Posted inଖେଳ

ସିଜନରେ ଭର୍ଷ୍ଟାପେନ୍‌ଙ୍କ ୧୮ତମ ବିଜୟ

ଲାସ୍‌ ଭେଗାସ, ୨୦ା୧୧ : ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଲାସ୍‌ଭେଗାସ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ୧୮ତମ ରେସ୍‌ ବିଜୟ। ୩ଥର ବିଶ୍ୱ ଚାମ୍ପିୟନଙ୍କର ଏହା କ୍ରମାଗତ ୬ଷ୍ଠ ଏବଂ ମୋଟ ଉପରେ ୫୩ତମ ରେସ୍‌ ବିଜୟ। ରେସ୍‌ ଆରମ୍ଭରେ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ଙ୍କୁ ଟ୍ରାକ୍‌ରୁ ବାହାରି ଯିବାକୁ ବାଧ୍ୟ କରିବା ଏବଂ ପରେ ମର୍ସିଡିଜ୍‌ର ଜର୍ଜ ରସେଲଙ୍କ ସହ ଧକ୍କା ପାଇଁ ତାଙ୍କୁ ୫ସେକେଣ୍ଡ ପେନାଲ୍ଟି ହୋଇଥିଲା। ଏହା ସତ୍ତ୍ୱେ ସେ ଲେକ୍‌ରେକଙ୍କୁ ପଛରେ ପକାଇ ରେସ୍‌ ଜିତି ନେଇଥିଲେ। ତାଙ୍କ ଟିମ୍‌ମେଟ ସର୍ଗିଓ ପେରେଜଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହି ବିଜୟ ଦ୍ୱାରା ଭର୍ଷ୍ଟାପେନ୍‌ ସର୍ବକାଳିନ ବିଜୟୀ ତାଲିକାରେ ସେବାଷ୍ଟିଆନ ଭେଟଲଙ୍କ ସହ ମିଳିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଗୋଟିଏ ସିଜନରେ ୨୧ଟି ରେସ୍‌ରୁ ରେଡ୍‌ବୁଲ୍‌ର ୨୦ତମ ବିଜୟ ଏକ ରେକର୍ଡ। ରେସ୍‌ର ୪ର୍ଥ ଓ ୧୦ମ ସ୍ଥାନ ମଧ୍ୟରେ ରହିଥିବା ଡ୍ରାଇଭରମାନେ ହେଲେ ଏଷ୍ଟିବାନ ଓକନ (ଅଲପାଇନ୍‌), ଲାନ୍ସ ଷ୍ଟ୍ରୋଲ୍‌ (ଆଷ୍ଟନ ମାର୍ଟିନ), କାର୍ଲୋସ ସେଞ୍ଜ ଜୁନିୟର (ଫେରାରି), ଲୁଇସ୍‌ ହାମିଲଟନ(ମର୍ସିଡିଜ୍‌), ଜର୍ଜ ରସେଲ (ମର୍ସିଡିଜ), ଫର୍ନାଣ୍ଡୋ ଆଲେଁାସୋ (ଆଷ୍ଟନ ମାର୍ଟିନ) ଏବଂ ଓସ୍କାର ପିଆଷ୍ଟ୍ରି (ମ୍ୟାକଲରେନ)। ୩ଦିନ ଧରି ଅନୁଷ୍ଠିତ ଏହି ଇଭେଣ୍ଟ ମୋଟ ୩୧୫,୦୦୦ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଖୁବ୍‌ ଜାକଜକମରେ ଅନୁଷ୍ଠିତ ସିଜନର ୨୧ତମ ରେସ୍‌ ପାଇଁ ଟିକେଟର ଦାମ୍‌ ଅଧିକ ରହିଥିଲା। ହେଟେଲଗୁଡ଼ିକ ସେମାନଙ୍କ ମୂଲ୍ୟ ବଢାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri