ଦିଗ ଅନୁଯାୟୀ ଫଳ

ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏହିପରି ଚାରି ଦିଗ ରହିଛି। ଆଉ ପ୍ରତି ଦିଗର କିଛି ନା କିଛି ପ୍ରଭାବ ଆମ ଜୀବନଶୈଳୀ ଓ ଘର ଉପରେ ରହିଛି ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି; ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଧନ ଓ ସମୃଦ୍ଧିର ଦେବତା କୁବେର ହେଲେ ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ବା ଟ୍ରେଜେରିକୁ ଏହି ଦିଗରେ ରଖିଲେ ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ।

* କିନ୍ତୁ ଯଦି ଭୁଲ୍‌ବଶତଃ ଘରର ଦକ୍ଷିଣ ଦିଗରେ ଟ୍ରେଜେରି ବା ଆଲମିରା ରହିଯାଇଛି, ତା’ହେଲେ ସେ କ୍ଷେତ୍ରରେ ଆପଣ ଆଲମିରା ଭିତରେ ମୟୂରପୁଚ୍ଛକୁ ସିଧା ଭାବେ ଠିଆ କରି ରଖିଦେବେ; ଯଦ୍ଦ୍ବାରା ଘରେ ଆଉ ଧନର ଅଭାବ ଦେଖାଯିବ ନାହିଁ।

* ଅନ୍ୟପକ୍ଷେ ଘରର ଉତ୍ତର ଦିଗରେ ଅଁଳା କିମ୍ବା ତୁଳସୀ ଗଛ ଲଗାଇବା ଦ୍ୱାରା ବି ପରିବାରର ମଙ୍ଗଳ ହେବା ସହ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ।

* ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ ଘରର ଶିଡ଼ିକୁ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମ ଅଥବା ନୈଋତ୍ୟ କୋଣ (ଦକ୍ଷିଣ- ପଶ୍ଚିମ)ରେ ନିର୍ମାଣ କରିବା ଆବଶ୍ୟକ; ଯଦ୍ଦ୍ବାରା ଘର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ।

* ତା’ଛଡ଼ା ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜିମାଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ କରାଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ପୁଷ୍ୟ ନକ୍ଷତ୍ରରେ ଗୋଚର କରିବେ ବୃହସ୍ପତି, ୧୯ ଜୁଲାଇରୁ ଖୋଲିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତିଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି କୁହାଯାଏ । ଏହାକୁ ଜ୍ଞାନ, ଶିକ୍ଷା, ଧନ ଏବଂ ସନ୍ତାନର ପ୍ରମୁଖ କର୍ତ୍ତା ଭାବରେ ବିବେଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri