ ଲେକ୍‌ରେକଙ୍କୁ ପଛରେ ପକାଇ ରେସ୍‌ ଜିତି ନେଇଥିଲେ। ତାଙ୍କ ଟିମ୍‌ମେଟ ସର୍ଗିଓ ପେରେଜଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହି ବିଜୟ ଦ୍ୱାରା ଭର୍ଷ୍ଟାପେନ୍‌ ସର୍ବକାଳିନ ବିଜୟୀ ତାଲିକାରେ ସେବାଷ୍ଟିଆନ ଭେଟଲଙ୍କ ସହ ମିଳିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଗୋଟିଏ ସିଜନରେ ୨୧ଟି ରେସ୍‌ରୁ ରେଡ୍‌ବୁଲ୍‌ର ୨୦ତମ ବିଜୟ ଏକ ରେକର୍ଡ। ରେସ୍‌ର ୪ର୍ଥ ଓ ୧୦ମ ସ୍ଥାନ ମଧ୍ୟରେ ରହିଥିବା ଡ୍ରାଇଭରମାନେ ହେଲେ ଏଷ୍ଟିବାନ ଓକନ (ଅଲପାଇନ୍‌), ଲାନ୍ସ ଷ୍ଟ୍ରୋଲ୍‌ (ଆଷ୍ଟନ ମାର୍ଟିନ), କାର୍ଲୋସ ସେଞ୍ଜ ଜୁନିୟର (ଫେରାରି), ଲୁଇସ୍‌ ହାମିଲଟନ(ମର୍ସିଡିଜ୍‌), ଜର୍ଜ ରସେଲ (ମର୍ସିଡିଜ), ଫର୍ନାଣ୍ଡୋ ଆଲେଁାସୋ (ଆଷ୍ଟନ ମାର୍ଟିନ) ଏବଂ ଓସ୍କାର ପିଆଷ୍ଟ୍ରି (ମ୍ୟାକଲରେନ)। ୩ଦିନ ଧରି ଅନୁଷ୍ଠିତ ଏହି ଇଭେଣ୍ଟ ମୋଟ ୩୧୫,୦୦୦ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଖୁବ୍‌ ଜାକଜକମରେ ଅନୁଷ୍ଠିତ ସିଜନର ୨୧ତମ ରେସ୍‌ ପାଇଁ ଟିକେଟର ଦାମ୍‌ ଅଧିକ ରହିଥିଲା। ହେଟେଲଗୁଡ଼ିକ ସେମାନଙ୍କ ମୂଲ୍ୟ ବଢାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri