୨୦୨୫ରେ ଏସବୁ ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ: ବଢ଼ିବ ପଦ ପ୍ରତିଷ୍ଠା, ପ୍ରଚୁର ଧନଲାଭର ସୁଯୋଗ…

ଆଉ ଦିନ କେଇଟା ପରେ ଆରମ୍ଭ ହେବ ବର୍ଷ ୨୦୨୫। ଏହି ବର୍ଷ ଶୁକ୍ର ଗ୍ରହଙ୍କ ଚଳନରେ ୧୦ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ଇବ। ହେଲେ ୩ ରାଶି ଏଭଳି ଅଛନ୍ତି, ଯାହାଙ୍କ ଭାଗ୍ୟ ଏବେ ଚମକିପାରେ। କେବଳ ଏତିକି ନୁହେଁ ଏସବୁ ରାଶିର ଧନସମ୍ପତ୍ତିରେ ବୃଦ୍ଧି ଘଟିପାରେ। ଆସନ୍ତୁ ଜାଣିବା:

ମେଷ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ଶୁକ୍ର ଗ୍ରହଙ୍କ ଗୋଚର ଲାଭପ୍ରଦ ସାବ୍ୟସ୍ତ ହୋଇପାରେ। ଏ ସମୟରେ ବ୍ୟବସାୟୀଙ୍କୁ ଧନଲାଭ ହୋଇପାରେ। ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁମିଳିପାରେ। ସେହିଭଳି ସ୍ବାସ୍ଥ୍ୟରେ ସୁଧାର ହୋଇପାରେ। ଯେଉଁମାନେ ଅବିବାହିତ ଅଛନ୍ତି, ସେମାନଙ୍କ ବିବାହ ହୋଇପାରେ। ଚାକିରି କ୍ଷେତ୍ରରେ ବରିଷ୍ଠଙ୍କ ସହଯୋଗ ମିଳିବ। ପ୍ରମୋଶନର ଯୋଗ ସୃଷ୍ଟି ହେଉଛି। ପରିବାରରେ ଖୁସିର ବାତାବରଣ ରହିବ।

ବିଛା ରାଶି: ଶୁକ୍ରଗ୍ରହର ଗୋଚର ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ। ଏହି ସମୟରେ ଆପଣଙ୍କ ଆୟ ବୃଦ୍ଧି ପାଇବ। ଏଥିସହ ଆୟର ନୂଆ ନୂଆ ଉପାୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆୟ ବଢ଼ିବ। ଅଟକିଥିବା ଧନ ମିଳିବ। ସମ୍ପର୍କ ମଜଭୂତ ହେବ। ପ୍ରେମ ଜୀବନରେ ରୋମାଞ୍ଚ ମିଳିବ। ଆପଣ କୌଣସି ବାହନ ଏବଂ ସମ୍ପତି କିଣିପାରନ୍ତି। ଯଦି ଆପଣ ସିଙ୍ଗଲ ତେବେ ଆପଣଙ୍କ ଜୀବନରେ କେହି ଆସିପାରନ୍ତି। ଏହି ବର୍ଷ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେବ।

ଧନୁ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଶୁଭ ରହିବ। ଏହି ସରେ ପୈତୃକ ସମ୍ପତ୍ତିର ସୁଖ ମିଳିପାରେ। ଚାକିରିଆ ଲୋକଙ୍କୁ କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଚାକିରିଆମାନଙ୍କ ପ୍ରମୋଶନ ଏବଂ ପଦୋନ୍ନତି ହୋଇପାରେ। ସେହିଭଳି ପରିବାର ସହ ଯାତ୍ରା କରିପାରନ୍ତି। ପୁରୁଣା ରୋଗରୁ ରକ୍ଷା ପାଇବେ। ଅଟକି ଥିବା ଧନ ଫେରସ୍ତ ମିଳିବ। ସମ୍ପର୍କ ମଜଭୂତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri