ଟ୍ରାକ୍‌କୁ ଫେରୁଛି ଯାନ ଉଦ୍ୟୋଗ: ରାଜୀବ ଦୁବେ

ମହାମାରୀ କରୋନା ପ୍ରତ୍ୟେକ ଅର୍ଥନୈତିକ କାର୍ଯ୍ୟକଳାପକୁ ଠପ୍‌ କରି ସମସ୍ତ କ୍ଷେତ୍ରର କ୍ଷତି ସାଧନ କରିଥିଲା। ଏପରି ସଙ୍କଟ ସମୟରେ ଯାନବାହନ ଉଦ୍ୟୋଗର ଭବିଷ୍ୟତ ସମ୍ପର୍କରେ ଧରିତ୍ରୀ ସହ ଆଲୋଚନା କରିଛନ୍ତି ରୋହନ ଅଟୋରାଇଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ରାଜୀବ ଦୁବେ।

ପରେ ଆପଣ ବିକ୍ରିରେ ଅଭିବୃଦ୍ଧି ଲକ୍ଷ୍ୟ କରିଛନ୍ତି କି?
ହିରୋ ମୋଟୋକର୍ପ ଏହି ମହାମାରୀକୁ ଏକ ସୁଯୋଗ ଭାବେ ଗ୍ରହଣ କରି ଅଧିକ ଶକ୍ତିଶାଳୀ ହୋଇ ଲେଉଟିଛି। ଆମେ ଭାରି ଯାନର ପଞ୍ଜୀକରଣରେ ବୃଦ୍ଧି ଲକ୍ଷ୍ୟ କଲୁ, ଯାହା ସୂଚାଇଛି ଯେ ଅର୍ଥନୀତି ଟ୍ରାକ୍‌ରେ ରହିଛି। ଦୁଇଚକିଆ ଯାନର ପଞ୍ଜୀକରଣରେ ମଧ୍ୟ ବର୍ଷକୁ ବର୍ଷ ୧୫ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି। ତେଣୁ ଏହି ଉଦ୍ୟୋଗ ବେଶ୍‌ ଦ୍ରୁତ ଗତିରେ ପୂର୍ବସ୍ଥିତିକୁ ଫେରିଆସିପାରିବ ବୋଲି ଆଶା କରାଯାଏ। ହିରୋ ମୋଟୋକର୍ପ ୧୫-୧୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଓଡ଼ିଶାର ମଧ୍ୟ ସମାନ ଧାରାରେ ବଜାୟ ରହିଛି।

ବେଳେ ଭୁବନେଶ୍ୱରରେ ଦୁଇଚକିଆ ଯାନ କିଣିବାର ଟ୍ରେଣ୍ଡ୍‌ କ’ଣ ରହିଥିଲା?
ଭୁବନେଶ୍ୱର ଏକ ସହରୀ ବଜାର, ଯାହାର ଚାହିଦା ଖୁବ୍‌ ଅଧିକ। କରୋନା ଯୋଗୁ ଦୁଇଚକିଆ ଯାନ ବଜାର ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ସହରରେ ସଂକ୍ରମଣ ପୂର୍ବରୁ ବିକ୍ରି ଯାହା ଥିଲା ମହାମାରୀ ପରେ ତା’ର ୬୦-୭୦% ବିକ୍ରି ସ୍ତରକୁ ଛୁଇଁଥିବା ଲକ୍ଷ୍ୟ କରାଯାଇଛି।

ବୈଦ୍ୟୁତିକ ଯାନର ଭବିଷ୍ୟତକୁ କିପରି ଦେଖନ୍ତି?
ଯାନବାହନ ଉଦ୍ୟୋଗ ବୈଦ୍ୟୁତିକ ଯାନକୁ ନେଇ ବେଶ୍‌ ସଚେତନ। କିନ୍ତୁ ଏହାର ସମ୍ପୂର୍ଣ୍ଣ ଭିିତ୍ତିଭୂମି ପ୍ରସ୍ତୁତି ଲାଗି ଆଉ ପ୍ରାୟ ୧୫ ବର୍ଷ ଲାଗିଯିବ। ଚାର୍ଜିଂ ସେଣ୍ଟର ପ୍ରତିଷ୍ଠା ଭଳି ଭିତ୍ତିଭୂମି ନ ରହିଲେ ବୈଦ୍ୟୁତିକ ଗାଡ଼ିର ଚାହିଦା ବଢ଼ି ନ ପାରେ। ଓଡ଼ିଶା ସରକାର ଏଦିଗରେ ସଚେତନ ହୋଇ ବୈଦ୍ୟୁତିକ ଯାନ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟ ଭବିଷ୍ୟତରେ ରାଜ୍ୟରେ ତିନୋଟି ବୈଦ୍ୟୁତିକ ଯାନ ଉଦ୍ୟୋଗ ପ୍ରତିଷ୍ଠା ହେବାକୁ ଯାଉଛି।
ଯାନର ଟିକସ ବ୍ୟବସ୍ଥାକୁ କିପରି ଦେଖନ୍ତି?

ଦୁଇଚକିଆ ଯାନର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରାୟ ୨୮%। ସମସ୍ତ ଷ୍ଟେକ୍‌ହୋଲ୍‌ଡରଙ୍କ ଲାଭ ପାଇଁ ଏଥିରେ ହ୍ରାସ କରାଯିବା ଜରୁରୀ। ଏବେ ଦୁଇଚକିଆ ଯାନ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଥିବାରୁ ଜିଏସ୍‌ଟି ମଧ୍ୟ କମାଯିବା ଦରକାର।
ଲାଗୁହେବା ପରେ କମ୍ପାନୀଗୁଡିକ କିଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ?

ବିଏସ୍‌-୬ ଆମ ପାଇଁ ଏକ ବଡ଼ ଆହ୍ବାନ ଥିଲା। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଗାଡ଼ିର ପଞ୍ଜୀକରଣ ପାଇଁ ସରକାର ସର୍ତ୍ତ ରଖିଥିଲେ। ଆର୍‌ଟିଓ ଉପରେ ଏହା ଏକ ବଡ଼ ଚାପ ହୋଇଯାଇଥିଲା। ମାତ୍ରାଧିକ ସଂଖ୍ୟାରେ ପଞ୍ଜୀକରଣ ହେବାରୁ ପୋର୍ଟାଲ କ୍ରାସ୍‌ ହୋଇଗଲା। ଧାର୍ଯ୍ୟ ତାରିଖରେ କାର୍ଯ୍ୟ ଶେଷ କରିବା ଏବଂ ପଞ୍ଜୀକରଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବା ସହଜ ନ ଥିଲା। ବିଏସ୍‌-୪ରୁ ୬ ପର୍ଯ୍ୟନ୍ତ ପରିବର୍ତ୍ତନ ଖୁବ୍‌ କଷ୍ଟକର ଥିଲା। ତେବେ ହିରୋର ବିଏସ୍‌-୬ ଗାଡ଼ିଗୁଡ଼ିକ ଆଦୃତ ହୋଇପାରିବାରୁ ଆମେ ଭଲ ଆୟ କରିପାରିଲୁ। ବିଏସ୍‌-୬ ମଡେଲର ମୂଲ୍ୟ ୧୫% ଅଧିକ ହୋଇଥିବାରୁ କ୍ରେତା ଚାପରେ ଥିଲେ। ଅବଶ୍ୟ ବଜାର ଏହାକୁ ଗ୍ରହଣ କରି ସାରିଲାଣି।

କୌଣସି ପରାମର୍ଶ?
ଦୁଇଚକିଆ ଯାନ ଉପରେ ଜିଏସ୍‌ଟି ହ୍ରାସ କରାଯାଉ। ଇନ୍‌ସ୍ୟୁରାନ୍ସ ପ୍ରିମିୟମ ଉପରେ ମଧ୍ୟ ସରକାର ଧ୍ୟାନ ଦେବା ଉଚିତ। ବୈଦ୍ୟୁତିକ ବାହନକୁ ପ୍ରୋତ୍ସାହନ ଦେବା ସହ ଏହାର ଭିତ୍ତିଭୂମି ଉନ୍ନତ କରିବା ପ୍ରତି ସରକାର ଯତ୍ନଶୀଳ ହୁଅନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri