ଶିକ୍ଷାର ମାନ ରହୁ

ସୁବାସ କୁମାର ତାରଣିଆଁ

 

ଶିକ୍ଷା ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ଶିକ୍ଷା ଗୋଟିଏ ଏଭଳି ଜିନିଷ, ଯାହାକୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅଧ୍ୟୟନ କଲେ ବି ସରେ ନାହିଁ। ଶିକ୍ଷାକୁ ଟଙ୍କା ପଇସା ଦେଇ କିଣାଯାଇ ପାରେନା, ନିଜର ଅନ୍ତର୍ନିହିତ ଜ୍ଞାନ ବଳରେ ଶିକ୍ଷାକୁ ଆହରଣ କରିହୁଏ। ଶିକ୍ଷା ମାନବ ଜୀବନର ନୂତନ ଦିଗ୍‌ଦର୍ଶନର ଏକ ବଳିଷ୍ଠ ମାଧ୍ୟମ। ଅନ୍ଧକାରମୟ ପରିଧି ମଧ୍ୟରୁ ଆଲୋକ ବର୍ତ୍ତିକା ଦେଖାଇଥାଏ ଶିକ୍ଷା। ଶିକ୍ଷା ଏକ ଧାରାରେ ରୋଜଗାରକ୍ଷମ କରାଇଥାଏ ଓ ଚରିତ୍ର ଗଠନରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଶିକ୍ଷା ମଧ୍ୟ ଦେଶର ଭବିଷ୍ୟତ ଗଠନରେ ମୁଖ୍ୟ କର୍ଣ୍ଣଧାର ସାଜିଥାଏ। ସମାଜରେ ଶୃଙ୍ଖଳିତ ଭାବେ ଜୀବନଯାପନ କରିବାକୁ ହେଲେ ଶିକ୍ଷା ହିଁି ଅପରିହାର୍ଯ୍ୟ। ଜଣେ ବ୍ୟକ୍ତି ଭଲ ପାଠ ପଢ଼ିଲେ ତାକୁ ମେଧାବୀ କୁହାଯିବ, ତାହା ଭାବିବା ଭୁଲ୍‌, ଜଣେ ମେଧାବୀ ଛାତ୍ର ନିକଟରେ ଅନ୍ତର୍ନିହିତ ଜ୍ଞାନ ସହିତ ନିଜ ଭିତରେ ଦକ୍ଷତାକୁ ପରିପ୍ରକାଶ କରିବା ଦରକାର। ପ୍ରତ୍ୟେକ ପିତାମାତା ଚାହାନ୍ତି, ସେମାନଙ୍କ ସନ୍ତାନସନ୍ତତି ଭଲ ପାଠ ପଢୁ, ଭଲ ମଣିଷ ହେଉ, ବାପା ମାଆଙ୍କ ନାଁ ରଖୁ, ଏଥିପାଇଁ ଯେତେ କଷ୍ଟ ହେଲେ ବି ସେ କଷ୍ଟକୁ ନିଜ ପିଲାମାନଙ୍କ ଆଗରେ ପରିପ୍ରକାଶ କରନ୍ତି ନାହିଁ।
ସମୟ ଥିଲା ଶିଶୁମାନେ ନିଜର ପ୍ରଥମ ପାଠପଢ଼ା ଗାଁ ଚାଟଶାଳୀରୁ ଆରମ୍ଭ କରୁଥିଲେ। ନୂଆ ଡ୍ରେସ୍‌ ପିନ୍ଧି, ଖଡ଼ି, ସିଲଟ ଧରି ଅବଧାନଙ୍କ ପାଖରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତିନୋଟି ଶୂନ ଜରିଆରେ ନିଜର ପ୍ରଥମ ଲେଖା ଆରମ୍ଭ କରୁଥିଲେ। ପରେ ଅ, ଆ, କ, ଖ ଇତ୍ୟାଦି ପାଠ ପଢ଼ି, ବର୍ଣ୍ଣ ପରିଚୟ, ସଂଖ୍ୟା ଲିଖନ ଆଦି ଶିଶୁମାନଙ୍କୁ ଶିଖାଯାଉଥିଲା। ଶିଶୁଟିକୁ ୫ବର୍ଷ ହୋଇଗଲା ପରେ ଗାଁ ସ୍କୁଲ୍‌ରେ ତା’ର ନାମ ଲେଖାଯାଉଥିଲା। ଗାଁ ସ୍କୁଲରୁ ଶିଶୁଟି ପାଠପଢ଼ା ଆରମ୍ଭ କରି ଶେଷରେ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦି କେଉଁଠି ନା କେଉଁଠି ପହଞ୍ଚତ୍ ପାରୁଥିଲା। ସେ ସମୟରେ ଗୋଟିଏ ଗାଁରେ ଜନ୍ମହୋଇ, ଗୋଟିଏ ଜାଗାରେ ଏକାଠି ଖେଳୁଥିଲେ ମଧ୍ୟ ଧନୀ ଘରର ପିଲାମାନେ ପାଠ ପଢୁଥିବା ବେଳେ, ଗରିବ ଓ ଆର୍ଥତ୍କ ଅନଗ୍ରସର ତଳେ ଥିବା ପିଲାମାନେ ପ୍ରାୟତଃ ଶିକ୍ଷାଲାଭରୁ ବଞ୍ଚତ୍ତ ହେଉଥିଲେ। ଏସବୁକୁ ଦୃଷ୍ଟିରେ ରଖି, ସବୁ ପିଲା କିପରି ସ୍କୁଲ୍‌ ଯିବେ, ପାଠ ପଢିବେ, ସେଥିପାଇଁ ଆଇନ ମଧ୍ୟ ପ୍ରଣୟନ କରାଗଲା। ପ୍ରତ୍ୟେକ ଛାତ୍ରୀଛାତ୍ର କିପରି ଗୁଣାମତ୍କ ଶିକ୍ଷା ପାଇପାରିବେ, ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାପରେ ସ୍କୁଲ୍‌ରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ବଢ଼ିବା ତଥା ପ୍ରତ୍ୟେକ ପିଲା ଯେପରି ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଆରମ୍ଭ ହେଲା ମଧ୍ୟାହ୍ନଭୋଜନ। ସରକାର ମୋ ସ୍କୁଲ ଅଭିଯାନ, ଛାତ୍ରୀଛାତ୍ରମାନଙ୍କୁ ମାଗଣାରେ ବହି, ଖାତା ପ୍ରଦାନ, ଲାପଟପ, ଡ୍ରେସ୍‌ ଇତ୍ୟାଦିର ବ୍ୟବସ୍ଥା କଲେ।
ଆମ ମାତୃଭାଷା ଓଡ଼ିଆ। ମାତୃଭାଷାର ମହତ୍ତ୍ୱକୁ ଉପଲବ୍ଧି କରି ଶିକ୍ଷାବିତ୍‌ମାନେ ମାତୃଭାଷା ଶିକ୍ଷାଦାନର ମାଧ୍ୟମ ହେବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି। କାରଣ ମାତୃଭାଷା ପିଲାଙ୍କ ମନୋବଳକୁ ଉଦ୍ରେକ କରିବା ସହିତ ଶିକ୍ଷା ପ୍ରତି ସାମଗ୍ରିକ ବିକାଶ ହେବା ସହ ପିଲାଙ୍କର ସୃଜନଶୀଳତାର ବିକାଶ ଘଟାଇଥାଏ। ସେହିପରି ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ ପ୍ରସାର ଓ ପ୍ରଚାର କରିବା ତଥା ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା ପାଇଁ ସରକାରୀ ତଥା ବେସରକାରୀ, ସବୁ ପ୍ରତିଷ୍ଠାନ ଓ ବ୍ୟବସାୟିକ ସଂସ୍ଥାରେ ଓଡ଼ିଆରେ ନାମଫଳକ ଲେଖିବାକୁ ବାଧ୍ୟତାମୂଳକ ବୋଲି ୨୦୧୮ରେ ବିଧାନସଭାରେ ଗୃହୀତ ହୋଇଥିଲା। ଆଇନ୍‌ର ଖିଲାପ ହେଲେ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଲା। ଆଇନ କାର୍ଯ୍ୟକାରୀ ହେଲା, ବିଭିନ୍ନ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ଫଳକମାନ ଲେଖାଗଲା ଓ କିଛିଦିନ ପରେ ଓଡ଼ିଆ ନାମଫଳକରୁ ନଜର ହଟିଗଲା। ଗତ ଫେବୃୟାରୀ ୨୧ ତାରିଖ ଦିନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ଅବସରରେ ମାତୃଭାଷାର ବ୍ୟବହାର ଓ ସୁରକ୍ଷା ପାଇଁ ସଂକଳ୍ପ ନେବା ସହିତ ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’ ଉକ୍ତିଟିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ପ୍ରତିଶ୍ରୁତି ମିଳିଥିଲା।
ବର୍ତ୍ତମାନ ସାରା ରାଜ୍ୟରେ ଛତୁ ଫୁଟିଲା ଭଳି ବିଭିନ୍ନ ଘରୋଇ ବା ବେସରକାରୀ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି ଏବଂ ଶିକ୍ଷାଦାନକୁ ନେଇ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଏଥିରେ ପ୍ରଭାବିତ ହୋଇ ପ୍ରତ୍ୟେକ ମାତାପିତା ସେମାନଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ଆଶାରେ ସରକାରୀ ସ୍କୁଲ୍‌ରେ ନ ପଢ଼ାଇ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରି ଘରୋଇ ଇଂଲିଶ ମାଧ୍ୟମ ସ୍କୁଲ୍‌ରେ ପଢ଼ାଉଛନ୍ତି। ଏବେ ପ୍ରତ୍ୟେକ ମାତାପିତା ନିଜର ଶିଶୁକୁ ୨ ବର୍ଷ ହୋଇଗଲା ପରେ ତା’ର ଶିକ୍ଷା ପ୍ରତି ବ୍ୟଗ୍ର ହୋଇପଡ଼ୁଛନ୍ତି। ୨ରୁ ୩ ବର୍ଷର ଶିଶୁକୁ ପ୍ରଥମେ ପ୍ଲେ ସ୍କୁଲ୍‌ରେ ଓ ପରେ ଏଲ୍‌କେଜି, ୟୁକେଜିରେ ନାମ ଲେଖାଉଛନ୍ତି। ଫଳରେ ଶିଶୁଟି ‘ଅ, ଆ, କ, ଖ’ ବଦଳରେ ‘ଏ ଫର୍‌ ଆପୁଲ୍‌, ବି ଫର ବଲ୍‌, ସି ଫର କ୍ୟାଟ୍‌’ ଇତ୍ୟାଦି ପଢ଼ିବା ଆରମ୍ଭ କଲା। ଇଂଲିଶ ପଢ଼ିବା ଫଳରେ ଶିଶୁମାନଙ୍କ ମାତୃଭାଷା ପ୍ରତି ଦୁର୍ବଳତା ବଢ଼ିଚାଲିଲା। ଏବେକାର ପିଲାମାନେ ବାପା, ମାଆ ଡାକିବା ବଦଳରେ ମମି, ଡାଡି ଡାକିବା, ଶିକ୍ଷକମାନଙ୍କୁ ଦେଖିଲେ ମୁଣ୍ଡିଆ ମାରିବା ବଦଳରେ ଗୁଡମର୍ନିଂ ସାର୍‌, ଗୁଡମର୍ନିଂ ମାମ୍‌ ଆଦି ସମ୍ବୋଧନ କରି ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ ନେଇଛନ୍ତି। ପ୍ରତ୍ୟେକ ମାତାପିତାଙ୍କ ଧାରଣା, ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଲେ ଆମତ୍ନିଯୁକ୍ତି କ୍ଷେତ୍ରରେ ସେମାନଙ୍କର ପିଲାମାନେ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ପାଇପାରିବେ। ବାସ୍ତବରେ ଏହା ଆଦୌ ଗ୍ରହଣୀୟ ନୁହେଁ, କାରଣ ସରକାରୀ ସ୍କୁଲ୍‌ରେ ପାଠ ପଢ଼ି ଅନେକ ପିଲା ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର, ଓ.ଏ.ଏସ୍‌. ଓ ଆଇ.ଏ.ଏସ୍‌.ର ଅଧିକାରୀ ହୋଇପାରିଛନ୍ତି। ଏବେ ସମୟ ବଳଦି ଯାଇଛି, ସେ ଗାଁ ଚାଟଶାଳୀ ନାହିଁ କି ଅବଧାନ ମଧ୍ୟ ନାହାନ୍ତି। ବେସରକାରୀ ଶିକ୍ଷାନୁଷ୍ଠାନ ଗଢ଼ିଉଠିବା ଫଳରେ ଏହିସବୁ ଶିକ୍ଷାନୁଷ୍ଠାନରେ ଉପସ୍ଥାନ ସଂଖ୍ୟା ବଢ଼ିବାରେ ଲାଗିଲା ଓ ପିଲାମାନେ ସରକାରୀ ସ୍କୁଲଗୁଡ଼ିକରୁ ମୁହଁ ଫେରାଇ ନେଉଛନ୍ତି। ଫଳରେ ଧୀରେ ଧୀରେ ସରକାରୀ ସ୍କୁଲ୍‌ ବନ୍ଦ ହେବାକୁ ବସିଲାଣି। ଗତବର୍ଷ ମାର୍ଚ୍ଚ ମାସରୁ ମହାମାରୀ କରୋନା ଯୋଗୁ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ି ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରଚଳନ କରାଯାଇଛି; ଯାହା ଏକବିଂଶ ଶତାବ୍ଦୀର ଶିକ୍ଷା ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକାଶ କରିଛନ୍ତି। ଘୋଷିବା ଦ୍ୱାରା ନିଜ ଅନ୍ତର୍ନିହିତ ଜ୍ଞାନର ବିକାଶ ହୁଏ ନାହିଁ, ଏଥିପାଇଁ ଦରକାର ପ୍ରାଥମିକ ଶିକ୍ଷା ଓ ମାତୃଭାଷାର ଆବଶ୍ୟକତା ଓ ସୃଜନଶୀଳତାର ବିକାଶ। କିନ୍ତୁ ମାତାପିତାମାନେ ମାତୃଭାଷା ପ୍ରତି ଗୁରୁତ୍ୱ ନ ଦେବା ଫଳରେ ସେମାନଙ୍କ ପିଲାମାନେ କେତେଦୂର ସଫଳ ହୋଇପାରିବେ ତାହା ଦେଖିବାର କଥା।
କଣ୍ଟି, ବାହାରଣା, ବାଲିକୁଦା, ଜଗତ୍‌ସିଂହପୁର, ମୋ: ୮୩୨୮୮୪୦୨୧୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri