ସିଏଜି ରିପୋର୍ଟ ପ୍ରକାଶ: ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି ଟଙ୍କା, ଡାଟାବେସ୍‌ ବିଶ୍ଳେଷଣ ବେଳେ ଆଉ…

ଭୁବନେଶ୍ୱର,୧୧ା୯: କାଳିଆ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯାଇଥିଲା। ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଥିବା ବେଳେ ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି। ଯୋଜନା କାର୍ଯ୍ୟକାରୀ ବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଥିଲେ। ପରେ ଡାଟାବେସ୍‌ ବିଶ୍ଳେଷଣ ବେଳେ ଆଉ ୨.୯୬ ଲକ୍ଷ ଅଯୋଗ୍ୟ ମିଳିଥିଲେ। ଏହିପରି ମୋଟ୍‌ ୧୨.୭୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ କାଳିଆର ଯୋଜନାର କିସ୍ତି ଟଙ୍କା ପାଇଥିଲେ। ଏହି ୧୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ୭୮୨ କୋଟି ନେଇଯାଇଥିବା ବେଳେ ତାଲିମ ନ ଦେଇ ୧୪.୦୪ ଭୂମିହୀନ କୃଷି ଶ୍ରମିକଙ୍କୁ ଟଙ୍କା ଦିଆଯାଇଥିଲା। ଏହି ଭୂମିହୀନ କୃଷି ଶ୍ରମିକ ୩ଟି କିସ୍ତିରେ ଟଙ୍କା ପାଇଥିଲେ।

ସୂଚନାଯୋଗ୍ୟ, ବିଜେଡି ସରକାରରେ ଥିବା କାଳିଆ ଯୋଜନା ବର୍ତ୍ତମାନ ସରକାରରେ ସିଏମ୍‌ କିଷାନ ଯୋଜନା ହୋଇଛି। ନୂଆଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀମାନଙ୍କୁ ସିଏମ୍‌ କିଷାନ ଯୋଜନାର ଟଙ୍କା ଦେଇଛନ୍ତି। ଖରିଫ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ ଡିବିଟି ମାଧ୍ୟମରେ ଦୁଇଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ସି.ଏମ୍‌. କିଷାନ ପୋର୍ଟାଲ୍‌ ସହ କୃଷକ ଓଡ଼ିଶା ୟୁନିଫାଏଡ଼୍‌ ପୋର୍ଟାଲ୍‌ର ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ ଅଧୀନରେ ସି.ଏମ୍‌. କିଷାନ୍‌ ସି.ଏମ୍‌. କିଷାନ୍‌ ଓ ପି.ଏମ୍‌. କିଷାନ ଯୋଜନାରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯାଇପାରିବ । ଏହାଛଡ଼ା ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍‌ କରିବା ପାଇଁ ପି.ଏମ୍‌. କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ନୂଆଖାଇଠାରୁ ଆରମ୍ଭ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ସମସ୍ତ ଚାଷୀ ଭଉଣୀଭାଇମାନଙ୍କୁ କୃଷିକ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି। ସିଏମ କିଷାନ ଯୋଜନାରେ ହସ୍ତାନ୍ତର ହେଉଥିବା ଏହି ସହାୟତା ରାଶି ଚାଷୀ ମାନଙ୍କୁ ଅତ୍ୟାବଶ୍ୟକୀୟ କୃଷି ସମାଗ୍ରୀ ଯଥା – ବିହନ, ସାର, କୀଟନାଶକ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ କିଣିବାରେ ନିଶ୍ଚିତ ରୂପେ ସହାୟତା କରିବ। ରବି ଋତୁରେ ୯୨୫ କୋଟିରୁ ଅଧିକ ଟଙ୍କା ବିନିଯୋଗ ମାଧ୍ୟମରେ ରାଜ୍ୟର ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୩୯,୩୦୩ ଭୂମିହୀନ କୃଷି ପରିବାର ଏହା ମାଧ୍ୟମରେ ଉପକୃତ ହେବେ। ସିଏମ କିଷାନର ଏହି ସହାୟତା ରାଶି ଉଭୟ ଖରିଫ ଓ ରବି ଋତୁ ପାଇଁ ଦୁଇଟି କିସ୍ତିରେ ସମୁଦାୟ ଚାରି ହଜାର ଟଙ୍କା ପ୍ରଦାନ କରାଯିବ। ସିଏମ କିଷାନ ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପିଲାମାନଙ୍କ ବୈଷୟିକ ଉଚ୍ଚ ଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନାରେ ଦୁଇ ଲକ୍ଷ ଟଙ୍କା ଛାତ୍ର ବୃତ୍ତିର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ କୃଷକ କଲ୍ୟାଣକାରୀ ଯୋଜନା ପିଏମ କିଷାନ ଯୋଜନାରେ ଭୂମିଧାରି ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିରେ ସିଏମ କିଷାନ ଯୋଡି ହୋଇଗଲେ ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ପାଇବେ। ଏହି ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା କାର୍ଯ୍ୟକୁ ଦୁଇ ମାସ ବୃଦ୍ଧି କରି ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ କୃଷକ ମାନେ ଜନ ସେବା କେନ୍ଦ୍ର ମାଧ୍ୟମରେ ନିଶୁଳ୍କ ଭାବେ ସମ୍ପାଦନ କରି ପାରିବେ। ଲୋକାର୍ପିତ ହୋଇଥିବା ସିଏମ କିଷାନ ପୋର୍ଟାଲ ମାଧ୍ୟମରେ ଉଭୟ ସିଏମ କିଷାନ ଓ ପିଏମ କିଷାନ ଅନଲାଇନ କାର୍ଯ୍ୟ ସମ୍ପାଦିତ ହେବ ବୋଲି ସେ କହିଥିଲେ। ଏଥି ସହିତ ରାଜ୍ୟର ସମସ୍ତ ଚାଷୀମାନଙ୍କ ସୁବିଧା ପାଇଁ  କୃଷକ ଓଡିଶା ୟୁନିଫାଏଡ ପୋର୍ଟାଲର ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ ଚାଷୀମାନେ ବିଭିନ୍ନ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ସମ୍ପନ୍ଧୀୟ ପ୍ରଚଳିତ ସରକାରୀ ଯୋଜନା ବିଷୟରେ ତଥ୍ୟ ଜାଣିପାରିବା ସହିତ ଏଥିରୁ ମିଳୁଥିବା ସୁବିଧା ପାଇଁ ମଧ୍ୟ ଆବେଦନ କରି ପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?