ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପାଣି

ପୁରୀ ଅଫିସ,୨୪ା୮: ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ପୁରୀ ଜିଲାର ଭାର୍ଗବୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ଏହା ଫୁଲିବା ଆରମ୍ଭ କରିଛି। ଏହାକୁ ନେଇ ଜିଲାର ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କେତେକ ତଳିଆ ଅଞ୍ଚଳରେ ମଧ୍ୟ ପାଣି ପଶିଛି।
ପୁରୀ ସଦର ବ୍ଲକ ବାଟଗାଁ -ଉତ୍ତରକୋଣା ରାସ୍ତାରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ କେତେକ ସ୍ଥାନରେ ଘାଇ ହୋଇଛି। ନୂଆଗାଁରୁ ଉତ୍ତରକୋଣା ମଧ୍ୟରେ ପ୍ରାୟ ୧୦୦ ଫୁଟରୁ ଅଧିକ ରାସ୍ତା ଉପରେ ପାଣିର ସୁଅ ପଡ଼ିଛି। ଫଳରେ ଉତ୍ତରକୋଣା-ନୂଆଗାଁ ମଧ୍ୟରେ ଯାତାୟାତ ଏକପ୍ରକାର ବନ୍ଦ ରହିଛି। ବିଶେଷକରି ଉତ୍ତରକୋଣାର ଲୋକେ ଅଧିକ ଦୟନୀୟ ଅବସ୍ଥାରେ ରହିଛନ୍ତି। ଶନିବାର ଉତ୍ତରକୋଣାର ରଘୁ ପ୍ରଧାନ କୌଣସି କାମରେ ବାଟଗାଁ ଆସୁଥିଲେ। ରାସ୍ତା ଉପରେ ପାଣି ଚାଲୁଥିବାରୁ ଖାଲରେ ପଡ଼ିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଭାର୍ଗବୀର ଜଳସ୍ତର ବୃଦ୍ଧି ପାଇଥିବାରୁ ପୁରୀ ସଦର ବ୍ଲକର ବାଟଗାଁ-ଉତ୍ତରକୋଣା ରାସ୍ତାର ନୂଆଗାଁସ୍ଥିତ କଲଭର୍ଟ ଉପରେ ରବିବାର ପ୍ରାୟ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଉତ୍ତରକୋଣା ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଛି। ଏହି ଗାଁରେ ପ୍ରାୟ ୩୦୦ ଲୋକ ରହୁଛନ୍ତି। ଗାଁର ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି, ୭/୮ ଦିନ ହେବ ଉତ୍ତରକୋଣା-ବାଟଗାଁ ରାସ୍ତାର ନୂଆଗାଁ ନିକଟରେ ଭାର୍ଗବୀ ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେବା ଆରମ୍ଭ କରିଛି। ଶନିବାରଠାରୁ ରାସ୍ତା ଉପରେ ପ୍ରାୟ ୩ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଛି। ସୁଅ ବି ରହୁଛି। ତେଣୁ ରାସ୍ତା ଆଦୌ ଜଣାପଡୁ ନାହିଁ। ପ୍ରଥମେ ଯେତେବେଳେ ବନ୍ୟାଜଳ ରାସ୍ତାରେ ପ୍ରବାହିତ ହେଲା, ବିଡିଓଙ୍କୁ ଖବର ଦେଲୁ। ସେ ଆସି ଘଟଣାସ୍ଥଳରେ ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ। ପ୍ରାୟ ପ୍ରତିବର୍ଷ ଭାର୍ଗବୀରେ ବନ୍ୟାଜଳ ଆସିଲେ ଏଭଳି ପରିସ୍ଥିତି ଉପୁଜେ ଓ ପ୍ରଶାସନ ଡଙ୍ଗା ଯୋଗାଇଦିଏ। ଗ୍ରାମବାସୀ ବିଡିଓଙ୍କୁ କହିବା ପରେ ଡଙ୍ଗା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ତାହା ମିଳିଲା ନାହିଁ। ବନ୍ୟାଜଳ ବଢ଼ିବା ପରେ କେତେଜଣଙ୍କ ଘରେ ପଶିଛି। ଗତବର୍ଷ ସମାନ ସ୍ଥିତି ଉପୁଜିଥିବା ବେଳେ ଓଡ୍ରାଫ ଟିମ୍‌ ପହଞ୍ଚତ୍ ଲୋକଙ୍କୁ ଯାତାୟାତରେ ସାହାଯ୍ୟ କରିଥିଲା। ପରେ ପ୍ରଶାସନ ଡଙ୍ଗାର ବ୍ୟବସ୍ଥା କରିଥିଲା ବୋଲି ପ୍ରଧାନ କହିଛନ୍ତି। ଏନେଇ ସଦର ବିଡିଓ ରାମଚନ୍ଦ୍ର ପଟ୍ଟନାୟକ କହିଛନ୍ତି, ଯେଉଁଦିନ ଅନୁଧ୍ୟାନ ପାଇଁ ଯାଇଥିଲୁ ସେଦିନ ପାଣି କମ୍‌ ଥିଲା। ଏବେ ପାଣି ଅଧିକ ଥିବା ସ୍ଥାନୀୟ ସରପଞ୍ଚ ଜଣାଇଛନ୍ତି। ଖୁବ୍‌ଶୀଘ୍ର ସେଠାକୁ ଏକ ଡଙ୍ଗା ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri