Posted inଖେଳ

୧୪୩ ବୋଲରଙ୍କୁ ପଛରେ ପକାଇ ଚହଳ ସୃଷ୍ଟି କଲେ ଏହି ବୋଲର୍‌

ନୂଆଦିଲ୍ଲୀ,୫।୩: ବରୁଣ ଚକ୍ରବର୍ତ୍ତୀ ଆର୍କିଟେକ୍ଟ ଅଧ୍ୟୟନ କରିଛନ୍ତି। କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟର ମଇଦାନରେ ତାଙ୍କ ସଫଳତାର ଅଟ୍ଟାଳିକା ନିର୍ମାଣ କରୁଥିବା ପରି ମନେ ହେଉଛି। ବରୁଣଙ୍କ ଦକ୍ଷତା ଯୋଗୁ ଏବେ ICC ମଧ୍ୟ ତାଙ୍କୁ ସମ୍ମାନ ଦେଇଛି। ସଦ୍ୟତମ ICC ODI ବୋଲର ରାଙ୍କିଙ୍ଗରେ ବିଶ୍ୱର ୧୪୩ ବୋଲରଙ୍କୁ ପଛରେ ପକାଇ ଭାରତୀୟ ସ୍ପିନର ଚହଳ ସୃଷ୍ଟି କରିଛନ୍ତି। ଡାହାଣହାତୀ ସ୍ପିନର ବରୁଣ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିରେ ଖେଳୁଛନ୍ତି, ଯେଉଁଠାରେ ସେ ଏପର୍ଯ୍ୟନ୍ତ ପାଇଥିବା ଦୁଇଟି ସୁଯୋଗର ଭରପୂର ଫାଇଦା ଉଠାଇଛନ୍ତି।

ବରୁଣ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୨ଟି ମ୍ୟାଚ୍‌ରେ ୭ ଉଇକେଟ ନେଇଛନ୍ତି। ଏହି ୭ଟି ଉଇକେଟ ମଧ୍ୟରୁ ୫ ଉଇକେଟ ଗୋଟିଏ ମ୍ୟାଚ୍‌ରେ ରହିଛି। ଏଥିସହ ସେ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ମଧ୍ୟ ସାମିଲ ହୋଇଛନ୍ତି। ଏବେ କେବଳ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ ହେନରୀ ଏବଂ ଭାରତର ମହମ୍ମଦ ଶାମି ତାଙ୍କଠାରୁ ଅଧିକ ଉଇକେଟ ନେଇଛନ୍ତି। କିନ୍ତୁ ଦୁହେଁ ତାଙ୍କଠାରୁ ଅଧିକ ମ୍ୟାଚ୍‌ ଖେଳିଛନ୍ତି।

ଏବେ ପ୍ରଶ୍ନ ହେଉଛି ଆଇସିସି ଏକଦିବସୀୟ ବୋଲର ରାଙ୍କିଙ୍ଗରେ ୧୪୩ ସ୍ଥାନ ଡେଇଁବା ପରେ ବରୁଣ ଚକ୍ରବର୍ତ୍ତୀ କେଉଁଠି ପହଞ୍ଚିଛନ୍ତି? ତେବେ ଏହି ଭାରତୀୟ ସ୍ପିନର ଶ୍ରେଷ୍ଠ ୧୦୦ରେ ଏଣ୍ଟ୍ରି କରିଛନ୍ତି। ବରୁଣ ଏବେ ୯୭ତମ ସ୍ଥାନରେ ପହଞ୍ଚିଛନ୍ତି।

ଆଇସିସିର ଶ୍ରେଷ୍ଠ ୧୦ ଏକଦିବସୀୟ ବୋଲର ତାଲିକାରେ କୁଲଦୀପ ଯାଦବ ଏକମାତ୍ର ଭାରତୀୟ ଅଛନ୍ତି। ସଦ୍ୟତମ ରାଙ୍କିଙ୍ଗରେ କୁଲଦୀପ ତିନି ସ୍ଥାନ ଖସି ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି। ସେ ସଦ୍ୟତମ ICC ରାଙ୍କିଙ୍ଗରେ ତିନି ସ୍ଥାନ ଉପରକୁ ଉଠି ୧୧ ନମ୍ବରରେ ପହଞ୍ଚିଛନ୍ତି। ରବିନ୍ଦ୍ର ଜାଡେଜା ୧୩ ନମ୍ବରରେ ରହିଛନ୍ତି। ଯେଉଁଠାରେ ମହମ୍ମଦ ସିରାଜ ଦୁଇ ସ୍ଥାନ ତଳକୁ ଖସି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri