ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପାଣି

ପୁରୀ ଅଫିସ,୨୪ା୮: ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ପୁରୀ ଜିଲାର ଭାର୍ଗବୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ଏହା ଫୁଲିବା ଆରମ୍ଭ କରିଛି। ଏହାକୁ ନେଇ ଜିଲାର ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କେତେକ ତଳିଆ ଅଞ୍ଚଳରେ ମଧ୍ୟ ପାଣି ପଶିଛି।
ପୁରୀ ସଦର ବ୍ଲକ ବାଟଗାଁ -ଉତ୍ତରକୋଣା ରାସ୍ତାରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ କେତେକ ସ୍ଥାନରେ ଘାଇ ହୋଇଛି। ନୂଆଗାଁରୁ ଉତ୍ତରକୋଣା ମଧ୍ୟରେ ପ୍ରାୟ ୧୦୦ ଫୁଟରୁ ଅଧିକ ରାସ୍ତା ଉପରେ ପାଣିର ସୁଅ ପଡ଼ିଛି। ଫଳରେ ଉତ୍ତରକୋଣା-ନୂଆଗାଁ ମଧ୍ୟରେ ଯାତାୟାତ ଏକପ୍ରକାର ବନ୍ଦ ରହିଛି। ବିଶେଷକରି ଉତ୍ତରକୋଣାର ଲୋକେ ଅଧିକ ଦୟନୀୟ ଅବସ୍ଥାରେ ରହିଛନ୍ତି। ଶନିବାର ଉତ୍ତରକୋଣାର ରଘୁ ପ୍ରଧାନ କୌଣସି କାମରେ ବାଟଗାଁ ଆସୁଥିଲେ। ରାସ୍ତା ଉପରେ ପାଣି ଚାଲୁଥିବାରୁ ଖାଲରେ ପଡ଼ିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଭାର୍ଗବୀର ଜଳସ୍ତର ବୃଦ୍ଧି ପାଇଥିବାରୁ ପୁରୀ ସଦର ବ୍ଲକର ବାଟଗାଁ-ଉତ୍ତରକୋଣା ରାସ୍ତାର ନୂଆଗାଁସ୍ଥିତ କଲଭର୍ଟ ଉପରେ ରବିବାର ପ୍ରାୟ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଉତ୍ତରକୋଣା ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଛି। ଏହି ଗାଁରେ ପ୍ରାୟ ୩୦୦ ଲୋକ ରହୁଛନ୍ତି। ଗାଁର ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି, ୭/୮ ଦିନ ହେବ ଉତ୍ତରକୋଣା-ବାଟଗାଁ ରାସ୍ତାର ନୂଆଗାଁ ନିକଟରେ ଭାର୍ଗବୀ ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେବା ଆରମ୍ଭ କରିଛି। ଶନିବାରଠାରୁ ରାସ୍ତା ଉପରେ ପ୍ରାୟ ୩ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଛି। ସୁଅ ବି ରହୁଛି। ତେଣୁ ରାସ୍ତା ଆଦୌ ଜଣାପଡୁ ନାହିଁ। ପ୍ରଥମେ ଯେତେବେଳେ ବନ୍ୟାଜଳ ରାସ୍ତାରେ ପ୍ରବାହିତ ହେଲା, ବିଡିଓଙ୍କୁ ଖବର ଦେଲୁ। ସେ ଆସି ଘଟଣାସ୍ଥଳରେ ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ। ପ୍ରାୟ ପ୍ରତିବର୍ଷ ଭାର୍ଗବୀରେ ବନ୍ୟାଜଳ ଆସିଲେ ଏଭଳି ପରିସ୍ଥିତି ଉପୁଜେ ଓ ପ୍ରଶାସନ ଡଙ୍ଗା ଯୋଗାଇଦିଏ। ଗ୍ରାମବାସୀ ବିଡିଓଙ୍କୁ କହିବା ପରେ ଡଙ୍ଗା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ତାହା ମିଳିଲା ନାହିଁ। ବନ୍ୟାଜଳ ବଢ଼ିବା ପରେ କେତେଜଣଙ୍କ ଘରେ ପଶିଛି। ଗତବର୍ଷ ସମାନ ସ୍ଥିତି ଉପୁଜିଥିବା ବେଳେ ଓଡ୍ରାଫ ଟିମ୍‌ ପହଞ୍ଚତ୍ ଲୋକଙ୍କୁ ଯାତାୟାତରେ ସାହାଯ୍ୟ କରିଥିଲା। ପରେ ପ୍ରଶାସନ ଡଙ୍ଗାର ବ୍ୟବସ୍ଥା କରିଥିଲା ବୋଲି ପ୍ରଧାନ କହିଛନ୍ତି। ଏନେଇ ସଦର ବିଡିଓ ରାମଚନ୍ଦ୍ର ପଟ୍ଟନାୟକ କହିଛନ୍ତି, ଯେଉଁଦିନ ଅନୁଧ୍ୟାନ ପାଇଁ ଯାଇଥିଲୁ ସେଦିନ ପାଣି କମ୍‌ ଥିଲା। ଏବେ ପାଣି ଅଧିକ ଥିବା ସ୍ଥାନୀୟ ସରପଞ୍ଚ ଜଣାଇଛନ୍ତି। ଖୁବ୍‌ଶୀଘ୍ର ସେଠାକୁ ଏକ ଡଙ୍ଗା ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri