Categories: ଜାତୀୟ

ଭାଜପା ଡବଲ ଇଞ୍ଜିନ ନୁହେଁ , ଟ୍ରବଲ ଇଞ୍ଜିନ ସରକାର: କଂଗ୍ରେସ

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଭାଜପା ବିରୋଧରେ ଜୋରଦାର ବିଜ୍ଞାପନ ଅଭିଯାନ ଜାରି ରଖିଛି। ଶନିବାର ନିର୍ବାଚନ ଆୟୋଗଙ୍କ ଠାରୁ କଂଗ୍ରେସ ନୋଟିସ ପାଇଥିଲେ ମଧ୍ୟ ପୁଣି ଥରେ ବିଜ୍ଞାପନ ମାଧ୍ୟମରେ ଭାଜପା ଉପରେ ଆକ୍ରମଣ କରିଛି। ରବିବାର ପ୍ରକାଶିତ ଏକ ବିଜ୍ଞାପନରେ କଂଗ୍ରେସ ଭାଜପାକୁ ରାଜ୍ୟକୁ ଲୁଟି ଥିବାର ଅଭିଯୋଗ କରିଛି।
ଏହି ବିଜ୍ଞାପନରେ କଂଗ୍ରେସ କର୍ନାଟକ ସରକାରଙ୍କୁ ‘ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ ସରକାର’ ବୋଲି ଦର୍ଶାଇଛି। ବିଜ୍ଞାପନରେ କଂଗ୍ରେସ ସମସ୍ତ ଅତ୍ୟାବଶ୍ୟକୀୟ ଜରୁରୀ ଦ୍ରବ୍ୟର ମୂଲ୍ୟ ୨୦୧୪ରେ ମୂଲ୍ୟ ସହ ତୁଳନା କରି ଭାଜପାକୁ ଟାର୍ଗେଟ କରିଛି।

Share