Posted inଜାତୀୟ

ଧାରଣା ଦେଇଥିବା ନେତାଙ୍କ ପାଇଁ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ, ରାତିରେ ମଶା ଉପଦ୍ରବ…

ନୂଆଦିଲ୍ଲୀ,୨୮।୭ : ବିରୋଧୀ ଦଳମାନେ ସଂସଦ ପରିସରରେ ପ୍ରାୟ ୫୦ ଘଣ୍ଟା ଧରି ଧାରଣାରେ ବସିଥିବା ସେମାନଙ୍କର ଖାଦ୍ୟ ଇତ୍ୟାଦିର ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ଦହିଭାତ ଠାରୁ ଆରମ୍ଭ କରି ଇଡଲି-ସମ୍ବର୍‌, ଗାଜର କା ହାଲୱା, ଫଳ ଆଦିର ବ୍ୟବସ୍ଥା କରାଯାଇଛି। ଏକତା ତଥା ରାଜନୈତିକ ଶକ୍ତି ପ୍ରଦର୍ଶନ ପାଇଁ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ରାଜ୍ୟ ସଭାର ୨୦ ନିଲମ୍ବିତ ସଦସ୍ୟ ସଂସଦ ପରିସରରେ ନିଜର ବିରୋଧ ପ୍ରଦର୍ଶନ ବୁଧବାରଠାରୁ ଆରମ୍ଭ କରିଛନ୍ତି। ନିଲମ୍ବିତ ଏମ୍‌ପିମାନଙ୍କ ମଧ୍ୟରୁ ତୃଣମୂଳ କଂଗ୍ରେସର ଡୋଲା ସେନ କହିଛନ୍ତି ଯେ ଏମ୍‌ପିମାନେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ବସିଛନ୍ତି।

ରାତିରେ ମଶା କାମୁଡ଼ାରୁ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା। ବୁଧବାର ଡିଏମକେ ଏମ୍‌ପି ତିରୁଚି ଶିବା ଧାରଣା ନେଇଥିବା ଏମ୍‌ପିମାନଙ୍କ ପାଇଁ ଇଡଲି-ସମ୍ବର ଜଳଖିଆ ପାଇଁ ବ୍ୟବସ୍ଥା କରିଥିଲେ। ଏଥି ସହିତ, ଡିଏମକେ ମଧ୍ୟାହ୍ନ ଭୋଜନ ପାଇଁ ଦହିଭାତର ବ୍ୟବସ୍ଥା କରିଥିବାବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ ରୁଟି, ଡାଲ, ପନିର ଏବଂ ଚିକେନ ତନ୍ଦୁରି ରାତ୍ରୀ ଭୋଜନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ବ୍ୟବସ୍ଥାର ତଦାରଖ କରୁଥିବା ଡିଏମକେର କାନିମୋଝି ଗାଜର ହାଲୱା ସହିତ ବିରୋଧ ସ୍ଥଳରେ ପହଞ୍ଚିଥିଲେ।

ଏଥି ସହିତ ତୃଣମୂଳ କଂଗ୍ରେସ ପକ୍ଷରୁ ଫଳ ଏବଂ ସାଣ୍ଡୱିଚ ବ୍ୟବସ୍ଥା କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ଗୁରୁବାର ଡିଏମକେ ଜଳଖିଆ ପାଇଁ ବ୍ୟବସ୍ଥା କରିବ ଏବଂ ଟିଆରଏସ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇଁ ଏଏପି ଦାୟିତ୍ୱ ନେଇଛି। ବିରୋଧ ସ୍ଥଳରେ ସାଂସଦମାନଙ୍କ ପାଇଁ ତମ୍ବୁ ଲଗାଇବା ଲାଗି ଯୋଜନା ଥିଲେ ମଧ୍ୟ ଏହାକୁ ପ୍ରଶାସନ ମନା କରିଦେଇଛି। ଏଭଳି ପରିସ୍ଥିତିରେ ନେତାମାନଙ୍କୁ ଖୋଲା ଆକାଶ ତଳେ ଶୋଇବାକୁ ପଡ଼ିଛି। ତେବେ ବିରୋଧୀ ଏମ୍‌ପିମାନେ ସଂସଦ ଗୃହର ଲାଇବ୍ରେରୀର ଶୌଚାଳୟକୁ ବ୍ୟବହାର କରୁଛନ୍ତି। ସୁରକ୍ଷା ଦଳ ଏବଂ ପରିମଳ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri