କ୍ରିକେଟ ଜଗତରେ ଚହଳ ପକାଇଲେ ବୈଭବ: ମାତ୍ର ଏତିକି ବଲରେ ଦ୍ୱିଶତକ ହାସଲ କରି କଲେ ବିଶ୍ୱ ରେକର୍ଡ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଶେଷରେ ଫର୍ମକୁ ଫେରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଲିଷ୍ଟ-A କ୍ରିକେଟରେ ଦ୍ରୁତତମ ଦ୍ୱିଶତକ ହାସଲ କରି ଇତିହାସ ରଚିଛନ୍ତି ସେ। ମାତ୍ର ୫୩ ବଲ୍‌ରେ ୨୦୪ ରନ୍‌ କରିଛନ୍ତି। ଏଥିରେ ୨୮ଟି ଛକା, ୭ଟି ଚୌକା ଅର୍ନ୍ତଭୁକ୍ତ। ସମସ୍ତଙ୍କୁ ଚକିତ କରି ମାତ୍ର ୨୮ଟି ବଲରେ ନିଜ ଶତକ ପୂରଣ କରିଥିଲେ। ଏହା ପୂର୍ବରୁ ମାତ୍ର ୧୬ଟି ବଲରେ ନିଜ ଅର୍ଦ୍ଧଶତକ ହାସଲ କରିଥିଲେ। UAE ବିପକ୍ଷରେ ତାଙ୍କର ଏହି ବିସ୍ଫୋରକ ଇନିଂସ କ୍ରିକେଟ୍‌ପ୍ରେମୀଙ୍କ ମନ ଜିଣିନେଇଛି। ଦ୍ରୁତତମ ଶତକ ହାସଲ କରି ନିଜ ନାଁରେ ଏକାଧିକ ବଡ଼ ରେକର୍ଡ ଯୋଡ଼ିଛନ୍ତି ବୈଭବ। ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ କେବଳ ଛକାର ବର୍ଷା ହୋଇଥିଲା। ଆରମ୍ଭରୁ ହିଁ ସେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ପ୍ରଥମ ଓଭରରେ ହିଁ ତିନୋଟି ଛକା ମାରି UAE ବୋଲର୍ସଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ୮ଟି ଛକା ମାରି ସେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାପରେ ଆକ୍ରମଣ ଆହୁରି ଜୋରଦାର କରିଥିଲେ ବୈଭବ। ମୋଟ ୧୪ଟି ଛକା ସହାୟତାରେ ନିଜର ଶତକ ପୂରଣ କରିଥିଲେ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ UAE ବୋଲର୍ସଙ୍କୁ ଅସହାୟ କରିଦେଇଥିଲା।

Dharitri – Odisha’s No.1 Odia Daily

Share