୧୯ ବର୍ଷ ପରେ ବି ସରିନି ବାହାନା ନାଳ ପୁନରୁଦ୍ଧାର

ବ୍ରହ୍ମପୁର ଅଫିସ,୧୦।୮: ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଛି। ଲକ୍ଷାଧିକ ଚାଷୀଙ୍କୁ ଆଶ୍ୱସ୍ତି କରି ଗ୍ରାମାଞ୍ଚଳରେ ରୁଆ ବେଉଷଣ ଲାଗି ଅନୁକୂଳ ସ୍ଥିତି ଉପୁଜିଛି। ତେବେ ଗଞ୍ଜାମ ଜିଲାର ବ୍ରହ୍ମପୁର ଖାଲୁଆ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯାଇଛି। ମହାନଗରକୁ ବିପଦ ସୃଷ୍ଟି କରୁଥିବା ଉତ୍ତରପଟର ବାହାନା ନାଳ। ଏହାର ପୁନରୁଦ୍ଧାର କାର୍ଯ୍ୟ ଏଯାବତ୍‌ ସରିନଥିବା ଉଦ୍‌ବେଗର କାରଣ ହୋଇଛି। ଜଳ ସମ୍ପଦ ବିଭାଗର ଡ୍ରେନେଜ୍‌ ଡିଭିଜନକୁ ଏହି କାର୍ଯ୍ୟ ନ୍ୟସ୍ତ କରାଯାଇଛି। ୨୦୦୩ରୁ ଆରମ୍ଭ ହୋଇଥିବା ଯୋଜନାର ୨୦ ବର୍ଷ ବିତିବାକୁ ଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା ୨୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଅସମ୍ପୂର୍ଣ୍ଣ ରହିଛି। ଅପରପକ୍ଷରେ ବର୍ଷା ଋତୁରେ ବ୍ରହ୍ମପୁର ବିକଳ ଚିତ୍ର ପଦାକୁ ଆସୁଛି। ମୁଖ୍ୟ ଓ ଗଳିକନ୍ଦି ସବୁ ରାସ୍ତା ଶୋଚନୀୟ ହୋଇଯାଇଛି। ଖାଲଖମାରେ ବର୍ଷା ପାଣି ଜମି ରହୁଥିବାରୁ ଯାନବାହନ ସହ ଲୋକଙ୍କ ଚଳପ୍ରଚଳ ବିପଜ୍ଜନକ ହୋଇଛି। ଡ୍ରେନ୍‌ଗୁଡ଼ିକରୁ ମଇଳା ପାଣି ନିଷ୍କାସନ ହୋଇପାରୁନଥିବାରୁ ରାସ୍ତାରେ ଲହଡ଼ି ମାରୁଛି। ସହର ଭିତରେ ଥିବା ୪୫୭ କି.ମି.ଡ୍ରେନ୍‌ ମଧ୍ୟରୁ ମାତ୍ର ୧୬୨ କି.ମି.ପକ୍କା ଥିବା ବେଳେ ଅବଶିଷ୍ଟ କଚ୍ଚା ଥିବା ବିଏମ୍‌ସି ତଥ୍ୟରୁ ଜଣାପଡ଼ିଛି। ୨୦୨୨-୨୩ ବର୍ଷର ବଜେଟରେ ସହରାଞ୍ଚଳ ଉନ୍ନୟନ କାର୍ଯ୍ୟ ନିମନ୍ତେ ୧୫୭ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ମେ ୧୩ରେ ହୋଇଥିବା ବଜେଟ ବୈଠକରେ ୩ ମାସ ବିତିବାକୁ ଯାଉଛି। ରୋଡ ଓ ଡ୍ରେନ ପୁନଃ ନିର୍ମାଣ କେବଳ ଶୁଭାରମ୍ଭ ଓ ଆଉ କେତେକ ଟେଣ୍ଡରରେ ସୀମିତ ରହିଛି। ଗତ ୩ ମାସ ହେବ ପୂର୍ଣ୍ଣାଙ୍ଗ କର୍ପୋରେଟର ବୈଠକ ହୋଇ ନ ଥିବାରୁ ନିର୍ବାଚିତ ଜନ ପ୍ରତିନିଧି ଅସହାୟ ହୋଇଯାଇଛନ୍ତି। ବିଭିନ୍ନ ୱାର୍ଡବାସୀଙ୍କର ସେମାନେ ଆକ୍ରୋଶର ଶିକାର ହେଉଛନ୍ତି। ବିଜେଡି ଶାସନରେ ମହାନଗରର ବହୁମୁଖୀ ବିକାଶ ହୋଇଥିବା ଶାସକ ଦଳ ପକ୍ଷରୁ ବହୁଳ ପ୍ରଚାର କରାଯାଉଛି। ତେବେ ସର୍ବନିମ୍ନ ମୌଳିକ ସମସ୍ୟା ରାସ୍ତାଘାଟ, ନାଳ ନର୍ଦ୍ଦମା ଓ ପର୍ଯ୍ୟାପ୍ତ ଜଳ ଯୋଗାଣ ପ୍ରତି ଅଣଦେଖା ହୋଇଛି। ତେଣୁ ମୌସୁମୀ ଋତୁରେ ବିକାଶ ଚିତ୍ର ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଖୁବଶୀଘ୍ର ସମସ୍ୟାର ସମାଧାନ ହେବା ନିଗମ ଇଞ୍ଜିନିୟରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ବର୍ଷା ଋତୁରେ ହୋଇ ନ ପାରିବାର ସଚେତନ ମହଲରୁ ଯୁକ୍ତି କରାଯାଇଛି।
ମହାନଗରର ଦକ୍ଷିଣ ପଟେ ସାପୁଆ ଏବଂ ଉତ୍ତର ପଟେ ବାହାନା ନାଳ ରହିଛି। ୧୫୫ ବର୍ଷର ବ୍ରହ୍ମପୁର ପୌରସଂସ୍ଥା (ବର୍ତ୍ତମାନର ପୌର ନିଗମ) ୨୦୦୩ରେ ପ୍ରଥମ କରି ବିଜେଡି ଦଖଲକୁ ଆସିଥିଲା। ସେହି ବର୍ଷ ଅକ୍ଟୋବରରେ ପ୍ରବଳ ବର୍ଷା ବିପତ୍ାତରୁ ଅନେକ ଧନଜୀବନ ନଷ୍ଟ ହୋଇଥିଲା। ସାପୁଆ ନାଳ ସ୍ରୋତରେ ଗୋଷାଣୀନୂଆଗଁା ଅଞ୍ଚଳର ବ୍ୟାପକ କ୍ଷତି ଘଟାଇଥିବା ବେଳେ ମହାନଗର ଉପକଣ୍ଠ ଆମ୍ବଗଡ଼ଠାରୁ ଆରମ୍ଭ ବାହାନା ନାଳ ଫାଷ୍ଟଗେଟ, ସୋମନାଥନଗର, ଗେଟବଜାର, ମେଡିକାଲ ବ୍ୟାଙ୍କ କଲୋନୀ, ସିଦ୍ଧାର୍ଥ ନଗର, ଗଜପତି ନଗରର ସବୁ ସରଣୀ, ନୀଳାଞ୍ଚଳ ନଗର, କଳିଙ୍ଗ ନଗର ସମେତ ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣାବ ହୋଇଥିଲା। ଶହ ଶହ ବାସିନ୍ଦା ଜଳବନ୍ଦୀ ହୋଇଥିଲେ। ସବୁ ଘରେ ପାଣି ପଶି ନାହିଁନଥିବା କ୍ଷତି ଘଟିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିଲେ। ସେନାବାହିନୀ ଦ୍ୱାରା ଆକାଶ ମାର୍ଗରୁ ବିପନ୍ନଙ୍କୁ ଏକ ସପ୍ତାହ ଧରି ଖାଦ୍ୟ ପୁଡ଼ିଆ ଯୋଗାଯାଇଥିଲା। ବାହାନା ନାଳର ପୁନରୁଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟାୟକ୍ରମେ ବହୁ କୋଟି ଟଙ୍କା ମଞ୍ଜୁର କରିଥିଲେ। ୧୯ ବର୍ଷ ପରେ ବି ଅସମ୍ପୂର୍ଣ୍ଣ ରହିଛି। ଏବେ ଲଘୁଚାପ ବର୍ଷା ହେବା ମାତ୍ରେ ଖାଲୁଆ ଅଞ୍ଚଳବାସୀ ପୂର୍ବ ଘଟଣା ମନେ ପକାଇ ଆତଙ୍କିତ ହେଉଛନ୍ତି। ତୁରନ୍ତ ପୁନରୁଦ୍ଧାର ଯୋଜନା ଶେଷ କରିବାକୁ ବିଭିନ୍ନ ଅଞ୍ଚଳବାସୀ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri