ମୂଲ୍ୟବୋଧଭିତ୍ତିିକ ରାଜନୀତି

ହରେକୃଷ୍ଣ ପଣ୍ଡା

 

ଆମ ଭାରତୀୟ ରାଜନୀତିରେ କ’ଣ ମୂଲ୍ୟବୋଧଭିତ୍ତିକ ରାଜନୀତି ସମ୍ଭବ ହେବ ନାହିଁ? ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଯେତେବେଳେ ସମ୍ଭବ ହୋଇ ନାହିଁ ତାହା ଏବେ କାହିଁକି, ଆଗାମୀ ଭବିଷ୍ୟତରେ ବି ସମ୍ଭବ ହେବ ନାହିଁ ବୋଲି ମନେହୁଏ।
ଗଣତନ୍ତ୍ରର ତିନୋଟି ମଜଭୁତ ସ୍ତମ୍ଭ ରହିଛି। ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଆଉ ନ୍ୟାୟପାଳିକା। ଆମ ଦେଶର ମେଧାବୀ ଯୁବ ଗୋଷ୍ଠୀ ଅଧ୍ୟୟନ କରିବା ସମୟରେ ଲକ୍ଷ୍ୟ ରଖିଥାଆନ୍ତି ନିଜକୁ କିପରି ପ୍ରସ୍ତୁତ କରିବେ ନ୍ୟାୟପାଳିକାରେ, ଆଉ କିଛି ମେଧାବୀ ଲକ୍ଷ୍ୟ ରଖନ୍ତି କାର୍ଯ୍ୟପାଳିକାରେ ଭର୍ତ୍ତି ହୋଇ ଅର୍ଥ ଉପାର୍ଜନ କରିବେ। ଆଉ କିଛି ଯୁବ ଗୋଷ୍ଠୀ ଆଶା ପୋଷଣ କରନ୍ତି ଯେକୈାଣସି ସଂସ୍ଥାରେ ଭର୍ତ୍ତି ହୋଇ ଅର୍ଥ ଉପାର୍ଜନ କରିବେ। ତେବେ ପିଲାଟିବେଳୁ କେହି କୁହନ୍ତି ନାହିଁ ଯେ ମୁଁ ଜଣେ ସରପଞ୍ଚ,ଏମ୍‌ଏଲ୍‌ଏ,ଏମ୍‌ପି ହୋଇ ରାଜନୀତିରେ ପ୍ରବେଶ କରିବି ବୋଲି। ମେଧାବୀ ପିଲାମାନେ ଦେଶର ନ୍ୟାୟ ବିଭାଗରେ, ଅଥବା ଆଇଏଏସ୍‌,ଓଏଏସ୍‌ ହୋଇ ବାହାରିବା ଉଚ୍ଚ ଆଶା ପୋଷଣ କରିଥାଆନ୍ତି। କେହି କେହି ଦେଶରେ ସ୍ବାଧୀନ ଭାବେ ଜଣେ ଶିଳ୍ପପତି କିମ୍ବା ଉଦ୍ୟୋଗପତି ହୋଇଥାଆନ୍ତି। କିନ୍ତୁ ଜଣେ ରାଜନେତା, ରାଜନୀତିଜ୍ଞ କିମ୍ବା ଲୋକପ୍ରତିନିଧି ହେବା ଲକ୍ଷ୍ୟ କେହି ଆଶାପୋଷଣ କରି ନ ଥାଆନ୍ତି। କାରଣ ଗଣତନ୍ତ୍ର ଶାସନରେ ଏମାନଙ୍କ ପାଇଁ ଯୋଗ୍ୟତା, ଜ୍ଞାନ, ଅଭିଜ୍ଞତା କୈାଣସିଟିର ଆବଶ୍ୟକତା ନ ଥାଏ।
ତେବେ ପରିସ୍ଥିତି, ପରିବେଶ ଓ ସୁଯୋଗକୁ ନେଇ ଜଣେ ରାଜନେତା ବା ଲୋକପ୍ରତିନିଧି ହୋଇଥାଆନ୍ତି। କିନ୍ତୁ ଏମାନଙ୍କ ପାଇଁ କଠିନ ଅଗ୍ନିପରୀକ୍ଷା ରହିଥାଏ, ଯାହା ଉପରୋକ୍ତ ଦୁଇଟି ସ୍ତମ୍ଭ ପାଇଁ ନ ଥାଏ। ତାହା ହେଲା ନିର୍ବାଚନ ବୈତରଣୀ ପାର ହେବା। ଜଣେ ପ୍ରଶାସକ ବା ଶିଳ୍ପପତି ବା ବିଭିନ୍ନ ସଂସ୍ଥାର ଉଚ୍ଚ ପଦପଦବୀ ମଣ୍ଡନ କରୁଥିବା ଛାତ୍ରୀଛାତ୍ରମାନେ କଠିନ ପରିଶ୍ରମ କରି ଅଧ୍ୟାପନା କଲେ ସେମାନେ ଲକ୍ଷ୍ୟ ହାସଲ କରିପାରନ୍ତି। ନିଜସ୍ବ ମେଧା ବଳରେ ଜଣେ ଅଧ୍ୟାପକ, ବ୍ୟାଙ୍କ କର୍ମଚାରୀ କିମ୍ବା ଡାକ୍ତର, ଇଞ୍ଜିନିୟର ହୋଇପାରନ୍ତି। ହେଲେ ଜ୍ଞାନ ମେଧା ବା ଯୋଗ୍ୟତାକୁ ନ ନେଇ ଲୋକପ୍ରତିନିଧି ହୋଇପାରିବେ। ଅନ୍ୟ ଦେଶରେ ସାମାଜିକ କାର୍ଯ୍ୟ, ସେବା କରୁଥିବା ବ୍ୟକ୍ତି ଲୋକପ୍ରତିନିଧିଟିଏ ହୋଇପାରେ। ଏକଚ୍ଛତ୍ରବାଦୀ ଦେଶମାନଙ୍କରେ ନିଜର ବାହୁବଳ ଥିଲେ ପ୍ରତିନିଧିଟିଏ ହୋଇପାରେ। ଦେଖିବାକୁ ଗଲେ ଲୋକପ୍ରତିନିଧିଟିଏ ହେବା ପାଇଁ ଏବେ ବାହୁବଳ, ଅର୍ଥବଳ, ଚତୁରତା ଆଦି କେତେକ ଶକ୍ତି ଆବଶ୍ୟକ ହେଉଛି। ଖାଲି ସେତିକି ନୁହେଁ ଦଳର ନେତୃବୃନ୍ଦଙ୍କ ଗୋଡାଣିଆ ହୋଇ ନ ଥିଲେ ସୁପାରିସ ପତ୍ର ପାଇବା ଅସମ୍ଭବ। ଗଣତାନ୍ତ୍ରିକ ଦେଶରେ ଗଣତାନ୍ତ୍ରିକ ଶାସନକୁ ଯିଏ ଯାଉଛନ୍ତି ସେମାନେ ଅଗଣତାନ୍ତ୍ରିକ ଉପାୟରେ ଯିବାକୁ ପଡୁଛି। ଦଳୀୟ ନେତୃବୃନ୍ଦଙ୍କ ସନ୍ତୁଷ୍ଟୀକରଣ ନିମନ୍ତେ କାମ କରିବାକୁ ହୁଏ। ଦେଶର ମୁଖ୍ୟ ଶାସକ କୁହନ୍ତି, ଆମେ ଦେଶର ଅଗଣିତ ଜନତାଙ୍କ ସେବା ପାଇଁ ଆସିଛୁ। ସେହି କଥାର କିଛି ପ୍ରାସଙ୍ଗିକତା ଥିବା ଜଣାପଡେ ନାହିଁ । କାରଣ ଗାଦିର ମୋହ ଥରକ ପାଇଁ ନୁହେଁ, ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖିଥାଆନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କ ଚୟନରେ ଯେଉଁ ମନ୍ତ୍ରିମଣ୍ଡଳ ଗଠନ କରାଯାଏ, ସେମାନେ କ’ଣ ଦେଶ ସେବା ପାଇଁ କାମ କରନ୍ତି? ଏହା ଜଳଜଳ ହୋଇ ଦିଶୁଛି ସେମାନେ ମୁଖ୍ୟାଧିପତିଙ୍କ ସନ୍ତୁଷ୍ଟୀକରଣ ଓ ନିଜ ଦଳ ପାଇଁ କାମ କରନ୍ତି। ଏମାନଙ୍କର ଆଇନକାନୁନ, ସମ୍ବିଧାନ, ଲୋକଙ୍କ ଆଶା ଆକାଂକ୍ଷା ପ୍ରତି ଆଦୌ ଦୃଷ୍ଟି ନ ଥାଏ। ଏହା ଏବେକାର ରାଜନୈତିକ ପରମ୍ପରା। ଯେଉଁ ଦଳ ଗଣତାନ୍ତ୍ରିକ ଶାସନର ଭାର ବହନ କରୁଛନ୍ତି ସେହି ଦଳର ଗଣତାନ୍ତ୍ରିକ ଭିତ୍ତିଭୂମି ନ ଥିବା ଦେଖାଯାଏ। ଦଳୀୟ ନେତୃବୃନ୍ଦଙ୍କର ରାଷ୍ଟ୍ରଭକ୍ତି ଲୋକସେବା ଲକ୍ଷ୍ୟ ନ ଥାଏ, ଲକ୍ଷ୍ୟ ଥାଏ ଗାଦିନସୀନ ହେବା। ଆଉ ଗୋଟିଏ ପ୍ରଥା ଅଛି, ଯେଉଁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ସେ ଶାସନ କରିବ। ଭାବି ଦେଖନ୍ତୁ ଯେଉଁ ଦଳ ଶାସନ ଗାଦି ଦଖଲ କଲା ସେ ଆଗାମୀ ଭବିଷ୍ୟତ ଚିନ୍ତା ଛାଡିପାରିବ କି? ନିଜ ଦଳ ପ୍ରତି ଲୋକଙ୍କ ଆକର୍ଷଣ କିପରି ବୃଦ୍ଧି ପାଇବ ସେଥିପାଇଁ କାମ ନ କରିବ କି? ନିଜ ମନ୍ତ୍ରିମଣ୍ଡଳର ଦୁର୍ବଳତାକୁ ପଦାରେ ପକାଇବାକୁ ଉଚିତ ମଣିବ କି? ଏଭଳି ରାଜନୈତିକ ପରମ୍ପରାକୁ କେହି କ’ଣ ତ୍ୟାଗ କରିପାରିବେ ?
ଏଠାରେ କୁହାଯାଇପାରେ ଗଣତାନ୍ତ୍ରିକ ପରମ୍ପରା ଖରାପ ନୁହେଁ, କେବଳ ଦୁର୍ବଳ ଅନଭିଜ୍ଞମାନେ ଏହାକୁ ଅବାଟରେ ନେଉଛନ୍ତି।
ଯେଉଁ ବିରୋଧୀ ଦଳ ଆଜି ପାଟି କରୁଛନ୍ତି, ଚିକତ୍ାର କରି ବିରୋଧାଭାସ ପ୍ରକାଶ କରୁଛନ୍ତି, ସେମାନେ କ’ଣ ଏଭଳି ପରମ୍ପରାରୁ ଊର୍ଦ୍ଧ୍ୱରେ ଅଛନ୍ତି କି? ଏମାନେ ଗାଦିନସୀନ ହେଲେ କ’ଣ ଦଳ ପାଇଁ କାମ ନ କରି ଦେଶ ପାଇଁ କାମ କରିବେ? ଏହା ଅସମ୍ଭବ ମନେହୁଏ। ମୂଲ୍ୟବୋଧ ରାଜନୀତିକୁ ଧରିଲେ କେହି ତିଷ୍ଠିବେ ନାହିଁ। ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଦଳର ନେତୃତ୍ୱ ଯିଏ ନେଉଛନ୍ତି ସେମାନଙ୍କ ଇଚ୍ଛା ଉପରେ ସବୁ କିଛି ନିର୍ଭର କରୁଛି। ପବିତ୍ର ଗଣତାନ୍ତ୍ରିକ ପଦ୍ଧତିକୁ କୈାଣସି ଦଳ ଅନୁସରଣ କରନ୍ତି ନାହିଁ। ସେଥିପାଇଁ ନିର୍ବାଚନ କମିଶନର ଏମାନଙ୍କ ଉପରେ ତାଗିଦ କରିବା ଦେଖାଯାଏ, ଦଳର ସମ୍ବିଧାନ ସର୍ବସମ୍ମୁଖରେ ପ୍ରକାଶ କର। ଦଳ ଭିତରେ ନିର୍ବାଚନଭିତ୍ତିକ ନେତା ଓ କର୍ମକର୍ତ୍ତା ନିର୍ବାଚିତ କର। ଦଳୀୟ ପାଣ୍ଠିର ଅଡିଟ ରିପୋର୍ଟ ଦିଅ । ଏ କଥାକୁ ଯଦିଓ କେହି ମାନନ୍ତିନାହିଁ ତଥାପି ସେମାନଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ବାଟ ଛାଡି ଦିଆଯାଏ। ଦଳୀୟ ପ୍ରାର୍ଥୀ ଚୟନ ପାଇଁ କୌଣସି ମାପଦଣ୍ଡ ନିର୍ବାଚନ କମିଶନର ରଖିନାହାନ୍ତି। ତେଣୁ ରାଜନୈତିକ ଦଳର ନେତୃବୃନ୍ଦ ଅମାପ ଏକଚ୍ଛତ୍ରବାଦ କ୍ଷମତା ଉପଭୋଗ କରି ଚାଲିଛନ୍ତି।
ଆମ ଦେଶର ଜନଚରିତ୍ର ହେଉଛି ଗୋଳିଆ ପାଣିରୁ ଫାଇଦା ହାସଲ କରିବା। ନିର୍ବାଚନ କମିଶନର ଯେତେବେଳେ ଏମାନଙ୍କ ଉପରେ ଅଙ୍କୁଶ ଲଗାଇ ନ ପାରନ୍ତି ଏହା ହେବା ସ୍ବାଭାବିକ। ଯାହାଫଳରେ ଦେଖାଯାଏ ବହୁ ଅପରାଧୀ ଅନଭିଜ୍ଞ ବ୍ୟବସ୍ଥାପିକାରେ ଅନାୟାସରେ ପ୍ରବେଶ କରିଯାଆନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏମାନେ ଉପରୋକ୍ତ ଦୁଇଟି ସ୍ତମ୍ଭରେ ଥିବା ମେଧାବୀ ଜ୍ଞାନୀମାନଙ୍କ ଉପରେ ନାଲିଆଖି ଦେଖାଇ ଏମାନଙ୍କୁ ସମ୍ବିଧାନ ବହିର୍ଭୂତ ବାଟରେ ଚଲାନ୍ତି। ଶ୍ରୀଅରବିନ୍ଦ କହିଛନ୍ତି ଆମକୁ ଆଖି ନ ଥିବା ଡେଙ୍ଗା ବ୍ୟକ୍ତି ଆଗରେ ରହି ବାଟ ଦେଖାଉଛନ୍ତି, ଆମେ ଅନ୍ଧମାନେ ତାରି ପଛରେ ଚାଲୁଛୁ। ଏଭଳି ପରମ୍ପରା ରଦ୍ଦ ନ ହେଲା ପର୍ଯ୍ୟନ୍ତ ଆମେ ଦୁର୍ଦ୍ଦଶା ଭୋଗ କରୁଥିବା। ବିବର୍ତ୍ତନ ଧାରାରେ ବର୍ତ୍ତମାନର ରାଜନୈତିକ ପରମ୍ପରା ଯେତେଦିନ ପର୍ଯ୍ୟନ୍ତ ପରିବର୍ତ୍ତିତ ନ ହୋଇଛି ଏବଂ ମେଧାବୀ, ରାଷ୍ଟ୍ରପ୍ରେମୀ, ସାମ୍ବିଧାନିକ ଦକ୍ଷ ଅନୁରକ୍ତ ବ୍ୟକ୍ତି ଯେବେ ବ୍ୟବସ୍ଥାପିକାକୁ ଅନାୟାସରେ ପ୍ରବେଶ ନ କରିଛନ୍ତି ସେତେଦିନ ପର୍ଯ୍ୟନ୍ତ ବ୍ୟବସ୍ଥାପିକା କ୍ରମଶଃ ସ୍ଥାଣୁ ପାଲଟି ଚାଲିଥିବ।
-ଯାଜପୁର
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri