Posted inଜାତୀୟ

ଇଡବ୍ଲୁଏସ୍‌ ମାମଲାର ରାୟ ସଂରକ୍ଷିତ…

ନୂଆଦିଲ୍ଲୀ, ୨୭।୯ : ଆର୍ଥିକ ସ୍ଥିତିକୁ ଆଧାର କରି ଉଚ୍ଚଶିକ୍ଷା ତଥା ନିଯୁକ୍ତି ପ୍ରସଙ୍ଗରେ ଅଥନୈତିକ ଦୁର୍ବଳ ବର୍ଗ(ଇଡବ୍ଲୁଏସ୍‌)ଙ୍କ ପାଇଁ ସଂରକ୍ଷଣର ସାମ୍ବିଧାନିକ ବୈଧତା ସମ୍ବନ୍ଧୀୟ ଏକ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଇଡବ୍ଲୁଏସ୍‌ କୋଟାରେ ୧୦ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକତା ଶୁଣାଣି କରି ଏହା କରିଛନ୍ତି।

୧୦୩ ତମ ସାମ୍ବିଧାନିକ ସଂଶୋଧନ ଅନ୍ତର୍ଗତ ଜାନୁଆରୀ ୨୦୧୯ ରେ ଇଡବ୍ଲୁଏସ୍‌ କୋଟା ଲାଗୁ କରାଯାଇଥିଲା। ଏହି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।ନ୍‌ ଆବେଦନରେ କୁହାଯାଇଛି ଯେ ଏସସି, ଏସଟି ଏବଂ ଓବିସିରେ ମଧ୍ୟ ଗରିବ ଲୋକ ଅଛନ୍ତି, ତେବେ କାହିଁକି ଏହି ସଂରକ୍ଷଣ କେବଳ ସାଧାରଣ ବର୍ଗର ଲୋକଙ୍କୁ ଦିଆଯାଉଛି? ଏହା ୫୦ ପ୍ରତିଶତ ସଂରକ୍ଷଣ ନିୟମକୁ ଉଲ୍ଲଂଘନ କରୁଛି। ଓବିସି ପାଇଁ ୨୭ ପ୍ରତିଶତ କୋଟା, ଏସସି ପାଇଁ ୧୫ ପ୍ରତିଶତ ଏବଂ ଏସଟି ପାଇଁ ୭.୫ ପ୍ରତିଶତ କୋଟା ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ, ୧୦ ପ୍ରତିଶତ ଇଡବ୍ଲୁଏସ୍‌ କୋଟା ୫୦ ପ୍ରତିଶତ ନିୟମକୁ ଉଲ୍ଲଂଘନ କରୁଛି।

ଗତ ଶୁଣାଣି ସମୟରେ ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ ସାଧାରଣ ବର୍ଗଙ୍କର ଇଡବ୍ଲୁଏସ୍‌ କୋଟା ଉପରେ ଅଧିକାର ଅଛି। କାରଣ ଏସସି-ଏସଟିର ଲୋକମାନେ ପୂର୍ବରୁ ସଂରକ୍ଷଣର ଅନେକ ଲାଭ ପାଇଛନ୍ତି । ପ୍ରଧାନ ବିଚାରପତି ୟୁୟୁ ଲଲିତ, ଜଷ୍ଟିସ ଦୀନେଶ ମାହେଶ୍ୱରୀ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ଜେ.ବି ପାରଦିୱାଲାଙ୍କୁ ନେଇ ଗଠିତ ଏକ ସମ୍ବିଧାନ ବେଞ୍ଚ ପୂର୍ବରୁ ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ କହିଛନ୍ତି ଯେ ପଛୁଆ ଜାତି, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଲୋକମାନେ ପୂର୍ବରୁ ଏହାର ସୁଯୋଗ ଲାଭ କରି ସାରିଛନ୍ତି। ଏବେ ସାଧାରଣ ବର୍ଗର ଗରିବ ଲୋକମାନେ ଏହି ନିୟମ ଅନୁଯାୟୀ ଲାଭ ପାଇବେ ଯାହା ବୈପ୍ଳବିକ ବୋଲି ପ୍ରମାଣିତ ହେବ ।

ଭେନୁଗୋପାଲ କହିଥିଲେ ଯେ ଏହି ନିୟମ ଧାରା ୧୫ (୬) ଏବଂ ୧୬ (୬) ଅନୁଯାୟୀ କାର୍ଯ୍ୟକାରୀ ହେଉଛି। ଏହା ପଛୁଆ ଏବଂ ବଞ୍ଚିତ ଲାକଙ୍କୁ ଆଡମିଶନ ଏବଂ ଚାକିରିରେ ସଂରକ୍ଷଣ ପ୍ରଦାନ କରେ ଏବଂ ୫୦ ପ୍ରତିଶତ ସୀମା ଅତିକ୍ରମ କରେ ନାହିଁ। ସେ କହିଛନ୍ତି ଯେ ସମ୍ବିଧାନରେ ଏସସି ଏବଂ ଏସଟି ପାଇଁ ସଂରକ୍ଷଣ ପୃଥକ ଭାବରେ ଉଲ୍ଲେଖ କରାଯାଇଛି। ଏହି ଅନୁଯାୟୀ, ସେମାନଙ୍କୁ ସଂସଦରେ, ପଞ୍ଚାୟତରେ ଏବଂ ସ୍ଥାନୀୟ ସଂସ୍ଥାରେ ଏବଂ ପଦୋନ୍ନତିରେ ସଂରକ୍ଷଣ ପ୍ରଦାନ କରାଯାଇଛି। ଯଦି ସେମାନଙ୍କର ପଛୁଆ ସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କୁ ସମସ୍ତ ପ୍ରକାରର ଲାଭ ଦିଆଯାଉଛି, ତେବେ ସେମାନେ ଇଡବ୍ଲୁଏସ୍‌କୋଟା ପାଇବା ପାଇଁ ଏହି ସମସ୍ତ ସୁବିଧା ଛାଡିବାକୁ ପ୍ରସ୍ତୁତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?