ଯୁବଗୋଷ୍ଠୀଙ୍କୁ ପ୍ଲାଟଫର୍ମ ଯୋଗାଉଛି ବେଦାନ୍ତ

ଭୁବନେଶ୍ୱର,୧୪।୪(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ବେଦାନ୍ତ ଆଲୁମିନିୟମ ସର୍ବଦା ଯୁବଗୋଷ୍ଠୀଙ୍କୁ ନୂତନ ପ୍ଲାଟ୍‌ଫର୍ମ ଯୋଗାଇ ଆସିଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ ନିକଟରେ ରାୟଗଡ଼ା ଜିଲାର କାଶୀପୁର ଠାରେ ଆୟୋଜିତ କାଶୀପୁର ପ୍ରିମିୟର ଲିଗ୍‌ (କେପିଏଲ୍‌)କୁ ଆବଶ୍ୟକ ସମର୍ଥନ ସହ ସ୍ଥାନୀୟ କାଶୀପୁର ଅଞ୍ଚଳରେ ତୃଣମୂଳ କ୍ରିକେଟର ପ୍ରୋତ୍ସାହନ ଲାଗି ସହାୟତା ମଧ୍ୟ କରିଛି। ସମ୍ପୃକ୍ତ ଅଞ୍ଚଳରେ ଯୁବକମାନଙ୍କ ମଧ୍ୟରେ କ୍ରିକେଟ ଦକ୍ଷତା ବୃଦ୍ଧି ଓ ଖେଳରେ ଉତ୍କର୍ଷ ବୃଦ୍ଧି ପାଇଁ କମ୍ପାନୀ ପ୍ରୟାସ କରୁଛି। ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚ ୩ରୁ ଆରମ୍ଭ ହୋଇଥିଲା କେପିଏଲ୍‌ ନିକଟରେ ଶେଷ ହୋଇଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ (ମାଇନ୍ସ) ଭି . ଶ୍ରୀକାନ୍ତ କହିଛନ୍ତି, ଆମେ ଜାଣୁ କ୍ରୀଡ଼ା କେବଳ ଭବିଷ୍ୟତ ପଥକୁ ଆକୃଷ୍ଟ କରେ ନାହିଁ ବରଂ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ଏପରିକି ଆମେ ଯୁବକଙ୍କ ପାଇଁ ସମର୍ପିତ, ଏଥିପାଇଁ ଆମେ ବିଭିନ୍ନ ସମୟରେ ତୃଣମୂଳ ଲିଗ୍‌ ଓ ଟୁର୍ନାମେଣ୍ଟ ଆୟୋଜନ କରିଥାଉ। ରାଜ୍ୟର କ୍ରୀଡ଼ା ଉତ୍କର୍ଷର ସମୃଦ୍ଧତାକୁ ଯୋଡ଼ି ସେମାନଙ୍କୁ କ୍ରୀଡ଼ାବିତ ହେବା ଦିଗରେ ଆଗେଇଯିବା ପାଇଁ ଆମେ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ...

ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬...

IMF ଦେଲା ଉତ୍ସାହଜନକ ଖବର: ୨୦୨୬ ଆର୍ଥିକ ବର୍ଷ ପାଇଁ ବଢ଼ାଇଲା ଅଭିବୃଦ୍ଧି ପୂର୍ବାନୁମାନ

ନୂଆଦିଲ୍ଲୀ,୧୯।୧: ବିଶ୍ୱରେ ଲାଗି ରହିଥିବା ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥାରେ ଶକ୍ତିଶାଳୀ ଅଭିବୃଦ୍ଧି ଜାରି ରହିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ୨୦୨୫-୨୬ ଆର୍ଥିକ ବର୍ଷ...

ଖୁସି ଖବର! ଆବଶ୍ୟକ ବେଳେ ଆକାଉଣ୍ଟକୁ ଆସିଯିବ ଟଙ୍କା, ୧ ଏପ୍ରିଲରୁ EPFO…

ନୂଆଦିଲ୍ଲୀ,୧୯।୧: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟମାନଙ୍କ ପାଇଁ ଏକ ଖୁସି ଖବର ଅଛି । ୧ ଏପ୍ରିଲ, ୨୦୨୬ ଠାରୁ, EPFO ​​ସଦସ୍ୟମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri