ନିରାମିଷ ଓ ଆମିଷ

ସୁଧିରାଜ ରାଉତ

ଆମ ଝିଅ, ଯିଏ ଦ୍ୱିତୀୟ ପଢୁଛି ଦିନେ ମୋତେ କହିଲା, ‘ବଡ଼ବାପା ମୋତେ ଲାଗୁଛି ମଣିଷ ଗୋଟିଏ ସର୍ବଗ୍ରାସୀ ଜୀବ।’ ଅନେକାଂଶରେ ଏହା ମିଛ ନୁହେଁ। ‘ମନୁଷ୍ୟ ପ୍ରକୃତରେ ନିରାମିଷାଶୀ ।’ ଏହାକୁ ବିଶ୍ୱାସ କରୁଥିବା ବ୍ୟକ୍ତିମାନେ ଅନେକ ପ୍ରମାଣ ଏକାଠି କରିଛନ୍ତି। ଯେଭଳି, ୧. ମନୁଷ୍ୟର ପାଚନତନ୍ତ୍ର ତୃଣଭୋଜୀ ପ୍ରାଣୀ ଭଳି ଲମ୍ବା । ୨. ମାଂସ ଆହାର କରୁଥିବା ପ୍ରାଣୀମାନଙ୍କର ଶ୍ୱାନଦାନ୍ତ ଅଛି, ଯାହା ମନୁଷ୍ୟର ନାହିଁ। ୩. ମାଂସ ଖାଉଥିବା ପ୍ରାଣୀମାନେ ଜିଭରେ ଚାଟି ଚାଟି ପାଣି ପିଅନ୍ତି କିନ୍ତୁ ମନୁଷ୍ୟ ସେଭଳି ପିଏନାହିଁ… ଇତ୍ୟାଦି। ମାଂସାହାରୀ ମନୁଷ୍ୟମାନଙ୍କ ତର୍କ- ୧. ମନୁଷ୍ୟର ପାଚନତନ୍ତ୍ର ମୋଟେ ତୃଣଭୋଜୀ ପ୍ରାଣୀଭଳି ନୁହଁ। ୨. ମନୁଷ୍ୟର ଶ୍ୱାନଦନ୍ତ ନାହିଁ ସତ କିନ୍ତୁ ମନୁଷ୍ୟର ଦନ୍ତବିନ୍ୟାସ ମୋଟେ ତୃଣଭୋଜୀ ପ୍ରାଣୀଭଳି ନୁହେଁ। ୩. ମନୁଷ୍ୟ ମାଂସଭକ୍ଷୀ ପ୍ରାଣୀଭଳି ଚାଟି ଚାଟି ପାଣି ପିଏନାହିଁ କିମ୍ବା ତୃଣଭୋଜୀ ପ୍ରାଣୀ ଭଳି ମୁହଁ ନାକ ବୁଡ଼ାଇ ପାଣି ପିଏ ନାହିଁ। ଯୁକ୍ତି ସବୁକୁ ବିଚାର କଲେ, କୁନିଝିଅ ଭଳି କହିବା-‘ମନୁଷ୍ୟ ଗୋଟିଏ ସର୍ବଗ୍ରାସୀ ଜୀବ।’ତେବେ ମନୁଷ୍ୟ ଏକମାତ୍ର ଜୀବ, ଯାହାକୁ ବିଶ୍ୱ ପ୍ରକୃତି ଖାଦ୍ୟ ଚୟନ କରିବାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛି ଏବଂ ସ୍ବାଧୀନତାକୁ ସେ ସର୍ବଦା ସ୍ବେଚ୍ଛାଚାରୀ ଭାବେ ବ୍ୟବହାର କରି ଆସିଛି। ଆଉ ଏଇ ସ୍ବେଚ୍ଛାଚାରିତା ଆମକୁ ସର୍ବଗ୍ରାସୀ ଭ୍ରମ ସୃଷ୍ଟିକରୁଛି।
ଦୁଇଦିନ ତଳର କଥା, ବନ୍ଧୁ ସହ ଫୋନ୍‌ରେ କଥାହୋଇ ଜାଣିଲି ସେ ଆଜି ମଧ୍ୟାହ୍ନ ଓ ରାତ୍ର ଭୋଜନରେ ମାଂସ, ଚିକେନ୍‌ ଖାଇଛି। କହିଲି- ଏସି ରୁମ୍‌ କମ୍ପୁଟର ଆଗରେ ବସିବା ତୋର କାମ, ଖାଇବା ହଜମ ହେବ? ବନ୍ଧୁ କହିଲା- ସତ କଥା ହେଉଛି ଆମିଷ ଟିକେ ନ ହେଲେ ମୋଟେ ଖାଇ ହେଉନି। ଆଜି ପୃଥିବୀର ଅଧିକାଂଶ ସାମାନ୍ୟ ଆର୍ଥିକ ସ୍ବଚ୍ଛଳ ମଣିଷଙ୍କର ଦୁର୍ଭାଗ୍ୟ ଏଇଆ। ଆଉ ଏହାର ପରିଣାମ ହାଇ କୋଲେଷ୍ଟରଲ୍‌, ସୁଗାର, କ୍ୟାନ୍ସର, ହାର୍ଟ ଆଟାକ୍‌, ଡିପ୍ରେସନ୍‌, ବିପି… ଯେତେ ସବୁ ଅସାଧ୍ୟ ରୋଗ। ଜିହ୍ବା ଲାଳସାରେ ଦେହରୂପୀ ଦୁର୍ଲଭ ଯନ୍ତ୍ରକୁ ଶକ୍ତିର ଚାପରେ ରୋଗର ନର୍କ କରିବାରେ ଲାଗିଛୁ।
ଝରକା ବାହାରେ ଫୁଲଗଛ ସବୁ ମାଟିରୁ, ବାୟୁମଣ୍ଡଳରୁ, ସୂର୍ଯ୍ୟକିରଣରୁ ଆବଶ୍ୟକ ଖାଦ୍ୟ ଗ୍ରହଣ କରି ସୁନ୍ଦର ଫୁଲସବୁ ଫୁଟାଇଛି। ସୌନ୍ଦର୍ଯ୍ୟ ଓ ସୁଗନ୍ଧର ଆଧାରଟିଏ ହୋଇଛି। ଆମେ ଯାହାସବୁ ଆହାର ରୂପେ ଗ୍ରହଣ କରୁଛୁ ତାହା କ’ଣ ଆମ ଚେତନାରେ ଦିବ୍ୟଭାବର ପୁଷ୍ପ ଫୁଟାଇପାରିବ? ଆମ ମନପ୍ରାଣରେ ପବିତ୍ର ଭାବର ମହକ ପ୍ରକାଶିପାରିବ? ଆମ ଶରୀରକୁ ଆରୋଗ୍ୟ, ଆଲୋକିତ କରିପାରିବ? ପରିବ୍ରାଜକ ତୃଷାର୍ତ୍ତ ରାମାନୁଜନ ଏକ କୂପରୁ ପାଣି ପିଇସାରି ପୁନଃ ଯାତ୍ରା ଆରମ୍ଭ କରନ୍ତେ ଇଚ୍ଛା ହେଲା କିଛି ଜଳ ସାଥିରେ ନେଇଯିବାକୁ। ପୁନଶ୍ଚ ଭାବିଲେ ସବୁଛାଡ଼ି ଏତେ ଦିନ ଏତେ ବାଟ ଆସିଲିଣି, ଆଜି ଜଳ ସାଥିରେ ନେବାକୁ ଆସକ୍ତି କାହିଁକି? ଖୋଜି ପାଇଲେ, ପୁଣ୍ୟ ଅର୍ଜନ ଉଦ୍ଦେଶ୍ୟରେ ଜଣେ ପ୍ରଚଣ୍ଡ ଲୋଭୀ ବ୍ୟକ୍ତି ଏ କୂପ ଖୋଳିଛି। ଲୋଭୀ ବ୍ୟକ୍ତି ଖୋଳିଥିବା କୂପଜଳ ଯଦି ସଂସାର ବିରକ୍ତ ସନ୍ନ୍ୟାସୀ ରାମାନୁଜନଙ୍କୁ ପ୍ରଭାବିତ କରିପାରେ, ଆମେ ଲୋଭରେ, ଲାଳସାରେ ଖାଉଥିବା ପଶୁମାଂସ, ସେଇ ପଶୁର ଚେତନା ତା’ର ଅସହାୟତା, ଭୟ, ଉଦ୍‌ବେଗ… ବଧ ସମୟର ନିଷ୍ଠୁରତା ହିଂସ୍ରତା ଉତ୍ତେଜନା… ଆମ ଚେତନାକୁ ମନପ୍ରାଣକୁ ଶରୀର ଜୀବକୋଷକୁ କିଭଳି ପ୍ରଭାବିତ କରୁଥିବ? ହଜାର ବର୍ଷ ପୂର୍ବରୁ ଗୀତା ଆମକୁ ଖାଦ୍ୟ ଚୟନରେ ପୂର୍ଣ୍ଣ ସ୍ବାଧୀନତା ଦେଇ କହିଛି- ଖାଦ୍ୟ ତିନି ପ୍ରକାର ଗୁଣଯୁକ୍ତ- ସାତ୍ତ୍ୱିକ, ରାଜସିକ ଓ ତାମସିକ। ତୁମେ ଯେଉଁ ଗୁଣଯୁକ୍ତ ଖାଦ୍ୟ ଖାଇବ ସେଇ ଗୁଣର ଜୀବନ ପ୍ରାପ୍ତ କରିବ। ଆଜି ସଭ୍ୟ ମଣିଷ ଜିହ୍ବା ଲାଳସାର ଦାସ ହୋଇ ଅତୀତର ଅମୂଲ୍ୟ ଜ୍ଞାନସବୁକୁ ଅବୈଜ୍ଞାନିକ କହୁଛି। ଖାଦ୍ୟ କେବଳ ମାନବ ଜୀବନ ନୁହେଁ ମାନବ ସଭ୍ୟତାକୁ ମଧ୍ୟ ପ୍ରଭାବିତ କରିଥାଏ ଆଉ ଏହାର ଜ୍ୱଳନ୍ତ ଉଦାହରଣ ଆମ ପବିତ୍ର ମାତୃଭୂମି।
ସମଗ୍ର ବିଶ୍ୱରେ ଭାରତବର୍ଷ ନିତ୍ୟ ପ୍ରାର୍ଥନାରେ ବିଶ୍ୱ ମୋ ପରିବାର ବୋଲି କହିଛି, କେବଳ ମଣିଷ ନୁହେଁ ସମସ୍ତେ ସୁଖରେ ଅବସ୍ଥାନ କରନ୍ତୁ ବୋଲି ନିତ୍ୟ କାମନା କରିଛି। ଏଭଳି ଅନନ୍ୟ ଅତୁଳନୀୟ ସ୍ବର୍ଗୀୟ ସଭ୍ୟତାର ସୃଷ୍ଟି ପାଇଁ ଯେଉଁ ସବୁ ସାଧନ ସାହାଯ୍ୟ କରିଛି ସେ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହେଉଛି ବିଶ୍ୱରେ ଭାରତବର୍ଷ ସର୍ବାଧିକ ନିରାମିଷାଶୀ। ଏକ ଆକଳନ କହେ ଶହେ ବର୍ଷ ପୂର୍ବରୁ ଭାରତରେ ସତୁରିଭାଗରୁ ଅଧିକ ଲୋକ ନିରାମିଷାଶୀ ଥିଲେ। ଗବେଷଣାରୁ ଏହା ମଧ୍ୟ ଜାଣିଲି ଭାରତ ବାହାରେ ଯେତେସବୁ ମହାନ୍‌ ମଣିଷ ସତ୍ୟର ସନ୍ଧାନୀ, ମାନବତାର ପ୍ରେମିକ, ସୃଜନର ସ୍ରଷ୍ଟା ସେମାନେ ଅଧିକାଂଶ ନିରାମିଷାଶୀ- ପିଥାଗୋରାସ୍‌, ସକ୍ରେଟିସ୍‌, ଲିଓନାଡ୍‌, ୱଡ୍ସୱର୍ଥ, ନିଉଟନ୍‌, ଭୋଲ୍ଟେୟାର୍‌, ଟଲ୍‌ଷ୍ଟୟ, ଆଇନ୍‌ଷ୍ଟାଇନ୍‌, ଏଡିସନ୍‌, ଟେଲ୍ସା ପ୍ରମୁଖ- ଏ ନାମ ତାଲିକା ବହୁଦୀର୍ଘ। ହିଂସ୍ରତା, ପାଶବିକତା, ଉତ୍ତେଜନାରେ ପୂର୍ଣ୍ଣ ପ୍ରାଣମନ କ’ଣ ସତ୍ୟର, ସୃଜନର ସ୍ରଷ୍ଟା ହୋଇପାରିବ?
ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ- ୯୪୩୭୬୪୧୪୧୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri