ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।
କମିଟି ଅଧ୍ୟକ୍ଷା ତଥା ସିଭିଲ ଜଜ (ସିନିୟର ଡିଭିଜନ) ମହାଶ୍ୱେତା ପରିଜା ଏବଂ ଜେଏମଏଫ୍ସି ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ୮ଟି ଫୌଜଦାରୀ ମାମଲାର ଫୈସଲା କରାଯାଇଥିଲା। ଏଥିସହ ବିଭିନ୍ନ ବ୍ୟାଙ୍କର ଋଣ ସମ୍ପର୍କିତ ମାମଲାରୁ ୧ ଲକ୍ଷ ଟଙ୍କା ଆଦାୟ ହୋଇଥିଲା।
କାର୍ଯ୍ୟକ୍ରମରେ ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ ଓ ହେମନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ବିଚାର ବିଭାଗୀୟ କର୍ମଚାରୀ ଶିବରାମ ସାହୁ, ଅଞ୍ଜଳି ମହାରଣା, ପ୍ରଦୀପ କୁମାର ପୁରୋହିତ, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ୱିନୀ କୁମାର ପଟ୍ଟନାୟକ, ପିଲଚୁ ହେମ୍ବ୍ରମ ଓ ଆକାଶ କୁମାର ପାଢ଼ୀଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାର ଅଧିକାରୀ ଏବଂ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।