ଅନୁଭବଙ୍କ ନାଁରେ ଆଉ ଏକ ଏତଲା ଦେଲେ ବର୍ଷା

କଟକ ଅଫିସ,୨୫ା୫: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସାଇବର ଥାନାର ଆଉ ଏକ ଏତଲା ଦେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଭାବମୂର୍ତ୍ତିକୁ ଅନୁଭବ କଳଙ୍କିତ ଉଦ୍ୟମ କରୁଥିବା ବର୍ଷା ଏତଲାରେ ଦର୍ଶାଇଛନ୍ତି। ଅନୁଭବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଏତଲାରେ ନିବେଦନ କରିଛନ୍ତି। ବର୍ଷାଙ୍କ ଏତଲାକୁ ଗ୍ରହଣ କରି ସାଇବର ଥାନା ପୋଲିସ ପକ୍ଷରୁ ଏମ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।