୧୯ ବର୍ଷ ପରେ ବି ସରିନି ବାହାନା ନାଳ ପୁନରୁଦ୍ଧାର

ବ୍ରହ୍ମପୁର ଅଫିସ,୧୦।୮: ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଛି। ଲକ୍ଷାଧିକ ଚାଷୀଙ୍କୁ ଆଶ୍ୱସ୍ତି କରି ଗ୍ରାମାଞ୍ଚଳରେ ରୁଆ ବେଉଷଣ ଲାଗି ଅନୁକୂଳ ସ୍ଥିତି ଉପୁଜିଛି। ତେବେ ଗଞ୍ଜାମ ଜିଲାର ବ୍ରହ୍ମପୁର ଖାଲୁଆ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯାଇଛି। ମହାନଗରକୁ ବିପଦ ସୃଷ୍ଟି କରୁଥିବା ଉତ୍ତରପଟର ବାହାନା ନାଳ। ଏହାର ପୁନରୁଦ୍ଧାର କାର୍ଯ୍ୟ ଏଯାବତ୍‌ ସରିନଥିବା ଉଦ୍‌ବେଗର କାରଣ ହୋଇଛି। ଜଳ ସମ୍ପଦ ବିଭାଗର ଡ୍ରେନେଜ୍‌ ଡିଭିଜନକୁ ଏହି କାର୍ଯ୍ୟ ନ୍ୟସ୍ତ କରାଯାଇଛି। ୨୦୦୩ରୁ ଆରମ୍ଭ ହୋଇଥିବା ଯୋଜନାର ୨୦ ବର୍ଷ ବିତିବାକୁ ଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା ୨୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଅସମ୍ପୂର୍ଣ୍ଣ ରହିଛି। ଅପରପକ୍ଷରେ ବର୍ଷା ଋତୁରେ ବ୍ରହ୍ମପୁର ବିକଳ ଚିତ୍ର ପଦାକୁ ଆସୁଛି। ମୁଖ୍ୟ ଓ ଗଳିକନ୍ଦି ସବୁ ରାସ୍ତା ଶୋଚନୀୟ ହୋଇଯାଇଛି। ଖାଲଖମାରେ ବର୍ଷା ପାଣି ଜମି ରହୁଥିବାରୁ ଯାନବାହନ ସହ ଲୋକଙ୍କ ଚଳପ୍ରଚଳ ବିପଜ୍ଜନକ ହୋଇଛି। ଡ୍ରେନ୍‌ଗୁଡ଼ିକରୁ ମଇଳା ପାଣି ନିଷ୍କାସନ ହୋଇପାରୁନଥିବାରୁ ରାସ୍ତାରେ ଲହଡ଼ି ମାରୁଛି। ସହର ଭିତରେ ଥିବା ୪୫୭ କି.ମି.ଡ୍ରେନ୍‌ ମଧ୍ୟରୁ ମାତ୍ର ୧୬୨ କି.ମି.ପକ୍କା ଥିବା ବେଳେ ଅବଶିଷ୍ଟ କଚ୍ଚା ଥିବା ବିଏମ୍‌ସି ତଥ୍ୟରୁ ଜଣାପଡ଼ିଛି। ୨୦୨୨-୨୩ ବର୍ଷର ବଜେଟରେ ସହରାଞ୍ଚଳ ଉନ୍ନୟନ କାର୍ଯ୍ୟ ନିମନ୍ତେ ୧୫୭ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ମେ ୧୩ରେ ହୋଇଥିବା ବଜେଟ ବୈଠକରେ ୩ ମାସ ବିତିବାକୁ ଯାଉଛି। ରୋଡ ଓ ଡ୍ରେନ ପୁନଃ ନିର୍ମାଣ କେବଳ ଶୁଭାରମ୍ଭ ଓ ଆଉ କେତେକ ଟେଣ୍ଡରରେ ସୀମିତ ରହିଛି। ଗତ ୩ ମାସ ହେବ ପୂର୍ଣ୍ଣାଙ୍ଗ କର୍ପୋରେଟର ବୈଠକ ହୋଇ ନ ଥିବାରୁ ନିର୍ବାଚିତ ଜନ ପ୍ରତିନିଧି ଅସହାୟ ହୋଇଯାଇଛନ୍ତି। ବିଭିନ୍ନ ୱାର୍ଡବାସୀଙ୍କର ସେମାନେ ଆକ୍ରୋଶର ଶିକାର ହେଉଛନ୍ତି। ବିଜେଡି ଶାସନରେ ମହାନଗରର ବହୁମୁଖୀ ବିକାଶ ହୋଇଥିବା ଶାସକ ଦଳ ପକ୍ଷରୁ ବହୁଳ ପ୍ରଚାର କରାଯାଉଛି। ତେବେ ସର୍ବନିମ୍ନ ମୌଳିକ ସମସ୍ୟା ରାସ୍ତାଘାଟ, ନାଳ ନର୍ଦ୍ଦମା ଓ ପର୍ଯ୍ୟାପ୍ତ ଜଳ ଯୋଗାଣ ପ୍ରତି ଅଣଦେଖା ହୋଇଛି। ତେଣୁ ମୌସୁମୀ ଋତୁରେ ବିକାଶ ଚିତ୍ର ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଖୁବଶୀଘ୍ର ସମସ୍ୟାର ସମାଧାନ ହେବା ନିଗମ ଇଞ୍ଜିନିୟରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ବର୍ଷା ଋତୁରେ ହୋଇ ନ ପାରିବାର ସଚେତନ ମହଲରୁ ଯୁକ୍ତି କରାଯାଇଛି।
ମହାନଗରର ଦକ୍ଷିଣ ପଟେ ସାପୁଆ ଏବଂ ଉତ୍ତର ପଟେ ବାହାନା ନାଳ ରହିଛି। ୧୫୫ ବର୍ଷର ବ୍ରହ୍ମପୁର ପୌରସଂସ୍ଥା (ବର୍ତ୍ତମାନର ପୌର ନିଗମ) ୨୦୦୩ରେ ପ୍ରଥମ କରି ବିଜେଡି ଦଖଲକୁ ଆସିଥିଲା। ସେହି ବର୍ଷ ଅକ୍ଟୋବରରେ ପ୍ରବଳ ବର୍ଷା ବିପତ୍ାତରୁ ଅନେକ ଧନଜୀବନ ନଷ୍ଟ ହୋଇଥିଲା। ସାପୁଆ ନାଳ ସ୍ରୋତରେ ଗୋଷାଣୀନୂଆଗଁା ଅଞ୍ଚଳର ବ୍ୟାପକ କ୍ଷତି ଘଟାଇଥିବା ବେଳେ ମହାନଗର ଉପକଣ୍ଠ ଆମ୍ବଗଡ଼ଠାରୁ ଆରମ୍ଭ ବାହାନା ନାଳ ଫାଷ୍ଟଗେଟ, ସୋମନାଥନଗର, ଗେଟବଜାର, ମେଡିକାଲ ବ୍ୟାଙ୍କ କଲୋନୀ, ସିଦ୍ଧାର୍ଥ ନଗର, ଗଜପତି ନଗରର ସବୁ ସରଣୀ, ନୀଳାଞ୍ଚଳ ନଗର, କଳିଙ୍ଗ ନଗର ସମେତ ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣାବ ହୋଇଥିଲା। ଶହ ଶହ ବାସିନ୍ଦା ଜଳବନ୍ଦୀ ହୋଇଥିଲେ। ସବୁ ଘରେ ପାଣି ପଶି ନାହିଁନଥିବା କ୍ଷତି ଘଟିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିଲେ। ସେନାବାହିନୀ ଦ୍ୱାରା ଆକାଶ ମାର୍ଗରୁ ବିପନ୍ନଙ୍କୁ ଏକ ସପ୍ତାହ ଧରି ଖାଦ୍ୟ ପୁଡ଼ିଆ ଯୋଗାଯାଇଥିଲା। ବାହାନା ନାଳର ପୁନରୁଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟାୟକ୍ରମେ ବହୁ କୋଟି ଟଙ୍କା ମଞ୍ଜୁର କରିଥିଲେ। ୧୯ ବର୍ଷ ପରେ ବି ଅସମ୍ପୂର୍ଣ୍ଣ ରହିଛି। ଏବେ ଲଘୁଚାପ ବର୍ଷା ହେବା ମାତ୍ରେ ଖାଲୁଆ ଅଞ୍ଚଳବାସୀ ପୂର୍ବ ଘଟଣା ମନେ ପକାଇ ଆତଙ୍କିତ ହେଉଛନ୍ତି। ତୁରନ୍ତ ପୁନରୁଦ୍ଧାର ଯୋଜନା ଶେଷ କରିବାକୁ ବିଭିନ୍ନ ଅଞ୍ଚଳବାସୀ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri