ଶୁକ୍ରଙ୍କ ଗୋଚର ଯୋଗୁ ମାଲାମାଲ ହେବେ ଏହି ୫ ରାଶି: ଫିଟିବ ଭାଗ୍ୟ, ଧନ ବର୍ଷା ସାଙ୍ଗକୁ ପଦୋନ୍ନତି…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ସୌନ୍ଦର୍ଯ୍ୟ, ପ୍ରେମ, ଐଶ୍ଚର୍ଯ୍ୟ, ବୈଭବ ଏବଂ ଭୌତିକ ସୁଖର କାରକ ବୋଲି ବିବେଚନା କରାଯାଏ। ଏହି ଗ୍ରହ ବିବାହ, ସମ୍ପର୍କ ଏବଂ ସୃଜନଶୀଳତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ୨୦୨୫ ଅକ୍ଟୋବର ୯ ତାରିଖରେ ଶୁକ୍ର ଗ୍ରହ କନ୍ୟା ରାଶିରେ ପ୍ରବେଶ କରିବେ। ଏହି ଗୋଚର କିଛି ରାଶିଙ୍କ ପାଇଁ ବିଶେଷ ଭାବେ ଲାଭଦାୟକ ହେବ।

କନ୍ୟା ରାଶିରେ ଶୁକ୍ରଙ୍କ ଗୋଚର ୯ ଅକ୍ଟୋବରରୁ ୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଭୌତିକ ସୁଖ, ପ୍ରେମ ଏବଂ ବିଳାସିତା ସହ ଜଡ଼ିତ ବିଷୟରେ କିଛି ଚ୍ୟାଲେଞ୍ଜ ଆସିପାରେ। ତେବେ ଶୁକ୍ରଙ୍କ ଏହି ଅବସ୍ଥାନ ବିଶ୍ଳେଷଣାତ୍ମକ ଏବଂ ବ୍ୟବହାରିକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିଥାଏ, ଯାହା କିଛି ରାଶିଙ୍କୁ କ୍ୟାରିୟର, ବ୍ୟବସାୟ ଏବଂ ସମ୍ପର୍କରେ ଲାଭ ଦେବ। ଏହି ଗୋଚର ବିଶେଷ କରି କଳା, ସୌନ୍ଦର୍ଯ୍ୟ, ଡିଜାଇନ କିମ୍ବା ଅର୍ଥନୀତି କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପାଇଁ ଶୁଭ ହେବ। ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ଏହା ଶୁଭ ହେବ।

**ମିଥୁନ ରାଶି**
ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କ ଗୋଚର ଚତୁର୍ଥ ଭାବକୁ ପ୍ରଭାବିତ କରିବ। ଏହି ଭାବ ସୁଖ, ମାତା ଏବଂ ସମ୍ପତ୍ତି ସହ ଜଡ଼ିତ। ଏହି ଗୋଚର ଆପଣଙ୍କ ପାଇଁ ଆର୍ଥିକ ଓ ସାମାଜିକ ଲାଭ ଆଣିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଯୋଗାଯୋଗ ଦକ୍ଷତା ଏବଂ ନେଟୱାର୍କିଂ ନୂଆ ସୁଯୋଗ ଆଣିବ। ବ୍ୟବସାୟରେ ଭାଗୀଦାରୀ ଲାଭଜନକ ହେବ ଏବଂ ନିବେଶରୁ ଭଲ ରିଟର୍ଣ୍ଣ ମିଳିପାରେ। ପରିବାର ଓ ବନ୍ଧୁଙ୍କଠାରୁ ସହଯୋଗ ମିଳିବ, ଯାହା ପାରିବାରିକ ଜୀବନରେ ଖୁସି ଆଣିବ। ପ୍ରେମ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ ଏବଂ ନୂଆ ସମ୍ପର୍କର ଆରମ୍ଭ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ।

**କର୍କଟ ରାଶି**
କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କ ଗୋଚର ତୃତୀୟ ଭାବକୁ ପ୍ରଭାବିତ କରିବ। ଏହି ଭାବ ପରାକ୍ରମ, ଯୋଗାଯୋଗ ଏବଂ ଛୋଟ ଯାତ୍ରା ସହ ଜଡ଼ିତ। ଏହି ଗୋଚର କର୍କଟ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସୃଜନଶୀଳତା ଓ ଯୋଗାଯୋଗ ଦକ୍ଷତାର ପ୍ରଶଂସା ହେବ, ଯାହା ନୂଆ ଦାୟିତ୍ୱ କିମ୍ବା ପ୍ରୋଜେକ୍ଟ ଆଣିପାରେ। ବ୍ୟବସାୟୀମାନଙ୍କୁ ନୂଆ ଅର୍ଡର କିମ୍ବା ଭାଗୀଦାରୀ ମିଳିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। ଆପଣଙ୍କର ସାମାଜିକ ସ୍ଥିତିରେ ଉନ୍ନତି ହେବ ଏବଂ ପରିବାର କିମ୍ବା ବନ୍ଧୁଙ୍କଠାରୁ ସହଯୋଗ ମିଳିବ। ବେକାର ବ୍ୟକ୍ତିଙ୍କ ପାଇଁ ନୂଆ ଚାକିରିର ସୁଯୋଗ ସୃଷ୍ଟି ହେବ। ପ୍ରେମ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ ଏବଂ ଛୋଟ ଯାତ୍ରା ସୁଖଦାୟୀ ହେବ। ସୱାସ୍ଥ୍ୟ ଦୃଷ୍ଟିରୁ ମାନସିକ ଶାନ୍ତି ଓ ଶକ୍ତିରେ ବୃଦ୍ଧି ହେବ।

**କନ୍ୟା ରାଶି**
କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କ ଗୋଚର ଲଗ୍ନ ଭାବରେ ହେବ। ଏହି ଭାବ ଆପଣଙ୍କର ବ୍ୟକ୍ତିତ୍ୱ ଏବଂ ଆତ୍ମବିଶ୍ୱାସକୁ ପ୍ରଭାବିତ କରିଥାଏ। ଏହି ଗୋଚର ଆପଣଙ୍କ ପାଇଁ ଶୁଭ ହେବ। ଆପଣଙ୍କର ଆକର୍ଷଣ ଶକ୍ତି ଏବଂ ଆତ୍ମବିଶ୍ୱାସରେ ବୃଦ୍ଧି ହେବ, ଯାହା ସାମାଜିକ ଏବଂ ବ୍ୟକ୍ତିଗତ ଜୀବନରେ ସମ୍ମାନ ବୃଦ୍ଧି କରିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଯୋଜନା ସଫଳ ହେବ ଏବଂ ପଦୋନ୍ନତି କିମ୍ବା ବୋନସର ଯୋଗ ସୃଷ୍ଟି ହେବ। ଆର୍ଥିକ ଦୃଷ୍ଟିରୁ ନୂଆ ସ୍ରୋତରୁ ଧନଲାଭ ହେବ। ନିବେଶ ବଜାରରୁ ଲାଭର ସମ୍ଭାବନା ରହିଛି। ପରିବାରର ସହଯୋଗ ମିଳିବ ଏବଂ ପ୍ରେମ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଉତ୍ସାହିତ ରହିବେ, ତେବେ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

**ତୁଳା ରାଶି**
ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କ ଗୋଚର ଦ୍ୱାଦଶ ଭାବରେ ହେବ, ଯାହା ବିଦେଶ, ଖର୍ଚ୍ଚ ଏବଂ ଆଧ୍ୟାତ୍ମିକତା ସହ ଜଡ଼ିତ। ଏହି ଗୋଚର ତୁଳା ରାଶିଙ୍କ ପାଇଁ ସକାରାତ୍ମକ ହେବ। ଯେଉଁମାନେ ବିଦେଶ ସହ ଜଡ଼ିତ କାର୍ଯ୍ୟ କିମ୍ବା ବ୍ୟବସାୟରେ ନିୟୋଜିତ, ସେମାନଙ୍କୁ ବଡ଼ ଲାଭର ସମ୍ଭାବନା ରହିଛି। ଏହି ସମୟରେ ଆକସ୍ମିକ ଧନଲାଭ, ଯେପରି ପୁରୁଣା ନିବେଶ କିମ୍ବା ଅଟକି ରହିଥିବା ଟଙ୍କା ଫେରସ୍ତ ହୋଇପାରେ। ବ୍ୟବସାୟୀମାନଙ୍କ ପାଇଁ ନୂଆ ପ୍ରୋଜେକ୍ଟ କିମ୍ବା ଭାଗୀଦାରୀ ଲାଭଜନକ ହେବ। ପ୍ରେମ ସମ୍ପର୍କରେ ଗଭୀରତା ବୃଦ୍ଧି ପାଇବ ଏବଂ ଦାମ୍ପତ୍ୟ ଜୀବନରେ ସୁଖ-ଶାନ୍ତି ବୃଦ୍ଧି ହେବ। ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବିବ, ଯାହା ମାନସିକ ଶାନ୍ତି ଦେବ। ସ୍ବାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ।

**ବିଛା ରାଶି**
ବିଛା ରାଶି ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କ ଗୋଚର ଏକାଦଶ ଭାବକୁ ପ୍ରଭାବିତ କରିବ। ଏହି ଭାବ ଆୟ ଓ ଲାଭ ସହ ଜଡ଼ିତ। ଏହି ଗୋଚର ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ ଏବଂ ଆୟର ନୂଆ ସ୍ରୋତ ଖୋଲିବ। ଏହି ସମୟରେ ଆମଦାନୀ-ରପ୍ତାନୀ, ଶେୟାର ବଜାର କିମ୍ବା ସଟ୍ଟା ସହ ଜଡ଼ିତ ଲୋକଙ୍କୁ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପରିଶ୍ରମକୁ ମାନ୍ୟତା ମିଳିବ ଏବଂ ଚାକିରିରେ ଉନ୍ନତିର ଯୋଗ ସୃଷ୍ଟି ହେବ। ପ୍ରେମ ଓ ବନ୍ଧୁତାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପରିବାର ସହ ସମୟ କାଟିବାରୁ ସୁଖ-ଶାନ୍ତି ବଢ଼ିବ। ସ୍ବାସ୍ଥ୍ୟ ପାଇଁ ସନ୍ତୁଳିତ ଦୈନନ୍ଦିନ ଜୀବନଯାପନ ବଜାୟ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?