ବାସ୍ତୁ ଅନୁସାରେ ଏପରି ହେବା ଦରକାର ପିଲାଙ୍କ ରୁମ୍‌

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ ତାଙ୍କ ଭିତରେ ଏକାଗ୍ରତା ମଧ୍ୟ ଆସିଥାଏ। ତେବେ ବାସ୍ତୁ ଅନୁସାରେ କେମିତି ହେବା ଦରକାର ପିଲାଙ୍କ ରୁମ୍‌, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ବାସ୍ତୁଶାସ୍ତ୍ର ଅନୁଯାୟୀ, ଛୋଟ ପିଲାଙ୍କ ବେଡ୍‌ରୁମ୍‌ ପଶ୍ଚିମ ଦିଗରେ କଲେ ଏହାର ଅନେକ ସୁ-ପ୍ରଭାବ ସେମାନଙ୍କ ଉପରେ ପଡିଥାଏ।

*ପିଲାଙ୍କ ବେଡ୍‌ରୁମ୍‌ରେ ଲାଗିଥିବା କବାଟ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଆବଶ୍ୟକ ଏବଂ କବାଟର ଠିକ୍‌ ବିପରୀତ ଦିଗରେ ଝରକା ରହିଲେ ଅତି ଉତ୍ତମ ହୋଇଥାଏ।

*କୁହାଯାଏ, ପିଲାଙ୍କ ରୁମ୍‌ ପାଇଁ ସବୁଠୁ ଭଲ ରଙ୍ଗ ହେଉଛି ସବୁଜ। ଏହା ସେମାନଙ୍କୁ ଶାନ୍ତି ପ୍ରଦାନ କରିବା ସହ ମନରେ ସକାରାତ୍ମକ ଭାବନା ଆଣିଥାଏ।

*ପିଲାଙ୍କ ବେଡ୍‌ରୁମ୍‌ର ଦକ୍ଷିଣ ପାର୍ଶ୍ୱରେ ସେମାନଙ୍କ ବେଡ୍‌ ପକାଇବା ଦରକାର। ଆଉ ଏହି ବେଡ୍‌କୁ କାନ୍ଥରେ ପୁରା ନଲଗାଇ କାନ୍ଥରୁ ଟିକେ ଛାଡିକି ରଖିଲେ ଏହାର ଅନେକ ଭଲ ପ୍ରଭାବ ସେମାନଙ୍କ ମାନସିକତା ଉପରେ ପଡିଥାଏ।

*ସେହିପରି କୁହାଯାଏ, ଶୋଇବା ସମୟରେ ପିଲାମାନଙ୍କ ମୁଣ୍ଡ ପୂର୍ବ ଦିଗକୁ ରହିଲେ ସେମାନଙ୍କର କୁଆଡ଼େ ସ୍ମରଣ ଶକ୍ତି ବଢିଥାଏ।

*ପିଲାଙ୍କ ବେଡ୍‌ରୁମ୍‌ରେ ଥିବା ଷ୍ଟଡି ଟେବୁଲ୍‌କୁ ଏପରି ରଖିବା ଦରକାର, ଯେମିତିକି ସେଥିରେ ବସି ପଢିବା ସମୟରେ ସେମାନଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗ ଅଥବା ଉତ୍ତର-ପୂର୍ବ ଦିଗ ଆଡ଼କୁ ରହୁଥିବ। କୁହାଯାଏ, ଏପରି କଲେ ପିଲାଙ୍କ ଭିତରେ ପଢିବା ପାଇଁ ଏକାଗ୍ରତା ବଢିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟରେ ଲାଭ ହେଉନାହିଁ କି? ଏସବୁ ଉପାୟ ଆପଣାଇ ଦିନ କେଇଟାରେ ଦେଖନ୍ତୁ ଫରକ

ବ୍ୟବସାୟୀଙ୍କ ମନରେ ବେପାର ନ ହେବାର ଡ଼ର ସବୁବେଳେ ରହିଥାଏ। କାରଣ ଅନେକ ସମୟରେ ପରିଶ୍ରମ ସତ୍ତ୍ୱେ ବ୍ୟବସାୟରେ ଆଶାତୀତ ସଫଳତା ମିଳି ନ ଥାଏ।...

ତ୍ୱଚା ଅନୁସାରେ ସାବୁନ

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସୁଗନ୍ଧଯୁକ୍ତ ସାବୁନ ମାର୍କେଟରେ ଉପଲବ୍ଧ। ହେଲେ ପ୍ରତ୍ୟେକ ସାବୁନ ଯେ ସମସ୍ତଙ୍କୁ ସୁଟ କରିବ ତାହା କହିବା କଷ୍ଟକର।...

ସୁସ୍ଥ ହାର୍ଟ ପାଇଁ..

ହୃତ୍‌ପିଣ୍ଡ(ହାର୍ଟ) ସୁସ୍ଥ ରହିଲେ ଆମେ ନୀରୋଗ ରହିବା। କିନ୍ତୁ କେତେକ କାରଣରୁ ହାର୍ଟ ପ୍ରଭାବିତ ହେବା ଦ୍ୱାରା ଆମେ ହୃଦ୍‌ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେଣୁ...

ଫିଟ୍‌ନେସ ଦୂର କରିବ ଫୁସ୍‌ଫୁସ୍‌ ସମସ୍ୟା

ଫୁସ୍‌ଫୁସ୍‌ଜନିତ ସମସ୍ୟାକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାର ଏକ ସରଳ ଉପାୟ ରହିଛି, ତାହା ପୁଣି ହାତପାଆନ୍ତାରେ। କଥା କ’ଣ...

ଅଜୀର୍ଣ୍ଣ ସମସ୍ୟାର ଘରୋଇ ଉପଚାର

ବିଭିନ୍ନ ପ୍ରକାର ଖାଦ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଖାଇଲେ, ଖାଇବା ଅନୁସାରେ ପାଣି ନ ପିଇଲେ, ଅଜୀର୍ଣ୍ଣ ସମସ୍ୟା ଦେଖାଦେଇଥାଏ। ଏପରି କେତେକ ଘରୋଇ...

କିପରି ଜାଣିବେ ବ୍ୟକ୍ତିଙ୍କ ସ୍ବଭାବ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଚାଣକ୍ୟ...

ହୋଲି କପଲ୍‌ ଟି-ଶାର୍ଟ

କପଲ୍‌ ଟି-ଶାର୍ଟର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ଖାସ୍‌କରି ଯୁବପିଢ଼ିଙ୍କ ଭିତରେ ଏହାର ଚାହିଦା ବେଶ୍‌ ରହୁଥିବା ଦେଖିବାକୁ ମିଳୁଛି। ତେବେ ହୋଲି ଭଳି ଏକ...

ଖାଲି କେଶରେ ନୁହେଁ ଏସବୁ ଥିରେ ବି ବ୍ୟବହାର କରାଯାଏ କଣ୍ଡିଶନର

କେଶକୁ ନରମ ଓ ଚିକ୍କଣ ରଖିବା ପାଇଁ କଣ୍ଡିଶନର ବ୍ୟବହାର କରାଯାଏ। ଏହା ଲମ୍ବା କେଶକୁ ଜଟା ସମସ୍ୟାରୁ ରକ୍ଷା କରିବା ସହ କେଶରେ ଚମକ...

Advertisement
Archives

Model This Week