ଟ୍ରାକ୍‌କୁ ଫେରୁଛି ଯାନ ଉଦ୍ୟୋଗ: ରାଜୀବ ଦୁବେ

ମହାମାରୀ କରୋନା ପ୍ରତ୍ୟେକ ଅର୍ଥନୈତିକ କାର୍ଯ୍ୟକଳାପକୁ ଠପ୍‌ କରି ସମସ୍ତ କ୍ଷେତ୍ରର କ୍ଷତି ସାଧନ କରିଥିଲା। ଏପରି ସଙ୍କଟ ସମୟରେ ଯାନବାହନ ଉଦ୍ୟୋଗର ଭବିଷ୍ୟତ ସମ୍ପର୍କରେ ଧରିତ୍ରୀ ସହ ଆଲୋଚନା କରିଛନ୍ତି ରୋହନ ଅଟୋରାଇଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ରାଜୀବ ଦୁବେ।

ପରେ ଆପଣ ବିକ୍ରିରେ ଅଭିବୃଦ୍ଧି ଲକ୍ଷ୍ୟ କରିଛନ୍ତି କି?
ହିରୋ ମୋଟୋକର୍ପ ଏହି ମହାମାରୀକୁ ଏକ ସୁଯୋଗ ଭାବେ ଗ୍ରହଣ କରି ଅଧିକ ଶକ୍ତିଶାଳୀ ହୋଇ ଲେଉଟିଛି। ଆମେ ଭାରି ଯାନର ପଞ୍ଜୀକରଣରେ ବୃଦ୍ଧି ଲକ୍ଷ୍ୟ କଲୁ, ଯାହା ସୂଚାଇଛି ଯେ ଅର୍ଥନୀତି ଟ୍ରାକ୍‌ରେ ରହିଛି। ଦୁଇଚକିଆ ଯାନର ପଞ୍ଜୀକରଣରେ ମଧ୍ୟ ବର୍ଷକୁ ବର୍ଷ ୧୫ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି। ତେଣୁ ଏହି ଉଦ୍ୟୋଗ ବେଶ୍‌ ଦ୍ରୁତ ଗତିରେ ପୂର୍ବସ୍ଥିତିକୁ ଫେରିଆସିପାରିବ ବୋଲି ଆଶା କରାଯାଏ। ହିରୋ ମୋଟୋକର୍ପ ୧୫-୧୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଓଡ଼ିଶାର ମଧ୍ୟ ସମାନ ଧାରାରେ ବଜାୟ ରହିଛି।

ବେଳେ ଭୁବନେଶ୍ୱରରେ ଦୁଇଚକିଆ ଯାନ କିଣିବାର ଟ୍ରେଣ୍ଡ୍‌ କ’ଣ ରହିଥିଲା?
ଭୁବନେଶ୍ୱର ଏକ ସହରୀ ବଜାର, ଯାହାର ଚାହିଦା ଖୁବ୍‌ ଅଧିକ। କରୋନା ଯୋଗୁ ଦୁଇଚକିଆ ଯାନ ବଜାର ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ସହରରେ ସଂକ୍ରମଣ ପୂର୍ବରୁ ବିକ୍ରି ଯାହା ଥିଲା ମହାମାରୀ ପରେ ତା’ର ୬୦-୭୦% ବିକ୍ରି ସ୍ତରକୁ ଛୁଇଁଥିବା ଲକ୍ଷ୍ୟ କରାଯାଇଛି।

ବୈଦ୍ୟୁତିକ ଯାନର ଭବିଷ୍ୟତକୁ କିପରି ଦେଖନ୍ତି?
ଯାନବାହନ ଉଦ୍ୟୋଗ ବୈଦ୍ୟୁତିକ ଯାନକୁ ନେଇ ବେଶ୍‌ ସଚେତନ। କିନ୍ତୁ ଏହାର ସମ୍ପୂର୍ଣ୍ଣ ଭିିତ୍ତିଭୂମି ପ୍ରସ୍ତୁତି ଲାଗି ଆଉ ପ୍ରାୟ ୧୫ ବର୍ଷ ଲାଗିଯିବ। ଚାର୍ଜିଂ ସେଣ୍ଟର ପ୍ରତିଷ୍ଠା ଭଳି ଭିତ୍ତିଭୂମି ନ ରହିଲେ ବୈଦ୍ୟୁତିକ ଗାଡ଼ିର ଚାହିଦା ବଢ଼ି ନ ପାରେ। ଓଡ଼ିଶା ସରକାର ଏଦିଗରେ ସଚେତନ ହୋଇ ବୈଦ୍ୟୁତିକ ଯାନ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟ ଭବିଷ୍ୟତରେ ରାଜ୍ୟରେ ତିନୋଟି ବୈଦ୍ୟୁତିକ ଯାନ ଉଦ୍ୟୋଗ ପ୍ରତିଷ୍ଠା ହେବାକୁ ଯାଉଛି।
ଯାନର ଟିକସ ବ୍ୟବସ୍ଥାକୁ କିପରି ଦେଖନ୍ତି?

ଦୁଇଚକିଆ ଯାନର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରାୟ ୨୮%। ସମସ୍ତ ଷ୍ଟେକ୍‌ହୋଲ୍‌ଡରଙ୍କ ଲାଭ ପାଇଁ ଏଥିରେ ହ୍ରାସ କରାଯିବା ଜରୁରୀ। ଏବେ ଦୁଇଚକିଆ ଯାନ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଥିବାରୁ ଜିଏସ୍‌ଟି ମଧ୍ୟ କମାଯିବା ଦରକାର।
ଲାଗୁହେବା ପରେ କମ୍ପାନୀଗୁଡିକ କିଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ?

ବିଏସ୍‌-୬ ଆମ ପାଇଁ ଏକ ବଡ଼ ଆହ୍ବାନ ଥିଲା। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଗାଡ଼ିର ପଞ୍ଜୀକରଣ ପାଇଁ ସରକାର ସର୍ତ୍ତ ରଖିଥିଲେ। ଆର୍‌ଟିଓ ଉପରେ ଏହା ଏକ ବଡ଼ ଚାପ ହୋଇଯାଇଥିଲା। ମାତ୍ରାଧିକ ସଂଖ୍ୟାରେ ପଞ୍ଜୀକରଣ ହେବାରୁ ପୋର୍ଟାଲ କ୍ରାସ୍‌ ହୋଇଗଲା। ଧାର୍ଯ୍ୟ ତାରିଖରେ କାର୍ଯ୍ୟ ଶେଷ କରିବା ଏବଂ ପଞ୍ଜୀକରଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବା ସହଜ ନ ଥିଲା। ବିଏସ୍‌-୪ରୁ ୬ ପର୍ଯ୍ୟନ୍ତ ପରିବର୍ତ୍ତନ ଖୁବ୍‌ କଷ୍ଟକର ଥିଲା। ତେବେ ହିରୋର ବିଏସ୍‌-୬ ଗାଡ଼ିଗୁଡ଼ିକ ଆଦୃତ ହୋଇପାରିବାରୁ ଆମେ ଭଲ ଆୟ କରିପାରିଲୁ। ବିଏସ୍‌-୬ ମଡେଲର ମୂଲ୍ୟ ୧୫% ଅଧିକ ହୋଇଥିବାରୁ କ୍ରେତା ଚାପରେ ଥିଲେ। ଅବଶ୍ୟ ବଜାର ଏହାକୁ ଗ୍ରହଣ କରି ସାରିଲାଣି।

କୌଣସି ପରାମର୍ଶ?
ଦୁଇଚକିଆ ଯାନ ଉପରେ ଜିଏସ୍‌ଟି ହ୍ରାସ କରାଯାଉ। ଇନ୍‌ସ୍ୟୁରାନ୍ସ ପ୍ରିମିୟମ ଉପରେ ମଧ୍ୟ ସରକାର ଧ୍ୟାନ ଦେବା ଉଚିତ। ବୈଦ୍ୟୁତିକ ବାହନକୁ ପ୍ରୋତ୍ସାହନ ଦେବା ସହ ଏହାର ଭିତ୍ତିଭୂମି ଉନ୍ନତ କରିବା ପ୍ରତି ସରକାର ଯତ୍ନଶୀଳ ହୁଅନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri