Posted inଖେଳ

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି ଦକ୍ଷତାର ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ବିସିସିଆଇ ଡୋମେଷ୍ଟିକ ପକ୍ଷରୁ ଜାରି ଏକ ଭିଡିଓରେ ଇଷ୍ଟ ଜୋନର ଅଧିନାୟକ ଇଶାନ କିଶନ ବୈଭବଙ୍କୁ ‘ଫ୍ୟୁଚର କ୍ୟାପ୍ଟେନ’ ବୋଲି କହିଛନ୍ତି। ଇଶାନଙ୍କ ଏହି ମନ୍ତବ୍ୟ ପରେ ଭବିଷ୍ୟତରେ ବୈଭବଙ୍କ କ୍ୟାପ୍ଟେନ୍ସିକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି।

ଦୁଲୀପ ଟ୍ରଫି ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଇଷ୍ଟ ଜୋନର ଉପଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ଦଳର ନେତୃତ୍ୱ ନେଉଥିଲେ ଇଶାନ କିଶନ। କିନ୍ତୁ ସେମିଫାଇନାଲ ମ୍ୟାଚରେ ଇଶାନ ଆହତ ହେବା ପରେ ବୈଭବଙ୍କୁ ମ୍ୟାଚ ମଝିରେ ଦଳର କ୍ୟାପ୍ଟେନ୍ସି ସମ୍ଭାଳିବାର ସୁଯୋଗ ମିଳିଥିଲା।
ମାତ୍ର ୧୫ ବର୍ଷ ବୟସରେ ସିନିୟର ଘରୋଇ କ୍ରିକେଟରେ ଅଧିନାୟକ ହେବା ବୈଭବଙ୍କ ପାଇଁ ଏକ ବଡ଼ ଉପଲବ୍ଧି। କେବଳ ଅଧିନାୟକ ଦାୟିତ୍ୱ ସମ୍ଭାଳିବା ନୁହେଁ, ମଇଦାନରେ ନିଜର କ୍ରିକେଟ ବୁଦ୍ଧି ଓ ନିଷ୍ପତ୍ତି ନେବାର କ୍ଷମତାର ମଧ୍ୟ ପରିଚୟ ଦେଇଥିଲେ ସେ।

ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନ ବିପକ୍ଷରେ ବୈଭବଙ୍କ କ୍ରିକେଟ ବୁଦ୍ଧିର ଆଉ ଏକ ଉଦାହରଣ ଦେଖିବାକୁ ମିଳିଥିଲା। ମ୍ୟାଚରେ ଇଶାନ କିଶନଙ୍କୁ ଡିଆରଏସ ନେବାକୁ ବୈଭବ ପରାମର୍ଶ ଦେଇଥିଲେ। ଇଶାନ ତାଙ୍କ କଥା ମାନି ରିଭ୍ୟୁ ନେଇଥିଲେ ଏବଂ ରିଭ୍ୟୁ ପରେ ରିକି ଭୁଇ ଆଉଟ ହୋଇଥିଲେ। ଏହି ନିଷ୍ପତ୍ତି ପରେ ବୈଭବଙ୍କ ମଇଦାନୀ ବୁଦ୍ଧି ଓ ତୁରନ୍ତ ନିଷ୍ପତ୍ତି ନେବାର କ୍ଷମତାକୁ ନେଇ ପ୍ରଶଂସା ହୋଇଥିଲା। ଏହାରି ମଧ୍ୟରେ ବିସିସିଆଇ ଡୋମେଷ୍ଟିକ୍‌ର ଏକ ଭିଡିଓରେ ଈଶାନ କିଶନଙ୍କ ମୁହଁରୁ ବୈଭବଙ୍କ ପାଇଁ ‘ଫ୍ୟୁଚର କ୍ୟାପ୍ଟେନ’ ଶବ୍ଦ ବ୍ୟବହାର ହେବା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି।
ଇଶାନ ନିଜେ ବୈଭବଙ୍କ କ୍ୟାପ୍ଟେନ ରହିସାରିଛନ୍ତି ଏବଂ ତାଙ୍କ ସହ ମଇଦାନରେ ଅନେକ ସମୟ ବିତାଇଛନ୍ତି। ତେଣୁ ବୈଭବଙ୍କୁ ନେଇ ଇଶାନଙ୍କ ଏଭଳି ମନ୍ତବ୍ୟ ଯୁବ କ୍ରିକେଟରଙ୍କ ନେତୃତ୍ୱ ଦକ୍ଷତା ଉପରେ ତାଙ୍କର ଭରସାକୁ ଦର୍ଶାଉଛି। ତେବେ ଏହାର ଅର୍ଥ ନୁହେଁ ଯେ ବୈଭବଙ୍କ ଭବିଷ୍ୟତ କ୍ୟାପ୍ଟେନ୍ସି ଏବେଠାରୁ ନିର୍ଦ୍ଧାରିତ ହୋଇଗଲା। ସେ ଏବେ ନିଜ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି। ଆଗକୁ ନିୟମିତ ଭାବେ ଭଲ ପ୍ରଦର୍ଶନ କରି ତାଙ୍କୁ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ।
କିନ୍ତୁ ଏତେ କମ୍‌ ବୟସରେ ଉପଅଧିନାୟକ ହେବା, ମ୍ୟାଚରେ କ୍ୟାପ୍ଟେନ୍ସି ସମ୍ଭାଳିବା ଏବଂ ମଇଦାନରେ ସଠିକ ନିଷ୍ପତ୍ତି ନେବାଏସବୁ ବୈଭବଙ୍କ ଭିତରେ ଜଣେ ଭବିଷ୍ୟତର ଲିଡର୍‌ର ଝଲକ ନିଶ୍ଚିତ ଭାବେ ଦେଖାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?