୧୨ କୋଟିର ଫ୍ଲାଟ୍‌ ଲାଗି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ପୁଅ

ବମ୍ବେ: ସମ୍ପତ୍ତି ପାଇଁ ଭଗାରୀ ସାଜିଲେ ପୁଅ। ପ୍ରଥମେ ବେସବଲ୍‌ରେ ଅଭିନେତ୍ରୀ ମା’ଙ୍କୁ ପିଟିପିଟି ହତ୍ୟା କଲେ। ପରେ ମୃତଦେହକୁ ନେଇ ଘରଠାରୁ ୯୦ କିମି ଦୂର ଏକ ନଦୀରେ ଫିଙ୍ଗିଦେଲେ। ଅଭିନେତ୍ରୀ ବୀଣା କପୁରଙ୍କୁ ନେଇ ଏଭଳି ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ତାଙ୍କ ସାନପୁଅ ସମ୍ପତ୍ତି ଲାଗି ଅଭିନେତ୍ରୀଙ୍କ ହତ୍ୟା କରିଥିବା ସ୍ପଷ୍ଟ ହେବା ପରେ ଟେଲିଜଗତରେ ଶୋକର ଛାୟା ଖେଲିଯାଇଛି।

ଜୁହୁ ଅଞ୍ଚଳରେ ରହୁଥିବା ବୀଣାଙ୍କ ବଡ଼ ପୁଅ ଆମେରିକାରେ ରୁହନ୍ତି। ତେବେ ସାନ ପୁଅ ସଚିନଙ୍କ ସହ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ସଚିନ ଅଭିନେତ୍ରୀଙ୍କଠାରୁ ୧୨ କୋଟି ମୂଲ୍ୟର ଫ୍ଲାଟ୍‌ ନେବାକୁ ଚାହୁଁଥିଲେ। ଏହାକୁ ନେଇ ଅନେକ ଥର ଉଭୟଙ୍କ ବଚସା ମଧ୍ୟ ହୋଇଥିଲା। ସଚିନ ଶେଷରେ ଉତ୍ତ୍ୟକ୍ତ ହୋଇ ବୀଣାଙ୍କ ମୁଣ୍ଡକୁ ବେସବଲ୍‌ରେ ପିଟିପିଟି ହତ୍ୟା କରିବା ପରେ ମୃତଦେହକୁ ନେଇ ରାୟଗଡ଼ ଜିଲାର ମାଥେରନ୍‌ ନଦୀରେ ଫିଙ୍ଗିଦେଇ ଆସିଥିଲେ।

ବୀଣାଙ୍କ ବଡ଼ପୁଅଙ୍କୁ କିଛି ଠିକ୍‌ ଲାଗି ନ ଥିଲା। ସେ ତୁରନ୍ତ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଯାଞ୍ଚ କରିବା ପରେ ସଚିନ ସବୁ ସତ ମାନି ନେଇଥିଲେ। ଏବେ ପୋଲିସ ଅଭିଯୁକ୍ତ ସଚିନ ଏବଂ ତାଙ୍କ ଘରେ କାମ କରୁଥିବା ଲଲୁ କୁମାର ମଣ୍ଡଳଙ୍କୁ ଗିରଫ କରିଛି।

 

View this post on Instagram

 

A post shared by Nilu Kohli (@nilukohli)


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri