ବେଦାନ୍ତକୁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ମାନ୍ୟତା

ଭୁବନେଶ୍ୱର,୨୧/୭: ଦେଶର ପ୍ରମୁଖ ଶିଳ୍ପସଂସ୍ଥା ବେଦାନ୍ତ ଆଲୁମିନିୟମ ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ମାନ୍ୟତା ହାସଲ କରିଛି। ବିଶେଷକରି ଏଠାରେ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ପରିବେଶ ଓ ନିଯୁକ୍ତିଦାତା ଭାବେ କମ୍ପାନୀର ସ୍ଥିତିକୁ ଆହୁରି ସୁଦୃଢ଼ କରାଯାଇଛି। ଏପରିକି ଏହାର ନୀତି ଓ ଆଦର୍ଶ ଏବଂ କର୍ମ ସଂସ୍କୃତି ବେଶ ପ୍ରଶଂସିତ ହୋଇପାରିଛି। ଫଳରେ କାର୍ଯ୍ୟ କରିବା ପାଇଁ ଶ୍ରେଷ୍ଠ ସ୍ଥାନର ପ୍ରମାଣ ପତ୍ର ସର୍ବଭାରତୀୟ ସ୍ତରରେ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଦ୍ୱାରା ମହତ୍ତ୍ୱପୂର୍ଣ୍ଣ କର୍ମ ସଂସ୍କୃତିର ମାନଦଣ୍ଡ ଦ୍ୱାରା ସ୍ବୀକୃତିପ୍ରାପ୍ତ। ବ୍ୟକ୍ତିଗତ ଭାବେ ବେଦାନ୍ତ ଆଲୁମିନିୟମର ୟୁନିଟଗୁଡ଼ିକ ଅନେକ ଥର ଏହି କୃତିତ୍ୱକୁ ପ୍ରମାଣିତ କରିଛି। ବିଶ୍ୱର ବୃହତ୍‌ ଆଲୁମିନିୟମ ଉତ୍ପାଦକ ଭାବେ ପରିଚିତ ବେଦାନ୍ତ ଆଲୁମିନିୟମ ୬ ଥର ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ପ୍ରମାଣ ପତ୍ର ପାଇଥିଲା ବେଳେ ବାଲକୋ ୟୁନିଟ୍‌ ୪ ଥର ଏବଂ ଲାଞ୍ଜିଗଡ଼ ୟୁନିଟ୍‌ ୫ଥର ଏହି ପ୍ରମାଣ ପତ୍ର ଲାଭ କରିଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଓଓ (ଆଲୁମିନିୟମ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, କମ୍ପାନୀର କର୍ମଚାରୀମାନେ ଆମର ବଳିଷ୍ଠ ସମ୍ପତ୍ତି। ଏପରିକି ଆମେ ବିଶ୍ୱାସ କରୁ ଯେ ଏହି ସଫଳତା କେବଳ ସେହିମାନଙ୍କ ଯୋଗୁ ସମ୍ଭବ ହୋଇପାରିଛି। ବିଶେଷ କରି ଆମ ଲୋକମାନଙ୍କର ଅଭ୍ୟାସ ଏକ ସହାୟକ ପରିବେଶ ସୃଷ୍ଟି କରିଛି, ଯାହାଫଳରେ ଆମର ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଉନ୍ନତି କରିବାକୁ ସକ୍ଷମ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri