ଚାଷୀ ଶୂନ୍ୟ କୃଷକ ପରିବା ହାଟ

ରସୁଲପୁର,୧୦ା୧୦(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗସ୍ଥିତ ବିଜୁ ପରିବା ପରିବହନ କେନ୍ଦ୍ର ନାମରେ ଦୈନିକ କୃଷକ ପରିବାହାଟ ବସୁଛି। ହେଲେ ଏହି ପରିବାହାଟ ଏବେ ଚାଷୀଶୂନ୍ୟ ହୋଇପଡ଼ିଛି। ଫଳରେ ହାଟଟି ବ୍ୟବସାୟୀଙ୍କ ଦ୍ୱାରା ବାହାରୁ ଆମଦାନୀ କରାଯାଉଥିବା ପରିବାରେ ଚାଲିଛି। ଚାଷୀଙ୍କ ଉପତ୍ାଦିତ ଦ୍ରବ୍ୟ କାଁଭଁା ହାଟକୁ ଆସୁଛି। ହେଲେ ସେମାନଙ୍କୁ ବ୍ୟବସାୟୀ ହାଟରେ ପ୍ରବେଶ କରିବାକୁ ଦେଉନାହାନ୍ତି। ବାଟରୁ ସେମାନଙ୍କଠାରୁ ପରିବା କିଣି ଆଣି ହାଟରେ ବିକ୍ରି କରି ଲାଭାବାନ ହେଉଛନ୍ତି। ତେଣୁ ଏ ଦିଗରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଗଲେ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିବ ବୋଲି କୁହାଯାଉଛି।
ରସୁଲପର ବ୍ଲକ ଅଧୀନ ବାରବାଟୀ, ଓଡ଼ିଶୋ, କଲଣ, ଜାବରା, ଶ୍ରୀବନ୍ତପୁର, ରାଜେନ୍ଦ୍ରପୁର, ପ୍ରଥମାଖଣ୍ଡି, ବଡ଼କଇଞ୍ଚତ୍, ଗନ୍ଧଣ, ଟିକରପଡ଼ା, ଭୋଟକା, ରସୁଲପୁର ଓ ଧର୍ମଶାଳା ବ୍ଲକ ଅଧୀନ ମଙ୍ଗଳପୁର, ଚୋରମୁହାଁ, କବାଟବନ୍ଧ, ମର୍ଜିତାପୁର, ରାଇଛନ୍ଦା, ଦେଓଦା, ଜେନାପୁର, ପନ୍ତୁରୀ, ଜାରକା, କୁମାରୀ ଆଦି ପଞ୍ଚାୟତ ପରିବା ଉପତ୍ାଦନ କ୍ଷେତ୍ରରେ ବିଶେଷ ଅବଦାନ ରହିଛି। ଏସବୁ ପଞ୍ଚାୟତ ମଧ୍ୟରୁ କେତେକ ବ୍ରାହ୍ମଣୀ ଓ ଆଉ କେତେକ ଖରସ୍ରୋତା ନଦୀ ଅବବାହିକାରେ ଅବସ୍ଥିତ ରହିଛି। ନଦୀ ଅବବାହିକାରେ ଅବସ୍ଥିତ ପଞ୍ଚାୟତଗୁଡ଼ିକ ମଧ୍ୟରୁ ୧୦ହଜାର ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ନଦୀ କୂଳ ଓ ପଠାରେ ଅବସ୍ଥିତ। ଏସବୁ ଜମିରେ ଅଧିକ ପରିମାଣର ବିଭିନ୍ନ କିସମର ପନିପରିବା ଚାଷ ହେଉଛି। ଅଞ୍ଚଳର ଚାଷୀ ସେମାନଙ୍କ ଉପତ୍ାଦିତ ପନିପରିବାକୁ ବିକ୍ରି ପାଇଁ ଓଡ଼ଙ୍ଗ ପରିବାହାଟ ଉପରେ ନିର୍ଭର କରୁଛନ୍ତି। ଖରିଫ ଋତୁ ଶେଷ ଆଡକୁ ବର୍ଷାଦିନିଆ ଫସଲ ଭାବେ ଜହ୍ନି, କାକୁଡି, ଝୁଡ଼ଙ୍ଗ, କଖାରୁ, ଛଚିନ୍ଦ୍ରା, ପୋଟଳ, କଲରା ଆଦି ପରିବା ଫସଲ ଚାଷ କରାଯାଇଥିଲା। ପ୍ରତିକୂଳ ପାଣିପାଗ ଓ ବର୍ଷାରେ ଅନିୟମିତତା ଯୋଗୁ ବହୁ ପରିବା ଫସଲ ନଷ୍ଟ ହୋଇଗଲା। କଁାଭାଁ ବଞ୍ଚତ୍ଛି। ସେଥିରୁ ଉପତ୍ାଦନ ହେଉଥିବା ପରିବା ହାଟକୁ ଆସିପାରୁ ନାହିଁ। ପରିବା ଉପତ୍ାଦନର ନିଅଣ୍ଟିଆ ସ୍ଥିତି ଯୋଗୁଁ ଏବେ ବ୍ୟବସାୟୀ ଗାଁଗଣ୍ଡା ବୁଲି ପରିବା ସଂଗ୍ରହ କରୁଛନ୍ତି। କେତେକ ଚାଷୀ କ୍ଷେତରୁ ତୋଳିଥିବା ପରିବାକୁ ନେଇ ହାଟକୁ ଆସୁଥିବାବେଳେ ବାଟ ଓଗାଳୁଛନ୍ତି ବ୍ୟବସାୟୀ। ଚାଷୀଙ୍କ ଲାଭ ବ୍ୟବସାୟୀଙ୍କ ପକେଟକୁ ଯାଉଛି। ଏହାଛଡ଼ା ବ୍ୟବସାୟୀ ରାଜ୍ୟର ବିଭିନ୍ନ ଜିଲା ଓ ବାହାର ରାଜ୍ୟର ରାଞ୍ଚି, ନାଗପୁର, ନାଶିକ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ବେଙ୍ଗାଲୁର ଆଦି ସ୍ଥାନରୁ ପନିପରିବା ଆମଦାନୀ କରୁଛନ୍ତି। ତାହା ଏଠାରେ ବିକ୍ରି ହେଉଛି। ବ୍ୟବସାୟୀ ବାହାର ରାଜ୍ୟର ପନିପରିବାକୁ ଚଢା ଦରରେ ବିକ୍ରିକରି ଲାଭାବନ ହେଉଥିବା ବେଳେ ଖାଉଟିଙ୍କ ଉପରେ ଦରଦାମ୍‌ ବୋଝ ବଢିବାରେ ଲାଗିଛି। କୃଷକ ପରିବା ପରିବହନ କେନ୍ଦ୍ରର ଦରକୁ ବ୍ୟବସାୟୀ ନିୟନ୍ତ୍ରଣ କରୁଛନ୍ତି। ତେଣୁ ନିୟନ୍ତ୍ରିତ ବଜାର କମିଟି, ହାଟ ପରିଚାଳନା କମିଟି ଚାଷୀଙ୍କ ଉପତ୍ାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା କ୍ଷେତ୍ରରେ ପ୍ରାଧାନ୍ୟ ଦେବାକୁ ଚାଷୀ ଓ ଚାଷୀ ସଙ୍ଗଠନର ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri