କେସିଙ୍ଗା ରେଳଷ୍ଟେଶନର ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ଦାବିପତ୍ର ପ୍ରଦାନ

କେସିଙ୍ଗା,୧୧ା୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳଷ୍ଟେଶନ ସମସ୍ୟାକୁ ନେଇ ରେଲଓ୍ବେ ବିଭାଗ ଦ୍ୱାରା ମନୋନୀତ ରେଲଓ୍ବେ କନ୍‌ସଲ୍‌ଟିଭ୍‌ କମିଟିର ମନୋନୀତ ସମସ୍ତ ସଦସ୍ୟ ଡିସିଏମ୍‌ ସମ୍ବଲପୁରଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବିକୁ ନେଇ ଷ୍ଟେଶନ ମାଷ୍ଟର ବିଷ୍ଣୁ ବାରିକଙ୍କ ଜରିଆରେ ଏକ ଦାବିପତ୍ର ବୁଧବାର ପ୍ରଦାନ କରିଛନ୍ତି। ରେଳବାଇ ଷ୍ଟେଶନର ବିଭିନ୍ନ ସମସ୍ୟା ପ୍ରଦାନ ସମୟରେ ଉକ୍ତ କମିଟିର ସଦସ୍ୟ ପୂର୍ବତନ ନଗର ପାଳ ରାମ କୁମାର ଜୈନ, ମହାବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ଅଧ୍ୟାପକ ଚନ୍ଦ୍ର ଶେଖର ଅଚାରୀ, ସୁରେଶ ରାଓ, ରାଜେଶ କୁମାର ବଂଶଲ, ସଞ୍ଜୟ କୁମାର ଜୈନ ୮ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଷ୍ଟେଶନ ମ୍ୟାନେଜର ବିଷ୍ଣୁ ବାରିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରଥମ ବୈଠକ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ମଧ୍ୟ କରିଥିଲେ।
ଏଥିରେ କେସିଙ୍ଗା ରେଳବାଇ ଷ୍ଟେଶନ କଳାହାଣ୍ଡିର ମୁଖ୍ୟଦାର ହେବା ସଙ୍ଗେ ସଙ୍ଗେ ଦୂରଗାମୀ ରେଳବାଇ ଯାତାୟାତ ପାଇଁ ଅବିଭକ୍ତ କୋରାପୁଟ ଜିଲାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଅଞ୍ଚଳର ବହୁ ଯାତ୍ରୀ ଏହି ରେଳଷ୍ଟେଶନ ଉପରେ ନିର୍ଭର କରିଥାନ୍ତି। ତା’ ସାଙ୍ଗକୁ ପଡ଼ୋଶୀ ଜିଲା କନ୍ଧମାଳ ଅଞ୍ଚଳର ଲୋକେ ମଧ୍ୟ ଏଥିରୁ ସୁବିଧା ପାଇଥାନ୍ତି।

ମୁଖ୍ୟ ସମସ୍ୟା ଗୁଡ଼ିକକର ଶୀଘ୍ର ସମାଧାନ ପାଇଁ ସମ୍ବଲପୁର ଡିଭିଜନ କମର୍ସିଆଲ ମ୍ୟାନେଜରଙ୍କ ମାଧ୍ୟମ ରେ ସମାଧାନ ପାଇଁ ଲିଖିତ ଉପସ୍ଥାପନ କରାଯାଇଛି। ସେଥି ମଧ୍ୟରୁ କେସିଙ୍ଗା ରୁ ରାଜଧାନୀ ଭୁବନେଶ୍ୱରକୁ ଶୀଘ୍ର ଏକ ଟ୍ରେନ୍‌ ଚଳାଚଳ କରିବା ସହ ଷ୍ଟେଶନରେ ଦିବ୍ୟାଙ୍ଗ, ବୟସ୍କ, ଓ ଭାରୀ ଆସବାବଥିବା ଯାତ୍ରୀଙ୍କ ପାଇଁ ଆସ୍କାଲେଟର ବ୍ୟବସ୍ଥା, ଯାତ୍ରୀଙ୍କ ସୁବିଧା ପାଇଁ ଚାରି ନମ୍ବର ପ୍ଲାଟଫର୍ମରେ ଚା’ ଓ ଜଳପାନ ଦୋକାନ ପ୍ରତିଷ୍ଠା କରା ଯାଉ ଏବଂ
ସମସ୍ତ ଡାଉନ ଟ୍ରେନକୁ ୪ ନମ୍ବର ପ୍ଲାଟଫର୍ମରେ ରହିବାକୁ ସ୍ଥାୟୀ ସମାଧାନ କରାଯିବା ସହ ଇସ୍ପାତ ଓ ଦୁର୍ଗ ପୁରୀ ଏକ୍ସପ୍ରେସକୁ କେସିଙ୍ଗା ଯାଏ ସମ୍ପ୍ରସାରଣ, ସମସ୍ତ ପ୍ଲାଟଫର୍ମରେ ଫିଲ୍ଟର ଯୁକ୍ତ ଥଣ୍ଡା ପିଇବା ପାନୀୟଜଳର ବ୍ୟବସ୍ଥା ଏବଂ ଟ୍ରେନ୍‌ ରହଣିର ସମୟ ଦୁଇ ମିନିଟ୍‌କୁ ୫ ମିନିଟ୍‌ ସମୟସୀମାକୁ ବର୍ଦ୍ଧିତ କରାଯିବା ଏବଂ ପାର୍ସଲ ବ୍ୟବସ୍ଥାକୁ ପୁଣି ଥରେ ଚାଲୁ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯିବା ପାଇଁ ଉକ୍ତ କମିଟି ସଦସ୍ୟମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri